ଅଧାରେ ଅଟକିଛି ଗୋଲିଆ ଗାଁ ମୁଖ୍ଯ ରାସ୍ତାକଡ ଡ୍ରେନ୍ , ପାଲଟିଛି ଆବର୍ଜନା କୁଣ୍ଡ , ବର୍ଷାରେ ଘରେ ପଶୁଛି ନର୍ଦ୍ଦମା ପାଣି, ପ୍ରତିକାର ଦାବି

ବୁଗୁଡ଼ା : ତା ୦୫/୦୭/୨୬ : ବୁଗୁଡ଼ା ବ୍ଲକର ଗୋଲିଆ ଗ୍ରାମର ମୁଖ୍ୟ ସଡକ କଡସ୍ଥ ଡ୍ରେନ କାମ ଅଧାରେ ଅଟକି ଯାଇଛି। ଡ୍ରେନ ଅଟକିଥିବା ସ୍ଥଳଟି ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ଲୋକେ ମଧ୍ୟ ଅନ୍ଯାନ୍ଯ ଆବର୍ଜନା ସାଙ୍ଗକୁ ମଲା କୁକୁର ଓ ବିଲେଇ ଆଣି ସେଠାରେ ପକାଇ ଦେଇ ଚାଲିଯାଉଛନ୍ତି। ଫଳରେ ସେହି ରାସ୍ତାକଡ ଆବର୍ଜନାସ୍ଥଳ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି କରୁଛି। ଦୁର୍ଗନ୍ଧରେ ଲୋକଙ୍କ ନାକ ଫାଟି ପଡୁଥିବା ବେଳେ ଆଖପାଖରେ ଥିବା ଘରଲୋକେ ଅଣନିଶ୍ବାସୀ ହୋଇପଡୁଛନ୍ତି। ଅନ୍ୟପକ୍ଷରେ ବର୍ଷା ହେଲେ ନର୍ଦ୍ଦମା ଜଳ ଆବର୍ଜନା ସହ ରାସ୍ତାରେ ଭାସୁଛି ଏବଂ ନିକଟରେ ଥିବା ଲୋକଙ୍କ ଘର ମଧ୍ଯକୁ ପ୍ରବେଶ କରୁଛି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରଶାସନର ଦୃଷ୍ଟି ଆଢୁଆଳରେ ରହିଥିବା ଏହି ସମସ୍ଯା ପ୍ରତି କୌଣସି ନିର୍ବାଚିତ ଜନପ୍ରତିନିଧି ମଧ୍ୟ ଧ୍ୟାନ ଦେଉନାହାନ୍ତି। ଏଣୁ , ଲୋକଙ୍କ କଲ୍ଯାଣକଳ୍ପେ ସେହି ରାସ୍ତାକଡରୁ ଆବର୍ଜନା ନିଷ୍କାସନ ସହ ଅଧାରେ ଅଟକିଥିବା ଡ୍ରେନକୁ ଆଗକୁ ବଢାଇ ଯଥାଶୀଘ୍ର ଏହି ସମସ୍ଯାର ପ୍ରତିକାର ବ୍ଯବସ୍ଥା ନିମନ୍ତେ ସାଧାରଣରେ ଦାବି ହେଉଛି।
