July 30, 2026

ମୋହନା ବନ ବିଭାଗ ପକ୍ଷରୁ ବନମହୋତ୍ସବ,ଚ଼ାରା ରୋପଣ ଓ ସବୁଜ ରଥ ଉଦଘାଟନ..

IMG-20260710-WA0008
Share

 

ମୋହନା(ସନ୍ତୋଷ ଗୌଡ଼) ମୋହନା ବନ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ବନମହୋତ୍ସବ, ଚ଼ାରାରୋପଣ କରାଯିବା ସହ ସବୁଜ ରଥ ର ଉଦଘାଟନ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଜିଲ୍ଲା ମୁଖ୍ୟ ବନଖଣ୍ଡ ଅଧିକାରୀ କେ.ନାଗରାଜୁ ସ୍ଥାନୀୟ ବନାଞ୍ଚଳ କାର୍ଯ୍ୟାଳୟରେ ପହଞ୍ଚି ପ୍ରଥମେ ନଡ଼ିଆ ଭାଙ୍ଗି ଓ ଦୀପ ପ୍ରଜ୍ବଳନ କରି ସାରିବା ପରେ ସବୁଜ ରଥ କୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହା ପରେ ଚାରା ବଣ୍ଟନ କେନ୍ଦ୍ରକୁ ଉଦଘାଟନ କରି ଉପସ୍ଥିତ ବୁଦ୍ଧିଜିବୀ, ସାମ୍ବାଦିକ,ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଓ ପଥଚାରୀଙ୍କୁ ବିଭିନ୍ନ କିଷମର ଚ଼ାରା ବଣ୍ଟନ କରିଥିଲେ। ମୋହନା ବ୍ଲକ ଅନ୍ତର୍ଗତ ବଡ଼ଖଣି ସରକାରୀ ଏସଏସଡ଼ି ହାଇସ୍କୁଲ, ଆଲିଗଣ୍ଡା ନିର୍ମଳା ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚି ଚ଼ାରା ବଣ୍ଟନ କରିବା ସହ ବନମହୋତ୍ସବ ଉଦ୍ଦେଶ୍ୟ ଓ ଲକ୍ଷ୍ୟ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଅବଗତ କରାଇଥିଲେ।ଝିଲିକି ଗ୍ରାମ ନିକଟରେ ଅବସ୍ଥିତ ୧୦ ଏକର ପରିମିତ ସ୍ଥାନରେ ରହିଥିବା ଚ଼ାରା ରୋପଣ କ୍ଷେତ୍ର ପରିଦର୍ଶନ ଓ ଡେକାପଙ୍କା ଚ଼ାରା ରୋପଣ କେନ୍ଦ୍ର ପରିଦର୍ଶନ ସହିତ ଚାରା ରୋପଣ କରିଥିଲେ।ଏହି ପ୍ରଚାର ରଥ ଗାଁ କୁ ଗାଁ ବୁଲି ଲୋକଙ୍କୁ ସଚେତନ କରିବା ସଙ୍ଗେ ଚାରା ରୋପଣ ପାଇଁ କର୍ମଚାରୀ ମାନେ ବୁଝାଉ ଥିବା ଦେଖିବାକୁ ମିଳେ।ଏହି ସମସ୍ତ କାର୍ଯ୍ୟକ୍ରମ ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀଙ୍କ ନେତୃତ୍ଵରେ ହୋଇଥିବା ବେଳେ ବନପାଳ ଲକ୍ଷ୍ମୀକାନ୍ତ ପାତ୍ର,ବନରକ୍ଷୀ ଗାୟତ୍ରୀ ପ୍ରଧାନ,ସୌଦାମିନି ପଟ୍ଟନାୟକ ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।