ଫୁଲୁଛି ଜଳକା ନଦୀ, ମଥାନୀ ଚଟାଣ ପାଖରେ ରାସ୍ତା ଉପରେ ବହୁଛି ବନ୍ୟାଜଳ
ବାଲେଶ୍ବର ( ଦେବାଶିଷ ଦାଶ )
ବାଲେଶ୍ୱର ଜିଲ୍ଲାରେ ଲଗାଣ ବର୍ଷା ପ୍ରଭାବରେ ଜଳକା ନଦୀର ଜଳସ୍ତର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀ ଚଟାଣ ନିକଟରେ ବନ୍ୟାଜଳ ରାସ୍ତା ଉପରେ ଉଠି ଯାଇଅଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ ରହିବା ସହ ବନ୍ୟାଜଳ ଥିବା ରାସ୍ତା ଦେଇ ଅନାବଶ୍ୟକ ଯାତାୟାତ ନ କରିବାକୁ ପରାମର୍ଶ ଦିଆଯାଇଛି। ନଦୀର ଜଳସ୍ତର ଆହୁରି ବଢ଼ିଲେ ପରିସ୍ଥିତି ଗୁରୁତର ହେବାର ଆଶଙ୍କା ରହିଛି।
