July 30, 2026

ତତ୍ତ୍ଵଗୁରୁ ଜୟକୃଷ୍ଣ ପ୍ରଧାନଙ୍କ ସ୍ମୃତିଚାରଣ ସଭା ଅନୁଷ୍ଠିତ

IMG-20260730-WA0023
Share

 

ବୋଲଗଡ଼,୨୯/୦୭(ଉପାନ୍ତ ଖବର ମାନସ ରଞନ କର)

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ପାଟବନ୍ଧ ଗ୍ରାମର ତତ୍ତ୍ଵଗୁରୁ ଜୟକୃଷ୍ଣ ପ୍ରଧାନଙ୍କ ସ୍ମୃତିଚାରଣ ସଭା ମଙ୍ଗଳବାର ଦିନ ପ୍ରାକ୍ତନ ଶିକ୍ଷକ ନେତା ଶ୍ୟାମ ସୁନ୍ଦର ଛୋଟରାୟଙ୍କ ପୌରୋହିତରେ ଅନୁଷ୍ଠିତ ହୋଇ ଯାଇଛି l ଶିକ୍ଷକ କାଶୀନାଥ ସାହୁଙ୍କ ସଂଯୋଜନାରେ ହୋଇଥିବା ଉକ୍ତ ସଭାରେ ବୋଲଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ସ୍ୱାଇଁ ମୁଖ୍ୟଅତିଥି ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାପାତ୍ର ପ୍ରାକ୍ତନ ପ୍ରଧାନ ଶିକ୍ଷକ ଆଦିକନ୍ଦ ରାଉତରାୟ, ଗୋପାଳପୁର ଗ୍ରାମପଞ୍ଚାୟତର ସରପଞ୍ଚ ପ୍ରଦୀପ କୁମାର ବାରିକ ସମ୍ମାନନିତ ଅତିଥି, ଶିକ୍ଷକ ସନ୍ତୋଷ କୁମାର ମହାପାତ୍ର, ସୁଶାନ୍ତ କୁମାର ପାତ୍ର ଯୋଗଦାନକରି ସ୍ବର୍ଗତ ପ୍ରଧାନଙ୍କର ସ୍ମୃତି ଚାରଣ କରିଥିଲେ l ପାଟବନ୍ଧ ଗ୍ରାମର ବରିଷ୍ଠ ନାଗରିକ, ଯୁବଗୋଷ୍ଠୀ ଏବଂ ଭଦ୍ର ମହିଳାଙ୍କ ସମେତ ଆଖପାଖ ଗ୍ରାମର ନରନାରୀ ଏବଂ ବନ୍ଧୁ ପରିଜନ, ସାମ୍ବାଦିକ ମାନସ ରଞ୍ଜନ କର, ଦେବ ବ୍ରତ ହୋତା, ନିରଞ୍ଜନ ନାୟକ ସେଠାରେ ଉପସ୍ଥିତ ଥିଲେ l ପ୍ରଭୁ ଜଗନ୍ନାଥ ଏବଂ ସ୍ବର୍ଗତ ପ୍ରଧାନଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ୨ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା l ସ୍ବର୍ଗତ ପ୍ରଧାନଙ୍କ ସ୍ମୃତି ତର୍ପଣ ବଣ୍ଟା ଯାଇଥିଲା l ବନପାଳ ପଦବୀରୁ ୫୮ବର୍ଷ ବୟସରେ ଅବସର ଗ୍ରହଣ କରିଥିଲେ l ସେ ନିଜ ହାତରେ ବହୁ ସଂଖ୍ୟକ ବୃକ୍ଷ ରୋପଣ କରି ଉତ୍ତାରିଛନ୍ତି l ଅବସର ପରେ ସେ ସଂକୀର୍ତ୍ତନ ଓ ତତ୍ତ୍ୱଗୁରୁରୂପେ ପ୍ରସିଦ୍ଧ ଅର୍ଜନ କରିଥିଲେ l ଆୟୁର୍ବେଦ ଚିକିତ୍ସକରୂପେ ଗରିବ ରୋଗୀମାନଙ୍କର ଦ୍ୱାରସ୍ଥ ହୋଇ ଚିକିତ୍ସା କରୁଥିଲେ l ଝଡା ଫୁଙ୍କା ଦ୍ୱାରା ମଧ୍ୟ କିଛି ରୋଗ ଉପଶମ କରୁଥିଲେ l ଉଚ୍ଚ କୋଟିର କବିତା, ଭଜନ ରଚନା କରୁଥିଲେ l ୨୦୧୧ ମସିହାରୁ ସେ ହୃଦରୋଗ ଏବଂ ପାରାଲିସିସରେ ଆକ୍ରାନ୍ତ ହୋଇ କଟକ ଏସ. ସି. ବି. ରେ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଥିଲେ l ୨୦୨୩ରୁ କିଡନି ରୋଗ ଓ ମଧୁମେହ ଯୋଗୁଁ ତାଙ୍କର ସୁପୁତ୍ର ସାମ୍ବାଦିକ ସୁଶାନ୍ତ କୁମାର ପ୍ରଧାନ ଓ ପୁତ୍ରବଧୂ ସନ୍ଧ୍ୟାରାଣୀ ମାଝୀ ନିୟମିତ ଚିକିତ୍ସା କରାଇ ସେବା କରୁଥିଲେ l ଗତ ଚାରିମାସ ଧରି ଶଯ୍ୟାଶାୟୀ ଥିଲେ, ତାଙ୍କର ମୃତ୍ୟୁ ପାଟବନ୍ଧ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି l ମୃତ୍ୟୁ ସମ୍ବାଦ ପାଇବା ପରେ ସମବେଦନା ଜଣାଇବାକୁ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ସ୍ୱାଇଁ ବହୁ ଶିକ୍ଷକ/ଶିକ୍ଷୟତ୍ରୀ ଗଣମାଧ୍ୟମ ପ୍ରତିନିଧି ସମେତ ଅଞ୍ଚଳବାସୀ ତାଙ୍କ ବାସ ଗୃହରେ ପହଞ୍ଚିଥିଲେ l ଦ୍ୱାଦଶ ଦିବସରେ ବୁଧବାର ଦିନ ମଧ୍ୟ ସଂକୀର୍ତ୍ତନ ମଣ୍ଡଳୀ ଦ୍ୱାରା ନାମ ସଂକୀର୍ତ୍ତନ କରାଯାଇଥିଲା।

You may have missed