ଆଜିର ଖବର…
୧-ପୁରୀ:ସୋମବାର ସ୍ନାନଯାତ୍ରା ପାଇଁ, ଗତକାଲି ରାତିରୁ ଆଜି ଅପରାହ୍ନ ଗୋଟାଏ ଯାଏଁ ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ।
୨-ପୁରୀ ସ୍ନାନ ଯାତ୍ରା:ଭୋର ୫ଟାରେ ହେବ ପହଣ୍ଡି,୧୨ଟାରେ ଜଳ ବିଜେ। ଅପରାହ୍ନ ୫ଟା ସୁଦ୍ଧା ସରିବ ହାତୀ ବେଶ।
୩-ବିଦ୍ୟାଳୟ ସମୟ ପରିବର୍ତ୍ତନ ନେଇ ଅଭିଭାବକ ମହଲରେ ଦାବି ଜୋରଦାର, ପୁନର୍ବିଚାର ହେଉ, ନିଷ୍ପତ୍ତି ବଦଳୁ।
୪-ଭୁବନେଶ୍ୱର:ଆସୁଛି ବଡ଼ ବର୍ଷା, ପୂରା ଓଡ଼ିଶାକୁ ଆଲର୍ଟ ଜାରି।ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ ।
୫-ମହାନଦୀ ଜଳ ବିବାଦ: ଟ୍ରିବ୍ୟୁନାଲ ନିକଟରେ ରିପୋର୍ଟ ଦାଖଲ କଲା ଯୁଗ୍ମ ବୈଷୟିକ ଟିମ୍।
୬-ପୁରୀ:ମହାପ୍ରଭୁଙ୍କ ସ୍ନାନଯାତ୍ରା ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ହାଇ-ଟେକ୍ ନଜର ଏବଂ ଡିଜିଟାଲ୍ ସର୍ଭେଲାନ୍ସ ରହିବ ଶ୍ରୀକ୍ଷେତ୍ର।
୭-୨୯ରେ ରାଜଧାନୀରେ ହେବ ଶିକ୍ଷକ ସମାବେଶ। ଅନୁଦାନ ଓ ଚାକିରି ସର୍ତ୍ତାବଳୀ ସହ ପେନସନ ଦାବି।
୮-ଖଣ୍ଡଗିରି:ବିଷ ପିଇଥିବା ଯୁବକଙ୍କ ମୃତ୍ୟୁକୁ ନେଇ ତୁମୁଳକାଣ୍ଡ,ଏମ୍ସ ଡାକ୍ତରଙ୍କୁ ନିର୍ଘାତ ପିଟିଲେ,୩ଜଣକୁ ଉଠାଇ ନେଲା ପୋଲିସ।
୯-ଭୁବନେଶ୍ୱର ମଞ୍ଚେଶ୍ୱର ରେଳ ଷ୍ଟାଡିୟମ ନିକଟରେ ଏକ ଆମ ବସ୍ ବାପା-ଝିଅଙ୍କୁ ଧକ୍କା ଦେଲା।ଗୁରୁତର ଅବସ୍ଥାରେ ଉଭୟ ମେଡିକାଲରେ ହେଲେ ଭର୍ତ୍ତି ।
୧୦-ରାଉରକେଲା,ବିଶ୍ରା ଥାନା:ସହିପାରିଲାନି ରିଜେକ୍ସନ, ପ୍ରେମିକାକୁ ଜୀଅନ୍ତା ଜାଳିଦେଲା ପ୍ରେମିକ !
୧୧-ଶିମିଳିପାଳରେ ବଂଶବୃଦ୍ଧିର ନୂଆ ଅଧ୍ୟାୟ;ଟ୍ରାପ କ୍ୟାମେରାରେ କଏଦ ହେଲା ବାଘୁଣୀ ‘ଜିନ୍ନତ’ ଓ ଶାବକ।
୧୨-ପୁରୀ:ସଚ୍ଚୋଟ ଡ୍ରାଇଭର୍ ସନ୍ତୋଷ ମିଶ୍ର, ଯାତ୍ରୀ ଛାଡ଼ିଯାଇଥିବା ଟଙ୍କା ଓ ସୁନାଗହଣା ଫେରାଇଲେ।
୧୩-ରେମୁଣା:କଣ୍ଟେନରକୁ ପଛରୁ ପିଟିଲା ବୋଲେରୋ;ଦୁଇ ଡିଏସପିଙ୍କ ସହ ଚାଳକ ଆହତ।
୧୪-ଆନନ୍ଦପୁର:ଗଛ ଗଛ ମଧ୍ୟରେ ନିଆରା ବାହାଘର, ବୈଦିକ ରୀତିନୀତିରେ ବିବାହ କଲେ ବର ଗଛ, ଓସ୍ତ ଗଛ।
୧୫-ଉଦଳା:ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା, OTAS ଅଫିସର ଭୀମସେନ ଟୁଡୁ ଚାକିରିରୁ ବହିସ୍କୃତ।
୧୬-ଲଣ୍ଡନ: ମହିଳା ଟି୨୦ ବିଶ୍ଵ କପ୍,ଆଜି ଭାରତ – ଅଷ୍ଟ୍ରେଲିଆ ମୁକାବିଲା।
୧୭-ଫିଫା ବିଶ୍ଵ କପ୍: ପ୍ରଥମ ଥର ନକ୍ ଆଉଟ୍ ରେ ଇଜିପ୍ଟ, ଆଶଙ୍କାରେ ଇରାନ୍।
୧୮-ମହରମ୍ ଶୋଭାଯାତ୍ରାକୁ କଥିତ ଟାର୍ଗେଟ୍, ୧୪,୯୦୦ ବିଷାକ୍ତ କ୍ୟାପସୁଲ ଜବତ କଲା ମୁମ୍ବାଇ ପୋଲିସ।
୧୯-ମୁମ୍ବାଇ:ଏବେ ମହାରାଷ୍ଟ୍ରରେ ଟିଇଟି ପେପର ଲିକ୍, ଜୁନ ୨୮ରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରହିଲା।
୨୦-ଶକ୍ତିଶାଳୀ ଭୂମିକମ୍ପ ଝଟକାରେ ଥରିଲା କାଶ୍ମୀରରୁ ଦିଲ୍ଲୀ; ଭୟରେ ଦୌଡ଼ିଲେ ଲୋକେ।
୨୧-ପାକିସ୍ତାନର ବିଦେଶୀ ଋଣ ପରିମାଣ ବଢି ୮୨ ଲକ୍ଷ କୋଟି ହେଲାଣି।
୨୨-କରାଚୀର ରେଞ୍ଜର୍ସ ମୁଖ୍ୟାଳୟରେ ଆତ୍ମଘାତୀ ବିସ୍ଫୋରଣ, ଆଖିବୁଜା ଗୁଳିମାଡ଼; ୪ ଜଣଙ୍କ ମୃତ୍ୟୁ ।
