ଅଗସ୍ତିନୁଆଁଗାଁ ବନ ସୁରକ୍ଷା ସମିତିକୁ ସମ୍ମାନୀତ
ଛତ୍ରପୁର ତା ୬/୭/୨୬(ଅରୁଣ କୁମାର ପଣ୍ଡା )ଆଜି ଆରସିସିଏଫ୍ ଅଫିସ କାର୍ଯ୍ୟାଳୟରେ ୭୭ ତମ ଜିଲ୍ଲା ସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବ୍ରହ୍ମପୁର ଡିଏଫଓ ସନ୍ନି ଖୋଖର୍ଙ୍କ ଅଧକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଆରସିସିଏଫ୍ ବିଶ୍ବନାଥ ଏନ୍ ଯୋଗ ଦେଇଥିଲେ। ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସ୍ଥାନୀୟ ଅଞ୍ଚଳବାସୀ ଓ ବେସରକାରୀ ଅନୁଷ୍ଠାନ ସହାୟତାରେ ବୃକ୍ଷରୋପଣ ସଫଳ ହୋଇପାରିବ ବୋଲି ମୁଖ୍ୟ ଅତିଥି ମତପୋଷଣ କରିଥିଲେ । ବୃକ୍ଷ ରୋପଣ ସହ ଜଙ୍ଗଲର ସୁରକ୍ଷା ଓ ରକ୍ଷଣବେକ୍ଷଣ କରି କୂତ୍ରିମ ବନୀକରଣ ପରି ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଛତ୍ରପୁର ଉପଖଣ୍ଡର ଅଗସ୍ତିନୁଆଁଗାଁ ବନ ସୁରକ୍ଷା ସମିତିକୁ ସମ୍ମାନିତ କରାଯାଇଛି। ସେମାନଙ୍କୁ ଅତୀଥିଙ୍କ ଦ୍ଵାରା ୫୦ ହଜାର ପୁରଷ୍କାର ରାଶି ସଙ୍ଗେ ମାନପତ୍ର ପ୍ରଦାନ କରାଯାଇଥିଲା l ଏହି ପୁରସ୍କାରକୁ ଅଗସ୍ତି ନୂଆଗାଁ ବନ ସୁରକ୍ଷା ସମିତିର ସଭାପତି ରଜତ୍ କୁମାର ନାୟକ, ସମ୍ପାଦକ ବନପାଳ ବାବୁ ସେଠୀ, ନିବାସୀ ଗୌଡ଼ , କାଳୁ ଚରଣ ଗୌଡ଼, ମିନତୀ ଗୌଡ଼, ଚନ୍ଦ୍ରମା ଗୌଡ଼, ଝୁମୁରୀ ନାହାକ, ଶର୍ମିଷ୍ଠା ଜେନା, ଟିକିନା ପଲେଇ, ସାବି ଗୌଡ଼ ମିଳିତ ଭାବେ ଗ୍ରହଣ କରିଥିଲେ । ଅତୀଥି ମାନେ ବର୍ତ୍ତମାନ ସମୟରେ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଓ ପରିବେଶ ସନ୍ତୁଳନ ରକ୍ଷା କରିବାରେ ଭୂମିକା ଉପରେ ସଚେତନତା ବାର୍ତ୍ତା ଦେଇଥିଲେ। ଇକୋ କ୍ଲବ ସଂଯୋଜକ ଡ. ଶଙ୍କର ନାରାୟଣ ବେଜ୍ ମଞ୍ଚ ସଂଯୋଜନା କରିଥିବା ବେଳେ ଏସିଏଫ ସସ୍ମିତା ବିଶ୍ୱାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଏସିଏଫ ମାଣିକେଶ୍ୱରୀ ହାଁସଦା, ଦିବ୍ୟ ଶଙ୍କର ବେହେରା, ମନୋଜ ପାତ୍ର, ବିବେକ ଦାସ, ରେଞ୍ଜର ଦିବ୍ୟ ରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ବନପାଳ ସୋମନାଥ ମାଲିକ, ବାବୁ ସେଠୀ, ପ୍ରମିଳା ସାବତ, ପ୍ରଶାନ୍ତ କାଜି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
