ପୂର୍ବତନ ଜିଲା ପରିଷଦ ଅଧ୍ୟକ୍ଷାଙ୍କ ପରଲୋକ
– ଲାଞ୍ଜିଗଡ଼, ୦୪/୦୭(ପୁରନ୍ଦର ଦଣ୍ଡସେନା): କଳାହାଣ୍ଡିର ପୂର୍ବତନ ଜିଲା ପରିଷଦ ଅଧ୍ଯକ୍ଷା ତଥା ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀଙ୍କ ଧର୍ମପତ୍ନୀ ଶ୍ରୀମତୀ ମାଝୀଙ୍କ ଗୁରୁବାର ରାତିରେ ପରଲୋକ ଘଟିଛି । ତାଙ୍କୁ ୫୭ ବର୍ଷ ହୋଇଥିଲା। ସେ ତିନିମାସ ହେବ ମସ୍ତିଷ୍କ ରକ୍ତସ୍ରାବ ପରେ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଶ୍ରୀମତୀ ୧୯୯୨ ମସିହାରେ ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତର ସମିତିସଭ୍ୟା ଭାବେ ନିର୍ବାଚିତ ହେଇ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ପରେ ୨୦୦୨ରେ ତ୍ରିଲୋଚନପୁର ପଞ୍ଚାୟତ ସମିତିସଭ୍ୟା ଭାବେ ନିର୍ବାଚିତ ହେଇ ବ୍ଲକର ପ୍ରଥମ ଆଦିବାସୀ ମହିଳା ଅଧ୍ଯକ୍ଷା ହେବାର ଗୌରବ ଲାଭକରିଥିଲେ। ୨୦୦୦ରୁ ୨୦୧୨ ପର୍ଯ୍ୟନ୍ତ ଦୁଇଥର ରହିଥିବା ବେଳେ ସଦସ୍ୟ ରୂପେ ନିର୍ବାଚିତ ହୋଇ ଲାଞ୍ଜିଗଡ଼ ବ୍ଲକ ଅଧ୍ଯକ୍ଷା ଭାବେ ଦୁଇ କର୍ଲାମୁଣ୍ଡା ବ୍ଲକରୁ ଜିଲା ପରିଷଦ କଳାହାଣ୍ଡି ଜିଲା ପରିଷଦ ଅଧ୍ଯକ୍ଷା ଭାବେ ୨୦୧୭ ପର୍ଯ୍ୟନ୍ତ କାର୍ଯ୍ୟଭାର ତୁଲାଇଥିଲେ। ୨୦୨୨ରେ କୁମଖାଲ ପଞ୍ଚାୟତର ସମିତି ସଦସ୍ୟା ଭାବେ କାର୍ଯ୍ୟରତ ଥିଲେ। ମୃତ୍ୟୁ ସମୟରେ ସ୍ବାମୀ, ପୁତ୍ର ଫକୀର ମାଝୀ, ପୁତ୍ରବଧୂ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ। କଳାହାଣ୍ଡି ଜିଲା ତଥା ଲାଞ୍ଜିଗଡ଼ ବ୍ଲକ ଅଞ୍ଚଳରେ ସେ ଜଣେ ଦକ୍ଷ ରାଜନେତ୍ରୀ ଭାବେ ଜଣାଶୁଣା ଥିଲେ। ତାଙ୍କ ବିୟୋଗରେ ଜିଲାବ୍ୟାପୀ ଶୋକର ଛାୟା ଖେଳିଯାଇଥୁବାବେଳେ ଜିଲାର ସାଂସଦ, ବିଧାୟକ, ପୂର୍ବତନ ସାଂସଦ ଓ ପୂର୍ବତନ ବିଧାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି। ଶୁକ୍ରବାର ଅପରାହ୍ନରେ ପୁରୀ ସ୍ବର୍ଗଦ୍ବାରଠାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।
– *ଲାଞ୍ଜିଗଡ ରୁ ପୁରନ୍ଦର ଦଣ୍ଡସେନା ଙ୍କ ରିପୋର୍ଟ ନିୟୁଜ୍ ଉପାନ୍ତ ଖବର*
