June 28, 2026

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନ ରେ ରକ୍ତଦାନ ଶିବିର ଅନୁଷ୍ଠିତ

IMG-20260627-WA0004
Share

 

ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଙ୍କ ଜନ୍ମ ଦିନରେ ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଙ୍କ ନେତୃତ୍ୱ ରେ ଯୁବମୋର୍ଚା ସଭାପତି ଶିବପ୍ରସାଦ ଦାଶ ଙ୍କ ସହଯୋଗୀତାରେ ସକାଳେ ଶ୍ରୀମନ୍ଦିର ଠାରେ ଦ୍ୱୀପ ଦାନ କରାଯାଇଥିଲା, ଦିନ 11ଟା ସମୟ ରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ଠାରେ ପୁରୀ ବଡ଼ ମେଡିକାଲ ରେ ରକ୍ତ ଅଭାବ କୁ ଦୃଷ୍ଟି ରେ ରଖି ଆଜି ମାନ୍ୟବର କେନ୍ଦ୍ର ମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମ ଦିନରେ ମାଉସୀମା ମଣ୍ଡଳ ଯୁବ ମୋର୍ଚ୍ଚା ତରଫରୁ ଏକ ରକ୍ତ ଦାନ ଶିବିର ଆୟୋଜିତ କରିଥିଲେ| ମାନ୍ୟବର ସାଂସଦ ଡା ସମ୍ବିତ ପାତ୍ର ଭାଇ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ଜୟନ୍ତ କୁମାର ଷଡ଼ଙ୍ଗୀ ଭାଇ ଉଦଘାଟନ କରିଥିଲେ | ପୁରୀ ବିଧାନସଭା ର ବହୁତ କାର୍ଯ୍ୟକତ୍ତା ଏଥିରେ ଅଂଶଗ୍ରହଣ କରି ରକ୍ତ ଦାନ କରିଥିଲେ | ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପ୍ରଭଞ୍ଜନ ମହାପାତ୍ର, ଜିଲ୍ଲା ସଦାରଣ ସମ୍ପାଦକ ଚିତ୍ତରଞ୍ଜନ ବିଶ୍ୱାଳ, ଉପ ସଭାପତି ରଞ୍ଜିତା ଦାଶ, ସମ୍ପାଦକ ଜୟନ୍ତ ଦାଶ, ଅନିଲ ସାହୁ , ବରିଷ୍ଟ ସେବାୟତ ଭବାନି ଦାସ ମହାପାତ୍ର, ମଣ୍ଡଳ ସଭାପତି ବିରଞ୍ଚି ନାରୟଣ ମିଶ୍ର, ଦୁର୍ଗା ପ୍ରସାଦ ପରିଡା, ଅଜୟ ଦାସ, ରାଜକିଶୋର ପଣ୍ଡା, ତପନ ଗଜେନ୍ଦ୍ର, ସଞ୍ଜୀବ ମୁଖାର୍ଜୀ, ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଶ୍ୱଜିତ ମହାନ୍ତି , ବରିଷ୍ଟ ନେତା ଅକ୍ଷୟ ମହାନ୍ତି, ସଂଗ୍ରାମ କାନୁନଗୋ, ରଜନୀ ପଟନାୟକ, ପୂର୍ବତନ କାଉନସିଲର ମାନସ ଲେଙ୍କା, ସୁନିତା ମହାରଣା, ସୋମନାଥ ଦାସ, ଅନିତା ପଟ୍ଟନାୟକ, ଯୁବ ମୋର୍ଚ୍ଚା ର ଶିବ ନାରାୟଣ ଦାଶ, ସଂଗ୍ରାମ ପରିଡା, ମନୋଜ ବିଷୋୟୀ, ସଂଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ