September 19, 2026

ମୋହନା ଥାନା ରେ ନୂତନ ଥାନା ଅଧିକାରୀ ଙ୍କ ଦାୟିତ୍ୱ ଗ୍ରହଣ ..

IMG-20260220-WA0009
Share

 

 

ମୋହନା – ଗଜପତି ଜିଲ୍ଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋହନା ଥାନାରେ ଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠି ଏଠାରୁ ବଦଳି ହୋଇ ଗୁରାଣ୍ଡି ଥାନା କୁ ବଦଳି ହୋଇ ଯାଇଛନ୍ତି। ଶ୍ରୀ ପାତ୍ର ଗଞ୍ଜାମ ଜିଲ୍ଲା ର ଖଲିକୋଟ, କୋଦଳା, ପୁରୁଷୋତ୍ତମପୁର, ଜଗନ୍ନାଥ ପ୍ରସାଦ, ବଡ଼ଗଡ଼ ଅଞ୍ଚଳ ରେ କାର୍ଯ୍ୟ କରି ସୁନାମ ଅର୍ଜନ କରି ଗତ ଏକ ବର୍ଷ ପୂର୍ବେ ଗଜପତି ଜିଲ୍ଲାର ଗୁରାଣ୍ଡି ଥାନାରେ କାର୍ଯ୍ୟ କରିଥିଲେ। ତାଙ୍କ କାର୍ଯ୍ୟ ଦକ୍ଷତା କୁ ଦେଖି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୋହନା ଥାନାକୁ ବଦଳି କରିଛନ୍ତି। ପୂର୍ବରୁ ଥିବା ଥାନା ଅଧିକାରୀ ଶ୍ରୀ ସେଠି ମୋହନା ଥାନାରେ କାର୍ଯ୍ୟ କରି ଗରିବ ଲୋକଙ୍କୁ ନ୍ୟାୟ ଦେବାରେ ସହାୟକ ହୋଇ ସୁନାମ ଅର୍ଜନ କରିଥିଲେ। ସେହିପରି ଶ୍ରୀ ପାତ୍ର କାର୍ଯ୍ୟ କରିବେ ବୋଲି ଅଞ୍ଚଳ ବାସି ଆଶା ରଖିଛନ୍ତି।