ସ୍ୱର୍ଗତ ସୁରେନ୍ଦ୍ରନାଥ ନାୟକଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ: ପ୍ରତିମୂର୍ତ୍ତି ଅନାବରଣ
ଅସ୍ତରଙ୍ଗ,କାକଟପୁର ନିର୍ବାଚନ ମଣ୍ଡଳୀର ଜନନାୟକ,ଗାନ୍ଧିବାଦୀ ନେତା,ପ୍ରବାଦ ପୁରୁଷ, ପିତାମହ ଭୀଷ୍ମ,ବିଶିଷ୍ଟ ରାଜନେତା ତଥା ପୂର୍ବତନ ମନ୍ତ୍ରୀ ସ୍ବର୍ଗତଃ ସୁରେନ୍ଦ୍ରନାଥ ନାୟକ (ସୁର ବାବୁ)ଙ୍କ ଦ୍ଵିତୀୟ ଶ୍ରାଦ୍ଧ ବାର୍ଷିକୀ ଅବସରରେ ତାଙ୍କ ଜନ୍ମମାଟି କାକଟପୁରଠାରେ ଏକ ଭବ୍ୟ ଶ୍ରଦ୍ଧାଞ୍ଜଳି ସଭା ଓ ପ୍ରତିମୂର୍ତ୍ତି ଅନାବରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୁରେନ୍ଦ୍ରନାଥ ମେମୋରିଆଲ ଟ୍ରଷ୍ଟ ଏବଂ ପଦ୍ମଚରଣ ସାମନ୍ତସିଂହାର ମେମୋରିଆଲ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ (ଭର୍ଚୁଆଲ) ମାଧ୍ୟମରେ ଯୋଡ଼ି ହୋଇ ସ୍ୱର୍ଗତ ନାୟକଙ୍କ ପ୍ରତିମୂର୍ତ୍ତିର ଅନାବରଣ କରିବା ସହ ନିଜର ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ l
ପ୍ରତିମୂର୍ତ୍ତି ଅନାବରଣ ପରେ ସ୍ଥାନୀୟ ପ୍ରସିଦ୍ଧ ସୋମେଶ୍ୱର ମନ୍ଦିର ନିକଟରେ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ କରାଯାଇଥିଲା। ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ସାଂସଦ ତଥା ରେଢ଼ାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ,ବରିଷ୍ଠ ବିଜେଡି ନେତା ତଥା ଆଠଗଡ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ତଥା କାକଟପୁର ନିର୍ବାଚନ ମଣ୍ଡଳୀର ବିଧାୟକ ତୁଷାରକାନ୍ତି ବେହେରା, ତାଙ୍କର ସୁପୁତ୍ର ତଥା ପୁରୀ ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ, ଯୁବ ନେତା ସୁବ୍ରତ ଚାଟୋଇ ଙ୍କ ସମେତ ବିଜେଡିର ଅନେକ ବରିଷ୍ଠ ନେତୃତ୍ୱ ଯୋଗଦେଇ ସୁର ବାବୁଙ୍କ ଓଡ଼ିଶା ରାଜନୀତି ଓ କାକଟପୁର ଅଞ୍ଚଳ ପ୍ରତି ରହିଥିବା ଅବଦାନକୁ ମନେ ପକାଇଥିଲେ। କାକଟପୁର ନିର୍ବାଚନ ମଣ୍ଡଳୀରୁ ୭ ଥର ବିଧାୟକ ଭାବେ ନିର୍ବାଚିତ ହୋଇ ଉପ ବାଚସ୍ପତି ଓ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସହ,ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ରାଜନୈତିକ ପ୍ରତିଷ୍ଠାତା ଓ ବରିଷ୍ଠ ନେତାଙ୍କ ସମାଗମ ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ପ୍ରମୁଖ ଚେହେରା ଏକାଠି ହୋଇଥିଲେ l ଏହା ସହିତ ପୁରୀ ଜିଲ୍ଲାର ବହୁ ବରିଷ୍ଠ ନେତୃତ୍ୱ ଓ ପ୍ରାୟ ଚାରି ହଜାରରୁ ଅଧିକ ଦଳୀୟ କର୍ମୀ ଏହି ଅବସରରେ ଉପସ୍ଥିତ ରହି ସୁର ବାବୁଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସୁର ବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଅବସରରେ କାକଟପୁରରେ ବିଜେଡିର ଏହି ବିଶାଳ ସମାବେଶ ଏକ ପ୍ରକାର ଶକ୍ତି ପ୍ରଦର୍ଶନ ଓ କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ଭରିବା ସହ ଅଞ୍ଚଳରେ ଦଳୀୟ ସଂଗଠନକୁ ଅଧିକ ମଜବୁତ କରିବା ପାଇଁ ଏକ ପ୍ରୟାସ ଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଜେ, ସ୍ୱର୍ଗତ ନାୟକ ଙ୍କ ଜନ୍ମ ମାଟି ଅସ୍ତରଙ୍ଗ ବ୍ଲକ ଅଧିନ ଅଣକଣା ଗ୍ରାମରେ,
