August 11, 2026

ଶ୍ରାବଣ ଦ୍ବିତୀୟ ସୋମବାର , ବିଭିନ୍ନ ଶୈବପୀଠରେ କାଉଡିଆଙ୍କ ଭିଡ 

IMG-20260810-WA0123
Share

 

ବୁଗୁଡ଼ା : ତା ୧୦/୦୮/୨୬ : ସ୍ଥାନୀୟ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲ ଏବଂ କୁବେରେଶ୍ୱରରେ ଶ୍ରାବଣ ମାସର ଦ୍ବିତୀୟ ସୋମବାର ଦିନ କାଉଡିଆଙ୍କ ଭିଡ ଦେଖିବାକୁ ମିଳିଛି । ଚଳିତ ବର୍ଷ ଦଳ ଦଳ କାଉଡିଆ ବୋଲବମ୍ ଡାକ ଦେଇ ବିଭିନ୍ନ ଶୈବପୀଠ ଅଭିମୁଖେ ପଦଯାତ୍ରା କରୁଛନ୍ତି । ବୁଗୁଡା ଏବଂ ଏହାର ଆଖପାଖ ଅଞ୍ଚଳର ଶହ ଶହ କାଉଡିଆ ରୁଷିକୁଲ୍ଯା-ବଡନଦୀର ସଙ୍ଗମ ସ୍ଥଳରେ ପୁରୋହିତମାନଙ୍କ ଦ୍ବାରା ପବିତ୍ର ଜଳକୁ ଅଭିଷେକ ଆଦି ପୂଜାପାଠ ପୂର୍ବକ ମାନସିକ ବ୍ରତ ଧାରଣ କରି ଜଳ ଭାର ଘେନି ବାଟ ସାରା ହରହର ବମ୍ , ବୋଲ୍ ବମ୍ ଆଦି ଉଚ୍ଚାରଣ କରି ବୁଦ୍ଧଖୋଲ ଏବଂ କୁବେରେଶ୍ୱର ଶୈବପୀଠରେ ପହଞ୍ଚି ସେଠାକାର ଜଳାଭିଷେକ କରିଛନ୍ତି । ଅନରୂପ ଭାବେ ଏଠାକାର ବାଲୁଙ୍କେଶ୍ଵରଙ୍କ ଠାରେ ମଧ୍ୟ ବହୁ କାଉଡିଆ ଜଳାଭିଷେକ କରିଛନ୍ତି ।