July 30, 2026

ମାଙ୍କଡ଼ କାମୁଡାରେ ପାଞ୍ଚ ଆହତ ..

IMG-20260710-WA0022
Share

 

 

ଗଞାମ= ପ୍ରଦୀପ କୁମାର ପଣ୍ଡା

 

ହୁମା ଓ ଆଖପାଖ ଅଞ୍ଚଳରେ ପାତି ମାଙ୍କଡ଼ଙ୍କ ଦୌରାତ୍ମ ଦିନ କୁ ଦିନ ବୃଦ୍ଧି ପାଉଛି l ଘର ଉପକରଣ ପାଇଁ ଜଙ୍ଗଲ ସଫା ହେବା ଯୋଗୁ ଖାଦ୍ୟ ପାଇଁ ମାଙ୍କଡ଼ ମାନେ ଜଙ୍ଗଲ ଛାଡି ଜନବସତି ଆଡକୁ ଚାଲି ଆସୁଛନ୍ତି l ମାଙ୍କଡ଼ ମାନେ ତାଙ୍କ ଭୋକ ମେଣ୍ଟାଇବା ଲୋକଙ୍କୁ କାମୁଡି ବାକୁ ପଛାଉ ନାଁହାନ୍ତି l ଗତକାଲି ମାଙ୍କଡ଼ କାମୁଡ଼ାରେ ହୁମା ଅଞ୍ଚଳର ପାଞ୍ଚ ଜଣ ମହିଳା ଓ ପୁରୁଷ ଗୁରୁତର ଆହତ ହୋଇଛନ୍ତି l ତୁଳସୀ ରେଡି, ରୀନା ବେହେରା ଲଳିତ ସାହୁ, ପିହୁ ସାହୁ ଓ ପ୍ରଶାନ୍ତ ପରିଡା ପ୍ରମୁଖଙ୍କୁ ମାଙ୍କଡ଼ କାମୁଡ଼ାରେ ଆହତ ହୋଇଥିବା ଜଣା ପଡିଛି l ଏନେଇ ଭାଜପା ମଣ୍ଡଳ ସଭାପତି ତଥା ହୁମା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ ବନ ବିଭାଗକୁ ଚିଠି ଲେଖିବା ପରେ ବନ ବିଭାଗର ଏକ ଟିମ ହୁମା ଅଞ୍ଚଳରେ ପହଂଚି ମାଙ୍କଡ଼ ମାନଙ୍କୁ କାବୁ କରିବାକୁ ଉଦ୍ୟମ ଆରମ୍ଭ କରିଛି l ଏଥିସହ ସ୍ୱାସ୍ଥ୍ୟ କେନ୍ଦ୍ରରେ କୁକୁର ଓ ମାଙ୍କଡ଼ କାମୁଡା ଇଞ୍ଜେକ୍ସନ ମହଜୁଦ ରଖିବାକୁ ପ୍ରଶାସନ ଠାରେ ଦାବୀ କରିଛନ୍ତି ସମିତି ସଭ୍ୟ ଧ୍ରୁବ l