July 30, 2026

ଉମରକୋଟ ନିକଟସ୍ଥ ଦର୍ଗାଗୁଡା ଠାରେ ଚାଷ ଜମିରୁ ଛୁଆ କୁମ୍ଭୀର ଉଦ୍ଧାର, ଲୋକେ ଆତଙ୍କିତ……….

IMG-20260710-WA0021
Share

 

 

ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ସହର ର ୧ ନମ୍ବର ୱାର୍ଡ ରେ ଆସୁଥିବା ଦର୍ଗାଗୁଡା ଗ୍ରାମ ଠାରେ ଜଣେ ଚାଷୀ ଙ୍କ ବିଲ୍ ରୁ ଗୋଟିଏ କୁମ୍ବିର୍ ଛୁଆ କୁ ଉଦ୍ଧାର କରାଯାଇଛି। ଅଞ୍ଚଳର ବିଶିଷ୍ଟ ଚାଷୀ ଭୋଗୀ ସେଠୀ ଙ୍କ ଚାଷ ଜମିରେ କାମ ଚାଲୁଥିବା ବେଳେ ଏକ ଛୋଟ କୁମ୍ବିର ଛୁଆ ଟି ଦେଖା ଯାଇଥିଲା। ଏହା ପୂର୍ବରୁ ଏହି ଅଞ୍ଚଳରେ କେବେ ହେଲେ କୁମ୍ଭୀର ଦେଖି ନ ଥିବାରୁ ଗ୍ରାମବାସୀ ଙ୍କ ଭୟଭିତ ହେଇଯାଇ ଥିଲେ। ଖବର ପାଇ ବନ ବିଭାଗ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି କୁମ୍ଭୀର ଛୁଆକୁ ସୁରକ୍ଷିତ ଭାବେ ଉଦ୍ଧାର କରି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସା କରାଇବା ପରେ ତାକୁ ନେଇ ଏକ ଖୋଲା ଜଳାଶ୍ରୟ ରେ ଛଡ଼ାଯିବ ବୋଲି କହିଛନ୍ତି ବନ ବିଭାଗ ରେଞ୍ଜର ଦେବସ୍ମିତା ସାହୁ। ଛୁଆ କୁମ୍ଭୀର ମିଳିବା ପରେ ଏବେ ଆଖପାଖରେ ମା’ କୁମ୍ଭୀର ଥାଇପାରେ ଏବଂ ମା କୁମ୍ଭୀର ଥରକେ ପ୍ରାୟ ୨୦ ରୁ ଉର୍ଦ୍ଧ କୁମ୍ଭୀର ଛୁଆ ଜନ୍ମ ଦେଇ ଥାଏ ବୋଲି ଲୋକେ ବିଶ୍ୱାସ କରୁଛନ୍ତି। ତେଣୁ ଏଥି ପ୍ରତି ବନ ବିଭାଗ ଦୃଷ୍ଟି ଦେବା ପାଇଁ ଦର୍ଗାଗୁଡ଼। ଗ୍ରାମବାସୀ ଦାବି କରିଛନ୍ତି। ଅପର ପକ୍ଷରେ କୁମ୍ବିର ବାହାରିଛି ବୋଲି ଗ୍ରାମ ରେ ପ୍ରଚାର ହେବ। ପରେ ବିଶେଷ କରି ବାପା ମା ମାନେ ଛୋଟ ଛୁଆ ଙ୍କୁ ବାହାର କୁ ଛାଡ଼ିବା ପାଇଁ ଡରି ଯାଇଛନ୍ତି।