July 8, 2026

ଉମରକୋଟ ର ୪ ଜାତୀୟ କ୍ରୀଡ଼ାବିତ ଙ୍କୁ ମିଳିଲା ସରକାରୀ ଚାକିରି…….

IMG-20260706-WA0050
Share

 

 

ଉମରକୋଟ:- (ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକ ଅନ୍ତର୍ଗତ ଭମିନୀ ସରକାରୀ ଏସଏସଡି ଉଚ୍ଚ ବିଦ୍ୟାଳୟର ୪ଜଣ ପୂର୍ବତନ ଛାତ୍ରଛ।ତ୍ରୀ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରରେ ଅଂଶ ଗ୍ରହଣ କରିଥିବା ଯୋଗୁ ସେମାନଙ୍କୁ ସରକାରୀ ଚାକିରି ମିଳିଛି।ଏହି ୪ ଜାତୀୟ କ୍ରୀଡ଼ାବିତ

ଭ।ମୀନି ଉଚ୍ଚ ବିଦ୍ୟାଳୟରେ ପାଠ ପଡୁଥିବା ବେଳେ ସ୍କୁଲର କ୍ରୀଡା ଶିକ୍ଷକ କିଶୋର ସିଲଙ୍କ ଦ୍ଵାରା କୋଚିଂ ଗ୍ରହଣ କରି ନବୀନ।, ଜୟମଣି, ଅଭିରାମ ଜାତୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦୌଡ଼ କୁଦ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଯୁକ୍ତ ୩ ପରୀକ୍ଷାରେ ପାସ ହେବା ପରେ କ୍ରୀଡା ଶିକ୍ଷକ ତାଲିମ ଗ୍ରହଣ କରିବା ପରେ ନବୀନ। ସ।ନ୍ତ।ଙ୍କୁ ରାଜ୍ୟ ସରକାର ଝରିଗାଁ ବ୍ଲକ ଅନ୍ତର୍ଗତ ଫୁଫୁଗାଁ ଉଚ୍ଚ ବିଦ୍ୟାଳୟରେ ,ଜୟମଣି ଭତ୍ରା ଉମରକୋଟ ସରକାରୀ ସ୍ୱାମୀ ବିବେକାନନ୍ଦ ଉଚ୍ଚ ବିଦ୍ୟାଳୟ ରେ ଓ ଅଭିରାମ ସ।ନ୍ତ।ଙ୍କୁ ନବରଙ୍ଗପୁର ସରକାରୀ ଡିଗ୍ରୀ କଲେଜରେ କ୍ରୀଡା ଶିକ୍ଷକ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ସେହିପରି ଖେଳ ଇଣ୍ଡିଆ ପ୍ରତିଯୋଗିତାରେ ଝାଡଖଣ୍ଡ ଠାରେ ଅନୁଷ୍ଠିତ ଜାତୀୟ ସ୍ତର ହାଇସ୍କୁଲ ସ୍ତରୀୟ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେଇଥିଲା। ଏହି ପ୍ରତିଯୋଗିତାରେ ଜଗବନ୍ଧୁ ସ।ନ୍ତ। ଓଡ଼ିଶା ଦଳରେ ପ୍ରତିନିଧିତ୍ୱ କରି ସିଲ୍ଭର ପଦକ ହାସଲ କରିଥିଲେ। ଜଗବନ୍ଧୁଙ୍କୁ ଜାତୀୟ କ୍ରୀଡ଼ା କୋଟାରେ ବର୍ଡର ସେକ୍ୟୁରିଟୀ ଫୋର୍ସ ତାଙ୍କୁ ଚାକିରି ପ୍ରଦାନ କରିଛି। ଏହି ୪ ଜାତୀୟ କ୍ରୀଡ଼ାବିତ ଆଜି କ୍ରୀଡା ଶିକ୍ଷକ କିଶୋର ସିଲ୍ ଙ୍କ ଉମରକୋଟ ବାସ ଭବନକୁ ଯାଇ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିବା ସହ ଆଶୀର୍ବାଦ ଗ୍ରହଣ କରିଥିଲେ।