July 4, 2026

ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଦ୍ୱାରା ୫୦୦ ଲିଟର ଦେଶୀ ମଦ ଜବତ, ଜଣେ ମହିଳା ଗିରଫ 

IMG-20260704-WA0095
Share

 

 

ପାରଳାଖେମୁଣ୍ଡି:୪/୭(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲା ଏସପି ପ୍ରହଲ୍ଲାଦ ସହାୟ ମୀନାଙ୍କ ନିର୍ଦେଶକ୍ରମେ ଶାନ୍ତିଶୃଙ୍ଖଳା ରକ୍ଷା ସହ ଚୋରା ମଦ କାରବାର ବିରୁଦ୍ଧରେ ପୋଲିସର ଚଢାଉ ଜାରି ରହିଛି. ଏହି ପରିପ୍ରେକ୍ଷୀରେ ପାରଳାଖେମୁଣ୍ଡି ଆଦଶ ଥାନା ପୋଲିସ ତରଫରୁ ଚୋରା ମଦ କାରବାର ଚାଲିଥିବା ଅଭିଯୋଗରେ ସ୍ଥାନୀୟ ସୁବାସନଗର ସ୍ଥିତ ଜଗିଲି ସାହିରେ ପୋଲିସ ଚଢ଼ାଉ କରି ପୋଲାକି ଶାନ୍ତମ୍ମା ନାମକ ଜଣେ ମହିଳାଙ୍କ ଘରୁ ପ୍ରାୟ ୫୦୦ ଲିଟର ଦେଶୀ ମଦ ଜବତ କରାଯାଇଛି। ଏହି ଦେଶୀ ମଦ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ଓ ଅପରିଷ୍କାର ପରିବେଶରେ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ବାହାରେ ଫୋପାଡି ଦିଆ ଯାଇଥିବା ପ୍ଲାଷ୍ଟିକ ପାଣି ବୋତଲ, କୋଲଡ୍ରିନଙ୍କ ବୋତଲ ଗୁଡିକୁ ଗୋଟାଇ ଆଣି ଦେଶୀ ମଦ ବୋତଲ ଗୁଡିକରେ ଭର୍ତ୍ତି କରି ଗ୍ରାହକମାନଙ୍କୁ ବିକ୍ରି କରାଯାଉଥିଲା. ଏହି ଘଟଣାରେ ବେଆଇନ ଭାବେ ଦେଶୀ ମଦ ରଖିବା, ପ୍ରସ୍ତୁତ ଓ ବିକ୍ରି କରିବା ସହ ସଂଗଠିତ ଅପରାଧ ସମ୍ବନ୍ଧୀୟ ଆଇନ ଧାରାରେ ପାରଳାଖେମୁଣ୍ଡି ଥାନା କେସ୍ ନଂ. ୨୭୫/୨୦୨୬ ରୁଜୁ କରାଯାଇ ସମ୍ପୃକ୍ତ ମହିଳାଙ୍କୁ ଆଜି କୋୖର୍ଟଚାଲାଣ କରାଯାଇଥିବା ପାରଳା ଥାନା ଆଇଆଇସି ପ୍ରଶାନ୍ତ କୁମାର ଭୂପତି ସୂଚନା ପ୍ରଦାନ କରିଛନ୍ତି.