June 28, 2026

ଚିକଲଖଣ୍ଡି ଗ୍ରାମର ଯଜ୍ଞ-ଉତ୍ସବ ଉଦଯାପିତ 

IMG-20260627-WA0002
Share

ଛତ୍ରପୁର, ତା.୨୬ / ୬/୨୬ (ଅରୁଣ କୁମାର ପଣ୍ଡା )

ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଚିକଲଖଣ୍ଡି ଗ୍ରାମରେ ସାତଦିନ ଧରି ବର୍ଣ୍ଣାଢ଼୍ୟ ସମାରୋହରେ ସମାହିତ ହୋଇ ଆସିଥିବା ଯଜ୍ଞ-ଉତ୍ସବ ଗତ ୨୫ ତାରିଖରେ ଉଦଯାପିତ ହୋଇଯାଇଛି ।

ଚିକଲଖଣ୍ଡି ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ର ପ୍ରାସାଦ, ସିଂହଦ୍ୱାର, ମୁଖ୍ୟ ପ୍ରବେଶଦ୍ୱାରରେ କାଳୀମୁଖୀ, ପାର୍ଶ୍ୱ-ଦେବାଦେବୀ ଙ୍କ ବିଗ୍ରହ, କାଳୀ ମନ୍ଦିର ର ବିଜେ ପ୍ରତିମା, ବିବିଧ ନିର୍ମାଣ ଶୈଳୀ ର ପ୍ରତିଷ୍ଠା ଉତ୍ସବ ଅବସରରେ ଆୟୋଜିତ ଯଜ୍ଞ ଉତ୍ସବ ଖୁବ୍ ନିଆରା ଭାବେ ଉତ୍ସବମୁଖର ହୋଇଉଠିଥିଲା ।

ମନ୍ଦିରର ପାର୍ଶ୍ୱବେଢ଼ା ରେ ନିର୍ମିତ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟ, ଦେବତା ଅଧିବାସ ସାଂଗକୁ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ଗୋ-ଯଜ୍ଞ ଆଦି ବିଦ୍ଧିବଦ୍ଧ ଭାବେ ସମ୍ପନ୍ନ ହୋଇଅଛି ।

ଦୈନିକ ସନ୍ଧ୍ୟା ସମୟରେ କଥା ବାଚକ ଙ୍କ ଦ୍ଵାରା ଜ୍ଞାନଯଜ୍ଞ ର ଅୟୋଜନରେ ଶାସ୍ତ୍ରଜ୍ଞାନ ସଙ୍ଗୀତ ପରିବେଷଣ ଆଦି ଭକ୍ତ ମାନେ ବିଭୋର ହୋଇଛନ୍ତି ।

ଜ୍ୟେଷ୍ଠ ଶୁକ୍ଳ ପଞ୍ଚମୀ ତିଥିରେ ଆରମ୍ଭ ହୋଇ ଥିବା ଏହି ସପ୍ତାହନ୍ତ ଯଜ୍ଞାନୁଷ୍ଠାନରେ ମହନ୍ତମହାରାଜ ଶ୍ରୀପାଦ ଧନଞ୍ଜୟ ବ୍ରହ୍ମଚର୍ଯ୍ୟ ମନ୍ଦିର ପ୍ରତିଷ୍ଠା ଉତ୍ସବ ର ପ୍ରଚାରକ ପଣ୍ଡିତ ଶ୍ରୀ ମନୋଜ କୁମାର ଶତପଥୀ ଙ୍କ ସମେତ ବହୁ ବିଶିଷ୍ଟ ସନ୍ଥ,ପୁରୋହିତ ପଣ୍ତିତଗଣ ଯୋଗଦେଇ ସକ୍ରୀୟ ଅଂଶଗ୍ରହଣ କରିଥିଲେ ।

ଦୈନିକ ପ୍ରାୟ ଦଶ-ଶହସ୍ରାଧିକ ସଂଖ୍ୟାରେ ଭକ୍ତଙ୍କ ଗହଳି ତଥା ଜନସମାଗମ ହୋଇ ଆସୁଥିଲା । ସାତଦିନ ଧରି ସ୍ଥାନଟି ଖୁବ୍ ଉଚ୍ଛୁଳି ପଡୁଥିଲା । ଅଗଣିତ ଭକ୍ତଜନ ଦେବାଦେବୀ ଙ୍କୁ ଦର୍ଶନ କରି ଅନ୍ନ-ପ୍ରସାଦରେ ଆପ୍ୟାୟିତ ହୋଇ ଖୁସିବ୍ୟକ୍ତ କରିଥିବା ସାଂଗକୁ ଯଜ୍ଞାନୁଷ୍ଠାନରେ ଆଶ୍ରୀବଚନ ଲାଭ କରିବା ସାଂଗକୁ ବିଭୂ କୃପାଲାଭ କରିଥିଲେ । ଯଜ୍ଞ-ଉତ୍ସବ ଖୁବ୍ ବର୍ଣ୍ଣାଢ୍ୟ ସମାରୋହରେ ସମାହିତ ହୋଇଥିଲା ।

ଶେଷରେ ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ମନୋରଞ୍ଜନ ନିମନ୍ତେ ଦୁଇ ଯାତ୍ରା ମଞ୍ଚରେ ରାମାୟଣ ପରିବେଷଣ ହୋଇଅଛି । ଦୁଇ ମଞ୍ଚରେ ଅଭିନୟ ପ୍ରଦର୍ଶନ କରିଥିବା ବହୁ କଳାକାରଙ୍କୁ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଆକର୍ଷିତ କରିଥିଲା ।

ଏହି ଦୁଇ ଯାତ୍ରା ମଞ୍ଚରେ ପ୍ରତିଯୋଗୀତା ମୂଳକ ଅଭିନୟ ପ୍ରଦର୍ଶନରେ ଲୋକେ ମନଭରି ଉପଭୋଗ କରୁଛନ୍ତି ।

ଏହି ଦୁଇ ଦିନିଆ ଯାତ୍ରାରେ ଉପସ୍ଥିତ ହଜାର ହଜାର ଜନତାଙ୍କୁ ବିମୋହିତ କରିଥିଲା ।