August 6, 2026

ଉମରକୋଟ ର ୫ ଜଣ କ୍ରୀଡାବିତ ସରକାରୀ କ୍ରୀଡା ଛାତ୍ରାବାସ ପାଇଁ ନବରଙ୍ଗପୁର ଜିଲ୍ଲାରୁ ମନୋନୀତ……

IMG-20260806-WA0026
Share

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ରାଜ୍ୟ ସରକାରଙ୍କ କ୍ରୀଡା ଛାତ୍ରାବାସ ରେ ପାଠ ପଢିବା ପାଇଁ ସମଗ୍ର ନବରଙ୍ଗପୁର ଜିଲ୍ଲାରୁ ଚଳିତ ବର୍ଷ ମାତ୍ର ୫ କ୍ରୀଡାବିତ ମନୋନୀତ ହୋଇଛନ୍ତି। ସେଥିମଧ୍ୟରୁ ୪ ଜଣ ତୀରନ୍ଦାଜ ଥିବା ବେଳେ ଜଣେ ଛାତ୍ର ଆଥେଲେଟିକ ଅଛନ୍ତି। ଏହି ଛାତ୍ର ଛାତ୍ରୀ ମାନେ ହେଲେ ଉମରକୋଟ ମା ପେଣ୍ଡ୍ର।ଣୀ ହାଇ ସ୍କୁଲର ନବମ ଶ୍ରେଣୀର ଛାତ୍ର ଲିଙ୍କନ ରାଉତରାୟ ମାଲକାନଗିରି କ୍ରୀଡା ହଷ୍ଟେଲ ପାଇଁ ସେହି ପରି ରାଇଘର ବ୍ଲକର ଜଡ଼ିଙ୍ଗ। ସରକାରୀ ହାଇସ୍କୁଲର ୪ ଜଣ ନବମ ଶ୍ରେଣୀର ଛାତ୍ରୀ ଗାନେଶ୍ରି ଗଣ୍ଡ, କଲେଶ୍ୱରି ଗଣ୍ଡ, ପ୍ରମିଳା ସ।ନ୍ତ। ଓ ଶିବାନୀ ଗଣ୍ଡ। ଏହି ୪ ଜଣ ତୀରନ୍ଦାଜ ଛାତ୍ରୀ ସୁନ୍ଦରଗଡ଼ ସରକାରୀ କ୍ରୀଡା ହଷ୍ଟେଲ ରେ ପାଠ ପଢ଼ିବା ପାଇଁ ମନୋନୀତ ହୋଇଛନ୍ତି। ଏହି ୫ କ୍ରୀଡା ବିତ ବ୍ଲକ ଓ ଜିଲ୍ଲା ସ୍ତରରେ ସଫଳତା ର ଶହ କ୍ରୀଡା ପରୀକ୍ଷାରେ ସଫଳତା ହାସଲ କରିବା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ପରୀକ୍ଷାରେ ସଫଳତା ପାଇବା ପରେ କ୍ରୀଡା ହଷ୍ଟେଲ ପାଇଁ ମନୋନୀତ ହୋଇଛନ୍ତି। ଚଳିତ ବର୍ଷ ସମଗ୍ର ନବରଙ୍ଗପୁର ଜିଲ୍ଲା ର ୧୦ ଟି ବ୍ଲକ ରୁ ପ୍ରାୟ ୮୦୦ ଜଣ ଛାତ୍ର ଛାତ୍ରୀ କ୍ରୀଡା ହଷ୍ଟେଲ ରେ ରହି ପାଠ ପଢ଼ିବା ପାଇଁ ଆବେଦନ କରିଥିଲେ। ଏହି ୫ ଜଣ ଛାତ୍ର ଛାତ୍ରୀ ହଷ୍ଟେଲ ରେ ରହି ପାଠ ପଢିବା ସହ ସ୍ୱତନ୍ତ୍ର ତାଲିମ ମଧ୍ୟ ପ୍ରଦାନ କରା ଯାଇ ଥାଏ ଓ ସମଗ୍ର ଖର୍ଚ୍ଚ ରାଜ୍ୟ ସରକାର ବହନ କରିଥାନ୍ତି। ଏହି କ୍ରୀଡ଼ା ବିତଙ୍କୁ ଜଡିଙ୍ଗ। ହାଇ ସ୍କୁଲରେ ସ୍କୁଲ ପକ୍ଷ ରୁ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ବ୍ଲକ୍ ମଙ୍ଗଳ ଅଧିକାରୀ ଶ୍ୟାମ ସୁନ୍ଦର ଧରୁଆ, ସି ଆର୍ ସି ସି ଦୟାମୟ ପାଢ଼ୀ, ପ୍ରଧାନ ଶିକ୍ଷକ ରୂପ ସିଂ ଗଣ୍ଡ, କ୍ରୀଡା ଶିକ୍ଷକ ସପନ ବୈରାଗୀ, ସହକାରୀ ଶିକ୍ଷକ ଅପର୍ଣ୍ଣା ରାଣୀ ଦାସ, ସାରଦା ପ୍ରସନ୍ନ ସାହୁ, ନବକିଶୋର ଗଣ୍ଡ, ଅଶୋକ କୁମାର ଗଣ୍ଡ, ଅମୂଲ୍ୟ ମିଶ୍ର, ସୌଭାଗ୍ୟ ରଞ୍ଜନ ଦାସ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ।

You may have missed