August 2, 2026

ସରସ୍ଵତୀ ଶିଶୁ ମନ୍ଦିର, ଥୁଆପାଲି ଠାରେ ବିଦ୍ୟାଳୟ ସ୍ତରୀୟ ବିଜ୍ଞାନ ମେଳା 

IMG-20260802-WA0039
Share

 

 

ଅତାବିରା ,

ଭେଡେନ ବ୍ଲକ ଥୁଆପାଲି ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି |ଏହି ମେଳାରେ ମୋଟ୍ ୯୪ ଜଣ ଶିଶୁ ଭାଇ,ଭଉଣୀ ଭାଗ ନେଇଥିଲେ ।ଏହି ମେଳାରେ କୃତିତ୍ୱ ଅର୍ଜନ କରିଥିବା ଭାଇ ଭଉଣୀଙ୍କୁ ପୁରସ୍କୃତ କରାଯାଇଥିଲା ।ଏହି କାର୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ସୁଜିତ କୁମାର ଆଚାର୍ଯ୍ୟ ଯୋଗଦେଇ ଦିପପ୍ରଜ୍ଵଳନ ସହିତ ଶିଶୁମାନଙ୍କୁ ବିଜ୍ଞାନ ବିଷୟରେ ଉଦବୋଧନ ଦେଇଥିଲେ। ସମ୍ମାନୀତ ଅତିଥି ଭାବେ ତାପସ ଭୋଇ ଯୋଗ ଦେଇ ଶିଶୁମାନଙ୍କୁ ମାର୍ଗଦର୍ଶନ ଦେଇଥିଲେ ।ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ କ୍ଷୀରେନ୍ଦ୍ର ରଣା ଅତିଥିଙ୍କ ପରିଚୟ ପ୍ରଦାନ ଓ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟର ସଭାପତି ହରିଶ ଚନ୍ଦ୍ର ବାରିକ ଓ ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ କୁମ୍ଭାର ପୁରସ୍କାର ବିତରଣ କରିଥିଲେ ।ଶେଷରେ ଗୁରୁମା ମାନିନୀ ଖୁଣ୍ଟୁଲା ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସୁରୁଖୁରୁରେ ସମ୍ପନ୍ନ ହୋଇଥିଲା ।

You may have missed