September 20, 2026
IMG-20260321-WA0044
Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ରାୟଗଡ଼ ଜିଲ୍ଳା କୋଲନରା ବ୍ଲକ ଡୁମୁରି ଗୁଡା ପଞ୍ଚାୟତ ସାନ୍ତା ବାଡ଼ିଗାଁ ଠାରେ ଶୁକ୍ରବାର ଦିନ ଜଳ ଅର୍ପଣ ଦିବସ ପାଳିତ ହୋଇଯାଇଛି।

ପଞ୍ଚାୟତ ସମିତି କୋଲନରା ଏବଂ ପଞ୍ଚାୟତିରାଜ ପାନୀୟ ଜଳ ବିଭାଗ, ଓଡିଶା ସରକାର ଙ୍କ ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିଲ୍ଲା ପରିଷଦ ରାୟଗଡ ଶ୍ରୀଯୁକ୍ତ ଅକ୍ଷୟ କୁମାର ଖେମୁଣ୍ଡୁ ସଭାପତିତ୍ୱ କରିଥିବା ବେଳେ ବିଶେଷ ସମ୍ମାନିତ ଅତିଥି ଭାବରେ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ସଂଯୁକ୍ତା କୁଲେସିକା,ଉପାଧ୍ୟକ୍ଷ ହଳଧର ହିମିରିକା, ଜିଲ୍ଳା ପରିଷଦ ସଭ୍ୟ ଧବଳେଶ୍ୱର ନାଇଡୁ, ସୁନୀତା ତାଡ଼ିଙ୍ଗି, ଡୁମୁରିଗୁଡା ସରପଞ୍ଚ ମାଣିକ ପିର୍ବାକା, ସାଂସଦ ପ୍ରତିନିଧି ଆଇ ଗୋବର୍ଦ୍ଧନ ରାଓ ଏବଂ କୋଲନରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ରୀନା ପ୍ରଧାନ ଉପସ୍ଥିତ ଥିଲେ। ଏହି ଉତ୍ସବରେ ନୂତନ ଭାବେ ତିଆରି ହୋଇଥିବା ପାଣି ଟ୍ୟାଙ୍କ,ପ୍ରତ୍ୟେକ ଘରକୁ ସଂଯୋଗ ହୋଇଥିବା ପାନୀୟ ଜଳ ଟ୍ୟାପକୁ ୬ଟି ଗ୍ରାମର ଗ୍ରାମ ବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପିତ କରିବା ସହ ଆନୁଷ୍ଠାନିକ ଭାବରେ ଏହାର ଗୋଷ୍ଠୀ ଗତ ମାଲିକାନା ପ୍ରଦାନ କରାଯାଇଥିଲା। ପିଣ୍ଡାପଦର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପ୍ରଦୀପ କୁମାର ନାୟକ ମଞ୍ଚ ପରିଚାଳନା କରିଥିବାବେଳେ ଇଂ ଶୁଭ୍ରଜିତ୍ ସେନ୍ ଧନ୍ୟବାଦ ଅର୍ପଣ କରିଥିଲେ। ସ୍ଥାନୀୟ ଗ୍ରାମର କଳାକାର ଓ ଡୁମୁରିଗୁଡା ଆବାସିକ ବିଦ୍ୟାଳୟର ଛାତ୍ରୀମାନେ ନୃତ୍ଯ ପରିବେଷଣ କରିଥିଲେ।