ପୁରୀଜିଲ୍ଲା ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ଆସୋସିଏସନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଆଜି ପୁରିସହର ଘୋଡାବଜାର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ପୁରୀଜିଲ୍ଲା ବାୟୁସେନା ଅଧିକାରୀ ଆସୋସିଏସନ ଏବଂ ସମର୍ପଣ ଆନୁକୂଲ୍ୟ ରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ବାୟୁସେନା ସଭାପତି ଅବନି ବଲ୍ଲଭ ଦତ୍ତ ଙ୍କ ଅଧକ୍ଷତାରେ ଗୁରୁ ନାରାୟଣ ଭଞ୍ଜ, ବିରଞ୍ଚି ନାରାୟଣ ତ୍ରିପାଠୀ, ଶ୍ରୀଧର ଜେନା, ବିଶ୍ୱନାଥ ମିଶ୍ର, ରମାକାନ୍ତ ଇନ୍ଦ୍ରଜିତ, ବସନ୍ତ ନାରାୟଣ ପାଲ, ନିହାର କୁମାର ରଥ, ଏସ କେ ପନ୍ଥ ଏବଂ ସମର୍ପଣ ର ସଭାପତି ଅଭିମନ୍ୟୁ ଭୂଇଁୟା,ସମ୍ପାଦିକା ଜୟନ୍ତୀ ମହାପାତ୍ରଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟା ପରିଚାଳନା କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ଆଜି ୫୦ ୟୁନିଟ ରକ୍ତ ସଂଗ୍ରହ ହେବ ବୋଲି ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି ସଭାପତି ଅବନି ବଲ୍ଲଭ ରଥ l
ପୁରୀରୁ ରମେଶ ସାହୁଙ୍କ ରଥ l
