June 16, 2026

ଜିଲ୍ଲାରେ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଅନୁଷ୍ଠିତ

IMG-20260616-WA0039
Share

 

 

 

ଅନୁଗୋଳ,୧୬.୦୬: ଶିଶୁ ଶ୍ରମ ଉଚ୍ଛେଦ ଓ ଶିଶୁ ସୁରକ୍ଷା ଗଠନ ଲକ୍ଷ୍ୟରେ ଜିଲ୍ଲାରେ ଚାଲିଥିବା ୧୫ ଦିନିଆ ଅଭିଯାନରେ ଏକ ଶିଶୁ ଶ୍ରମ ନିରାକରଣ ସଚେତନତା ରାଲି ଆୟୋଜିତ ହୋଇଯାଇଛି। ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ପୁରୁଣା କାର୍ଯ୍ୟାଳୟ ପରିସରରୁ ବାହାରିଥିବା ଏହି ରାଲିକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଉଦୟ କୁମାର ମହାପାତ୍ର ଏବଂ ଯୁଗ୍ମ ଶ୍ରମ ଆୟୁକ୍ତ ଶ୍ରୀ କୁବେର ବେହେରା ମିଳିତ ଭାବେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଶିଶୁ ଶ୍ରମ ନିରାକରଣ, ଶିଶୁମାନଙ୍କ ଅଧିକାର ସୁରକ୍ଷା, ଶିକ୍ଷାର ଅଧିକାର ଏବଂ ସେମାନଙ୍କ ସାମଗ୍ରିକ କଲ୍ୟାଣ ସମ୍ପର୍କରେ ସାଧାରଣ ଜନତାଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ହିଁ ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ । ଏହି ଅବସରରେ ପ୍ରଭାଗୀୟ ଶ୍ରମ ଆୟୁକ୍ତ ଶ୍ରୀମତୀ ଇତିଶ୍ରୀ ଗାଗରାଇ, ଭାରପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ଦେବ ପ୍ରସାଦ ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଗୌରୀ ଶଙ୍କର ବେହେରା ଏବଂ ବିଶ୍ୱ ଯୁବ କେନ୍ଦ୍ରର ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଚାଇଲ୍ଡ ଲାଇନର ଅଧିକାରୀବୃନ୍ଦ, ସହକାରୀ ଶ୍ରମ ଅଧିକାରୀଗଣ, ଶ୍ରମ ବିଭାଗର କର୍ମଚାରୀ ଏବଂ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ଏହି ସଚେତନତା ରାଲିଟି ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ପୁରୁଣା ଅଫିସ୍ ପରିସରରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ସ୍ଥାନୀୟ ମାର୍କେଟ୍ ପରିକ୍ରମା କରି ଜଗନ୍ନାଥ ମନ୍ଦିର ନିକଟରେ ସମାପ୍ତ ହୋଇଥିଲା।