July 4, 2026

ଶିଶୁ ମୃତ୍ୟୁ କୁ ନେଇ ଉତେଜନା 

hand
Share

 

 

କୁଜଙ୍ଗ ,ଶିଶୁ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ଦେଖା ଦେଇଛି । ଏକ ଦଶ ମାସର ଶିଶୁପୁତ୍ର ମୃଦୁ ପାନୀୟ ବୋତଲ ର ଠିପି କୁ ଗିଳି ଦେବାରୁ ତାର ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ହୋଇଛି । ମୃତ ଶିଶୁଙ୍କ ପରିବାର ଏହି ଘଟଣାରେ ସମ୍ପୃକ୍ତ ଡାକ୍ତରଙ୍କ ଅବହେଳାକୁ ଦାୟୀ କରିଥିବା ବେଳେ ବିଳମ୍ବିତ ରାତି ପର୍ଯ୍ୟନ୍ତ କୁଜଙ୍ଗ ମେଡିକାଲ୍‌ରେ ଉତ୍ତେଜନା ଲାଗି ରହିଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ପରିସ୍ଥିତି କୁ ନିୟନ୍ତ୍ରଣ କରିଛି । ମିଳିଥିବା ସୂଚନା ମୁତାବକ, ତିର୍ତ୍ତୋଲ ଥାନା ଶାଳିଜଙ୍ଗ। ଗ୍ରାମର ସଂଜୟ ଦାସ ଓ ମିତାଲି ଦାସଙ୍କ ଦଶ ମାସର ଶିଶୁପୁତ୍ର ସାଇ ଦାସ ତାଙ୍କ ମାମୁଘର କୁଜଙ୍ଗ ଥାନା ଗୁଆମୁଣ୍ଡାକୁ ଆସିଥିଲେ । କୌଣସି କାରଣରୁ ଶିଶୁପୁତ୍ରଟି ଏକ ମୃଦୁ ପାନୀୟ ବୋତଲ ର ପ୍ଲାଷ୍ଟିକ୍ ଠିପିକୁ ଗିଳି ଦେଇଥିଲା । ଏହା ଜଣାପଡ଼ିବା ପରେ ତାକୁ ପରିବାର ଲୋକେ ତୁରନ୍ତ ବାଲିତୁଠ ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ଏହି ଠିପି ବାହାର କରି ନ ପାରିବାରୁ କୁଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଥିଲା । କୁଜଙ୍ଗ ଡାକ୍ତରଖାନା ରେ ଡା. ଆର୍. ପ୍ରୀତମ୍ ଶ୍ରୀକୁମାର ଶିଶୁଟିର ଚିକିତ୍ସା କରିଥିଲେ । ଶିଶୁଟି

ମୃଦୁ ପାନୀୟ ବୋତଲ ଠିପି ଗିଳିଦେବା କଥା ପରିବାର ଲୋକେ କହିଥିଲେ ହେଁ

ଡାକ୍ତର ଏହାକୁ ଗୁରୁତ୍ୱ ଦେଇନଥିବା ଅଭିଯୋଗ କରିଛନ୍ତି ପରିବାର ସଦସ୍ୟ । ଡାକ୍ତର ପରୀକ୍ଷା ନିରୀକ୍ଷା କରୁଥିବା ସମୟରେ ଶିଶୁର ଶ୍ଵାସକ୍ରିୟା ବନ୍ଦ ହୋଇଯାଇଥିଲା । ଡାକ୍ତର ଶ୍ଵାସକ୍ରିୟା ଫେରାଇ ଆଣିବା ପାଇଁ ଛାତିକୁ ଚାପ ଦେଇଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶିଶୁଟିକୁ ପରିବାର ଲୋକେ କଟକ ବଡ଼ ମେଡିକାଲ ପଠାଇ ବାକୁ କହିଥିଲେ । ମାତ୍ର ଶିଶୁଟି ମୃତ ବୋଲି ଡାକ୍ତର ଘୋଷଣା କରି ଛାଡି କରି ନଥିଲେ ବୋଲି କୁହାଯାଉଛି । ଅନ୍ୟ ପକ୍ଷରେ ଶିଶୁର ମୃତ୍ୟୁ ପରେ ତା ମା’ ଶିଶୁର ପାଟିରୁ ପ୍ଲାଷ୍ଟିକ ଠିପି ବାହାର କରିଥିଲେ ଯାହାକୁ ନେଇ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା ।(ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )