September 16, 2026

ପୂର୍ବତନ ବିଧାୟକ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ଶ୍ରାଦ୍ଧ ଦିବସ ପାଳିତ

IMG-20230115-WA0001
Share

 

(ଉମରକୋଟ ରୁ ଏମ. ଦୀନା°ଶୁ ଆଚାରୀ)

14.1.23: ଉମରକୋଟ ର ପୂର୍ବତନ ବିଧାୟକ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ଶ୍ରାଦ୍ଧ ଦିବସ ସ୍ଥାନୀୟ ବିଜେପି କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି. ଉକ୍ତ କାର୍ଯ୍ୟକ୍ରମ ରେ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ମୁଖ୍ୟ ଅତିଥି ଯୋଗ ଦେଇ ସ୍ବର୍ଗତ ଧର୍ମୁ ଗଣ୍ଡ ଙ୍କ ସ୍ମୃତି ଚାରଣ କରିଥିଲେ. ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ସାହୁ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ଅଶୋକ ପାଢ଼ୀ ଗତ ଦିନରେ ଧର୍ମୁ ଗଣ୍ଡ ଙ୍କ ପ୍ରୟାସ ରେ ଉମରକୋଟ ନିର୍ବାଚନ ମଣ୍ଡଳୀ ର ବିକାଶ ବିଷୟରେ ଆଲୋଚନା କରିଥିଲେ. ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି ସ୍ୱର୍ଗତ ଧର୍ମୁ ଗଣ୍ଡ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ. ପ୍ରଭାତ ନାୟକ, ସାନ ନାୟକ, ଗୋପୀନାଥ ସାହୁ, ରାମହରି ପ୍ରମୁଖ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ.