ଉମରକୋଟ ଠାରେ ୫ ମାସର ଭଡ଼ା ନ ମିଳିବାରୁ ଘର ମାଲିକ ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କରେ ଚାବି ପକାଇ ବ୍ୟାଙ୍କ ସମ୍ମୁଖରେ ଦେଲେ ଧାରଣା, ପ୍ରତିଶ୍ରୁତି ମିଳିବା ପରେ ଖୋଲିଲେ ଚାବି……
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ଲୋକେ ସରକାରୀ ବ୍ୟାଙ୍କ ଗୁଡ଼ିକ ନିଜ ଘର ଭଡାରେ ଦେବା ପାଇଁ ବହୁତ୍ ଆଗ୍ରହ ପ୍ରକାଶ କରିଥାନ୍ତି। କାରଣ ବ୍ୟାଙ୍କ କୁ ଭଡ଼ା ଦେଲେ ଭଡ଼ା ଅଧିକ ମିଳି ଥାଏ ଓ ଭଡ଼ା ମଧ୍ୟ ପ୍ରତି ମାସ ଠିକ୍ ସମୟ ରେ ମିଳି ଯାଏ। କିନ୍ତୁ ଗୋଟିଏ ସରକାରୀ ବ୍ୟାଙ୍କ ଦୀର୍ଘ ୫ ମାସ ଭଡ଼ା ନ ଦେବାରୁ ମାଲିକ ବ୍ୟାଙ୍କରେ ଚାବି ପକାଇବ। ହୁଏତ ଏପରି ଘଟଣା କେବେ ଶୁଣି ନ ଥିବେ କିନ୍ତୁ ଏପରି ଏକ ଅଭାବନୀୟ ଘଟଣା ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ଠାରେ ଥିବ। ବ୍ୟାଙ୍କ ଅଫ୍ ବରୋଦା ଶାଖାରେ ଦେଖିବାକୁ ମିଳିଛି। ମିଳିଥିବା ତଥ୍ୟ ଅନୁଯାୟୀ ବର୍ତ୍ତମାନ ବ୍ୟାଙ୍କ ଚାଲୁ ଥିବା ଘର ମାଲିକାଣୀ ବଡ କୁମାରୀ ୟୁଭି ୧ ନିବାସୀ ମଞ୍ଜୁଷା ଚୌଧୁରୀ ଓ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମଧ୍ୟରେ ୧୦ ବର୍ଷ ତଳେ ୧୦ ବର୍ଷ ଲିଜ ସୂତ୍ରରେ ବ୍ୟାଙ୍କକୁ ଭଡ଼ା ଦେବା ପାଇଁ ଏକ ଚୁକ୍ତି ୨୦୧୬ ମସିହାରେ ହେଇ ଥିଲା। ତେବେ ଉକ୍ତ ଚୁକ୍ତି ୨୦୨୬ ମସିହା ଜାନୁଆରୀ ୩୧ ତାରିଖ ଦିନ ସମ୍ପନ୍ନ ହେଇଯାଇଥିଲା। ତେବେ ଚୁକ୍ତି ସରିବା ପରେ ମଧ୍ୟ ଫେବ୍ରୁଆରୀ ମାସର ଘର ଭଡ଼ା ବ୍ୟାଙ୍କ ପ୍ରଦାନ କରିଥିଲା। କିନ୍ତୁ ମାର୍ଚ୍ଚରୁ ଜୁଲାଇ ମାସ ପର୍ଯ୍ୟନ୍ତ ବ୍ୟାଙ୍କ ମାଲିକାଣୀଙ୍କୁ ଭଡ଼ା ଦେଲା ନାହିଁକି କୌଣସି ଚୁକ୍ତି ମଧ୍ୟ କଲେ ନାହିଁ। ଶେଷରେ ନିରୁପାୟ ହେଇ ମାଲିକାଣୀ ଙ୍କ ପୁଅ ସୁଦୀପ୍ତ ଚୌଧୁରୀ ଉମରକୋଟ ବ୍ୟାଙ୍କ୍ ଅଫ ବରୋଦା ଶାଖାର ଶାଖା ପରିଚାଳକଙ୍କୁ ଲିଖିତ ଓ ମୌଖିକ ଭାବେ ଜଣାଇବା ସହ ୨ ଥର ଲିଗାଲ ନୋଟିସ ମଧ୍ୟ ପ୍ରଦାନ କରି ଥିଲେ କିନ୍ତୁ ଏହା କୌଣସି ଫଳପ୍ରଦ ହେଇନଥିଲା। ଶେଷରେ ସୁଦୀପ୍ତ ବ୍ୟାଙ୍କ୍ ଅଫ୍ ବରୋଦାର ସମ୍ବଲପୁର ଠାରେ ଥିବା ଆଞ୍ଚଳିକ ମ୍ୟାନେଜରଙ୍କୁ ମଧ୍ୟ ଫୋନ୍ କରି ଜଣାଇଥିଲେ। ଚୁକ୍ତି କରିଦେବା ଓ ବକେୟା ଭଡ଼ା ଦେଇଦେବା ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ପରବର୍ତ୍ତୀ ସମୟରେ ଆଞ୍ଚଳିକ ପରିଚାଳକ ଆଉ କଲ କଲେ ମଧ୍ୟ ଆଉ ଉଠାଇ ନ ଥିଲେ ବୋଲି କହିଛନ୍ତି ସୁଦୀପ୍ତ।ତେବେ ଶେଷରେ ନିରୁପାୟ ହେଇ ଆଜି ଦିନ ୧୦ ଟା ବେଳେ ବ୍ୟାଙ୍କ ଭିତରେ କର୍ମଚାରୀ ମାନେ ଥିବା ଅବସ୍ଥାରେ ସୁଦୀପ୍ତ ବ୍ୟାଙ୍କରେ ତାଲା ପକାଇ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସି ଯାଇ ଥିଲେ। ପରେ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ନିଦ ଭାଙ୍ଗି ଥିଲା। ବ୍ୟାଙ୍କର ଶାଖା ପରିଚାଳକ ଆଞ୍ଚଳିକ ପରିଚାଳକଙ୍କୁ ଆଜିର ଘଟଣା ଅବଗତ କରିବା ପରେ ଶାଖା ପରିଚାଳକ ୭ ଦିନ ମଧ୍ୟରେ ବର୍ଦ୍ଧିତ ହାରରେ ଭଡ଼ା ବୃଦ୍ଧି ପାଇଁ ଚୁକ୍ତି ନାମ। ହେବ। ସହ ସମସ୍ତ ବକେୟା ଘର ଭଡ଼ା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ସୁଦୀପ୍ତ ପ୍ରାୟ ୧୨.୩୦ ସମୟରେ ଚାବି ଖୋଲି ଥିଲେ। ତେବେ ଅଡ଼େଇ ଘଣ୍ଟା ବ୍ୟାଙ୍କ ବନ୍ଦ ହେଇଯିବା ଯୋଗୁଁ ବ୍ୟାଙ୍କର ଗ୍ରାହକ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିଥିଲା।
