September 16, 2026
ajiro khabar
Share

 

 

*ବୁଧବାର, ୧୬ ସେପ୍ଟେମ୍ବର ୨୦୨୬ର ମୁଖ୍ୟ ସମାଚାର*

 

*୧. ପଶ୍ଚିମ ଓଡ଼ିଶାରେ ନୂଆଁଖାଇ ତିହାର୍: ନୂଆ ଅନ୍ନ, ନୂଆ ଆଶାରେ ଝୁମିଲା ପୁରପଲ୍ଲୀ।*

 

*୨. ପୂଜା ପାଇଁ ନାହିଁ ଆନ୍ତରିକତା: ରିଲ୍ସ ନିଶାରେ ପେଣ୍ଡାଲରେ ଯୁବପିଢ଼ି।*

 

*୩. ଏମକେସିଜିର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଅଗ୍ନିକାଣ୍ଡ, ଅଳ୍ପକେ ଟଳିଗଲା ବଡ଼ ବିପଦ।*

 

*୪. ଅକ୍ଟୋବରରେ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ, ଆୟୋଜିତ ହେବ ‘ଛାତ୍ରୋ କି ଗୁଞ୍ଜ’ କାର୍ଯ୍ୟକ୍ରମ।*

 

*୫. ଉମରକୋଟ : ଧର୍ମ ପରିବର୍ତ୍ତନ କରିଥିଲେ ବୋଲି ଶବସତ୍କାରକୁ ମିଳିଲାନି ଶ୍ମଶାନ, ଉତ୍ତେଜନା ଓ ପୁଲିସ ମୁତୟନ।*

 

*୬. ପୂର୍ବତନ ମେୟର ପିଣ୍ଟୁ ଦାଶଙ୍କ ଭାଇ ସହ ଚାରି ଗିରଫ, ଅଣଲାଇସେନ୍ସ ବନ୍ଧୁକ ଓ ନଗଦ ଟଙ୍କା ଜବତ।*

 

*୭. ନାଇଜରର ପ୍ରଫେସର ହିମାଂଶୁ ଶେଖର ବିଶ୍ୱାଳ ‘ନାସି’ ଫେଲୋ ଭାବେ ନିର୍ବାଚିତ। ହାଇଡ୍ରୋଜେନ୍ ବଣ୍ଡିଂ ଓ ନନ୍-କୋଭାଲେଣ୍ଟ ଇଣ୍ଟରାକ୍ସନ୍‌ ଉପରେ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ମିଳିଛି ଏହି ସମ୍ମାନ।*

 

*୮. ରାଷ୍ଟ୍ରପତି ଭବନରେ ଗୁଞ୍ଜରିବ କୋରାପୁଟିଆ ଢେମସାର ତାଳ, ନୂଆଁଖାଇ ଉତ୍ସବରେ କଳା ପ୍ରଦର୍ଶନ କରିବ କୋଟପାଡ଼ କଳା ବିକାଶ କେନ୍ଦ୍ର।*

 

*୯. ପୂର୍ବ ଶତ୍ରୁତାରୁ ଯାତ୍ରା ରିହରସାଲ ବେଳେ ଖୋଜାପଲ୍ଲୀର ଚିତ୍ରସେନ ଜେନାଙ୍କୁ ଦୁଇ ଯୁବକ ଛୁରାମାଡ଼ କରିଥିବା ଅଭିଯୋଗ। ବ୍ରହ୍ମପୁରରେ ମୃତ୍ୟୁ, ଦୁଇ ଅଭିଯୁକ୍ତ ଫେରାର।*

 

*୧୦. ରାଜ୍ୟରେ ପ୍ରତିବର୍ଷ ହେଉଥିବା ମୃତ୍ୟୁରୁ ୮୦%ର କାରଣ ଅଜଣା ବା ଅସ୍ପଷ୍ଟ। କେବଳ ୨୦% ମୃତ୍ୟୁର ଡାକ୍ତରୀ ପ୍ରମାଣପତ୍ର (ଏମ୍‌ସିସିଡି) ହୋଇପାରୁଛି।*

 

*୧୧. ନିଜ ଲୋକସଭା ମଣ୍ଡଳୀରେ କାମ ଠିକ୍‌ରେ ହେଉନଥିବା ନେଇ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଓ ବ୍ରହ୍ମପୁର ସାଂସଦ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବଡ଼ ଅଭିଯୋଗ; ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି।*

 

*୧୨. ବହୁଚର୍ଚ୍ଚିତ ଗ୍ରାହାମ୍ ଷ୍ଟେନ୍ସ ଓ ତାଙ୍କ ଦୁଇ ନାବାଳକ ପୁଅଙ୍କ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଦାରା ସିଂଙ୍କ ଆଗୁଆ ଜେଲ୍‌ ମୁକ୍ତି ଆଶା କ୍ଷୀଣ। ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ (SSRB) ମଞ୍ଜୁରୀ ଦେଇନାହିଁ।*

 

*୧୩. ଓରାଙ୍ଗଉଟାନ ନନ୍ଦନକାନନର ବାସିନ୍ଦା ହୋଇ ରହିପାରିବେ, ଇଣ୍ଡୋନେସିଆକୁ ହସ୍ତାନ୍ତର କରିବାକୁ ପଡ଼ିବ ନାହିଁ: ଶୁଭେନ୍ଦୁ ମଲ୍ଲିକ।*

 

*୧୪. ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ହେବ କେମିତି? ବଜେଟ୍ ୧୨୨୦ କୋଟି, ଖର୍ଚ୍ଚ ମାତ୍ର ୩୧ କୋଟି।*

 

*୧୫. ଝରିଗାଁ ଅଞ୍ଚଳରେ ଚାଞ୍ଚଲ୍ୟ, ହୋମ ନିଆଁରେ ଦୃଶ୍ୟମାନ ହେଲେ ବିଘ୍ନ ବିନାଶକ।*

 

*୧୬. ମୋଦି ଥିଲେ ସବୁ ସମ୍ଭବ… ବିଶ୍ୱରେ ବଢ଼ିଛି କୋରାପୁଟ କଫିର ଚାହିଦା, ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ଧନ୍ୟବାଦ: ପ୍ରଭାତୀ ପରିଡ଼ା।*

 

*୧୭. ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ସଜବାଜ: ଅକ୍ଟୋବର ୨ରୁ ନବରଙ୍ଗପୁରରୁ ପଦଯାତ୍ରା; ଓଡ଼ିଶା ଆସିବେ ରାହୁଲ, ପ୍ରିୟଙ୍କା ଓ କର୍ଣ୍ଣାଟକ ସିଏମ୍।*

 

*୧୮. ଓରାଙ୍ଗଉଟାନ୍ ସ୍ମଗଲିଂର ନୂଆ ଖୁଲାସା, ବାଂଲାଦେଶରୁ ଆସିଥିଲେ ୫ ଶାବକ!*

 

*୧୯. ଅକ୍ଟୋବର-ଡିସେମ୍ବରରେ ଆସିବ ସବୁଠୁ ବଡ଼ ‘ମହାବାତ୍ୟା’! ଘଣ୍ଟା ପ୍ରତି ୨୨୦ କିମି ବେଗରେ ବହିବ ପବନ।*

 

*୨୦. ଓଡ଼ିଶାରେ ୮୨୪ ଅସୁରକ୍ଷିତ କୋଠା! ଅଗ୍ନିଶମ ବିଭାଗର ମାରାଥନ୍ ଯାଞ୍ଚ।*

 

*୨୧. ଆକ୍ସନ ମୋଡ୍‌ରେ ପୁରୀ ପ୍ରଶାସନ; ବେଆଇନ ନିର୍ମାଣ କରିଥିବା ୩୨ଟି ହୋଟେଲକୁ ନୋଟିସ।*

 

*୨୨. ଚିନି ଶିଳ୍ପ ପାଇଁ ନୂଆ ନୀତି ଅଡ଼ୁଆ! ଆୟ ଉପରେ ପ୍ରଭାବ ପଡ଼ିବା ଆଶଙ୍କା।*

 

*୨୩. ୟୁପିଆଇ କାରବାରକୁ ନେଇ ଆସିଲା ବଡ଼ ଖବର, ୨ ହଜାର ଟଙ୍କା ନେଣଦେଣ ଉପରେ ଲାଗିବନି ଶୁଳ୍କ।*

 

*୨୪. ୬ ଜିଲ୍ଲାରେ ବଢ଼ୁଛି ପିଲାଙ୍କ ଓଜନ; ଖୋର୍ଦ୍ଧାରେ ସର୍ବାଧିକ, ରିପୋର୍ଟରେ ଚିନ୍ତାଜନକ ତଥ୍ୟ।*

 

 

 

*୨୫. ଦେଶର ୫ମ ସବୁଠୁ ମହଙ୍ଗା ରାଜ୍ୟ ଓଡ଼ିଶା: ଅଗଷ୍ଟରେ ୫.୫% ଛୁଇଁଲା ଖୁଚୁରା ମୁଦ୍ରାସ୍ଫୀତି, ଚିନ୍ତାରେ ଗ୍ରାମୀଣ ଖାଉଟି।*

 

*୨୬. ରାଇଡ୍ ବୁକିଂ ପୂର୍ବରୁ ଅଧିକ ଟଙ୍କା ଦେବାକୁ କହିବା ମହଙ୍ଗା ପଡ଼ିଲା: ରାପିଡୋକୁ ୧୦ ଲକ୍ଷ ଜରିମାନା।*

 

*୨୭. ମୋଦିଙ୍କ ବ୍ରିକ୍ସ ଡିନରରେ ବିରୋଧୀ ରାଜ୍ୟର ୪ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ; ରାହୁଲ ଓ ଖଡଗେଙ୍କୁ ନଥିଲା ନିମନ୍ତ୍ରଣ।*

 

*୨୮. ୨୦୦୦ ଟଙ୍କାରୁ ଅଧିକ UPI ପେମେଣ୍ଟ ଉପରେ ୦.୪୦% ଚାର୍ଜ ଲାଗିବ, ଅକ୍ଟୋବର ୧୫ରୁ ଲାଗୁ।*

 

*୨୯. ଶିଶୁ ସୁରକ୍ଷା ପାଇଁ ଭାରତ ସରକାରଙ୍କ କଡ଼ା ନିୟମ: ଏବେ ସିଧାସଳଖ ସାଇବର କ୍ରାଇମ୍ ପୋର୍ଟାଲକୁ ରିପୋର୍ଟ କରିବ ମେଟା।*

 

*୩୦. ହସ୍ପିଟାଲ୍ ଯାଉନଥିଲେ, ରେକର୍ଡରେ ଫୁଲ୍ ପ୍ରେଜେଣ୍ଟ! ୭୫ ହଜାର ଦରମା ନେଉଥିଲେ କର୍ଣ୍ଣାଟକ କଂଗ୍ରେସ ବିଧାୟକଙ୍କ ଝିଆରୀ, ଏବେ ଆକ୍ସନ।*

 

*୩୧. ଜୟପୁର: ପୁଅକୁ ଜିତାଇଲା ମାଆର ଭୋଟ; ମାତ୍ର ଗୋଟିଏ ଭୋଟରେ ଜିତିଲେ ସ୍ୱାଧୀନ ପ୍ରାର୍ଥୀ, ଭୋଟ ଦେବାର ପରଦିନ ମାଆଙ୍କ ପରଲୋକ।*

 

*୩୨. ଦକ୍ଷିଣ-ପଶ୍ଚିମ ମୌସୁମୀ ସେପ୍ଟେମ୍ବର ୧୯ ବେଳକୁ ପଶ୍ଚିମ ରାଜସ୍ଥାନର କିଛି ଅଞ୍ଚଳରୁ ଫେରିବା ଆରମ୍ଭ କରିପାରେ। ଭାରତୀୟ ପାଣିପାଗ ବିଭାଗ ଏହା କହିଛି।*

 

*୩୩. ଆମେରିକାକୁ ଲାଭ ଦେବାକୁ ପୁଣିଥରେ ବୁଝାମଣା କଲେ କି ମୋଦୀ? କେନ୍ଦ୍ର ସରକାରଙ୍କ UPI ନିଷ୍ପତ୍ତିରେ ରାହୁଲଙ୍କ ପ୍ରଶ୍ନ।*

 

*୩୪. ଦିଶା ସାଲିଆନ୍ କେସ୍: ଉଦ୍ଧବ ଗୋଷ୍ଠୀର କଡ଼ା ପ୍ରତିକ୍ରିୟା; ‘ମହାରାଷ୍ଟ୍ରର ସବୁଠୁ ଲୋକପ୍ରିୟ ପରିବାରକୁ ବଦନାମ କରିବାର ଷଡ଼ଯନ୍ତ୍ର’ ବୋଲି ଅଭିଯୋଗ।*

 

*୩୫. ଉତ୍ତର ପ୍ରଦେଶ କ୍ୟାଡରର ୨୦୧୩ ବ୍ୟାଚର ଆଇଏଏସ୍ ଅଧିକାରୀ ଦିବ୍ୟା ମିତ୍ତଲଙ୍କ ଇସ୍ତଫାପତ୍ର କେନ୍ଦ୍ର ସରକାର ଗ୍ରହଣ କରିଛନ୍ତି। DoPT ପକ୍ଷରୁ ଏ ନେଇ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।*

 

*୩୬. ୟୁପିରେ ଘର-ଦୋକାନ ଭଡ଼ା ହେଲା ଶସ୍ତା; ଷ୍ଟାମ୍ପ୍ ଓ ପଞ୍ଜୀକରଣ ଶୁଳ୍କରେ ବଡ଼ ରିହାତି ଘୋଷଣା କଲେ ଯୋଗୀ ସରକାର।*

 

*୩୭. ମଣିପୁରରେ ପୁଣି ହିଂସା; ଦୁଇ ମହିଳାଙ୍କୁ ଗୁଳି କରି ହତ୍ୟା ସହ ଜାଳିଦେଲେ ଫାର୍ମହାଉସ୍।*

 

*୩୮. ଭାରତୀୟ କ୍ରିକେଟର ରିଙ୍କୁ ସିଂହ ଏବଂ ଉତ୍ତରପ୍ରଦେଶର ମଛଲିଶହର ଲୋକସଭା ଆସନର ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜଙ୍କ ବିବାହକୁ ନେଇ ବଡ଼ ଖବର; ଡିସେମ୍ବର ୪ରେ ବିବାହ ବନ୍ଧନରେ ବାନ୍ଧି ହେବେ।*

 

*୩୯. ବଢ଼ୁଛି ମୁଦ୍ରାସ୍ଫୀତି, ବାଧୁଛି ମହଙ୍ଗା ମାଡ଼; ବଢ଼ିପାରେ ଘର-ଗାଡ଼ି ଋଣ EMI।*

 

*୪୦. ଟ୍ରମ୍ପଙ୍କ ଆଲୋଚନା ପ୍ରସ୍ତାବକୁ ଇରାନର ଝଟକା; ସର୍ତ୍ତ ପୂରଣ ନହେଲେ କଥାବାର୍ତ୍ତା ନାହିଁ ବୋଲି କହିଲା।*

 

*୪୧. ମସୁଦ ଆଝାର ଉପରେ ୭୦ ଲକ୍ଷ ପୁରସ୍କାର ଘୋଷଣା କଲା ପାକିସ୍ତାନ; ଭାରତର ପ୍ରତିକ୍ରିୟା—ଏହା ଫମ୍ପା ଘୋଷଣା।*

 

*୪୨. ବିହାରରେ ବନ୍ୟା ସ୍ଥିତି ଗମ୍ଭୀର; ରାଜ୍ୟର ୧୫ ଜିଲ୍ଲାରେ ପ୍ରାୟ ୪୯.୭୨ ଲକ୍ଷ ଲୋକ ବନ୍ୟା ପ୍ରଭାବିତ।*

 

*୪୩. ଓମାନ ଉପକୂଳରେ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ ଘଟଣା; ୧୩ ଭାରତୀୟ ନାବିକ ଉଦ୍ଧାର, ଜଣେ ନିଖୋଜ।*

 

*୪୪. ନକଲି କ୍ୟାନ୍ସର ଔଷଧର ବଡ଼ ସିଣ୍ଡିକେଟ୍; ୯୦ରୁ ଅଧିକ ହସ୍ପିଟାଲ୍ ସନ୍ଦେହ ଘେରରେ।*

 

*୪୫. ଭାରତରେ ବିକ୍ରି ହେଉଛି ପାକିସ୍ତାନୀ ଫେୟାରନେସ୍ କ୍ରିମ୍; କିଡନି ପାଇଁ ବଡ଼ ବିପଦ ବୋଲି ସତର୍କ କଲେ କେନ୍ଦ୍ର ସରକାର।*

 

*୪୬. ରାଜପାଳ ଯାଦବଙ୍କୁ ସୁପ୍ରିମ୍‌କୋର୍ଟଙ୍କ କଡ଼ା ତାଗିଦ୍‌! ‘ଡ୍ରାମା କରିବାରେ ମାହିର’ ବୋଲି ଟିପ୍ପଣୀ; ତୁରନ୍ତ ୨ କୋଟି ଜମା କରିବାକୁ ନିର୍ଦ୍ଦେଶ।*

 

*୪୭. ଗୃହମନ୍ତ୍ରୀ ଅମିତ ଶାହଙ୍କ ବିବୃତିକୁ ନେଇ ଶାସକ ମେଣ୍ଟ ଦୁଇଫାଳ; ନୀତିଶଙ୍କ ଦଳ କହିଲା, ବିହାରରେ ଏସବୁ ଚଳିବ ନାହିଁ।*

 

*୪୮. ସାବଧାନ! ଏଲପିଜି ଇ-କେୱାଇସି ନାଁରେ ବଢ଼ୁଛି ସାଇବର ଠକେଇ। ଓଟିପି କାହାକୁ ଦିଅନ୍ତୁ ନାହିଁ। ଗ୍ୟାସ ଏଜେନ୍ସି ଫୋନ୍ କଲ୍‌ ମାଧ୍ୟମରେ ଇ-କେୱାଇସି କରେ ନାହିଁ।*

 

*୪୯. ରୁଷ ସହ ବନ୍ଧୁତାର ମୂଲ୍ୟ ଦେବ କି ଭାରତ? ୧୦ ଦେଶ ଉପରେ ୧୦୦% ଶୁଳ୍କ ଲଗାଇବାକୁ ଯୋଜନା।*

 

*୫୦. ରୁଷରେ ଉତ୍ତର ପ୍ରଦେଶର ୩ ଯୁବକ ନିଖୋଜ; ସେନାରେ ବାଧ୍ୟତାମୂଳକ ଭର୍ତ୍ତି ଅଭିଯୋଗ।*

 

*୫୧. ନନ୍ଦିଗ୍ରାମ ଆସନ ପାଇଁ ଶୁଭେନ୍ଦୁଙ୍କ ମାଷ୍ଟର ଷ୍ଟ୍ରୋକ୍; ହତ୍ୟାର ଶିକାର ପିଏ ଚନ୍ଦ୍ରନାଥଙ୍କ ମାଆଙ୍କୁ ପ୍ରାର୍ଥୀ କଲା ବିଜେପି।*

 

*୫୨. ଟ୍ରମ୍ପଙ୍କ ପୁଅର ବିବାହ ପାଇଁ ପାଣ୍ଠି ଯୋଗାଇଥିଲେ ପୁଟିନଙ୍କ ନିକଟତର ସହଯୋଗୀ ବ୍ୟବସାୟୀ।*

 

*୫୩. ମାନବଜାତି ପାଇଁ ବିପଦ ସାଜିପାରେ ଏଆଇ; ଗୁଗଲ୍ ଡିପ୍-ମାଇଣ୍ଡରୁ ଇସ୍ତଫା ଦେଲେ ଦୁଇ ଗବେଷକ। ସେମାନେ ଏଆଇର ଭବିଷ୍ୟତ ବିପଦ ନେଇ ଚିନ୍ତା ପ୍ରକାଶ କରିଛନ୍ତି।*

 

*୫୪. ନେପାଳକୁ ଭାରତର ବଡ଼ ସହାୟତା: ୬୫୪ ମେଗାୱାଟ୍ ବିଜୁଳି ଯୋଗାଣ ପାଇଁ ମିଳିଲା ମଞ୍ଜୁରୀ।*

 

*୫୫. ଆଫଗାନିସ୍ତାନରେ ଭାରତୀୟ ମହିଳା ବ୍ଲଗରଙ୍କୁ ଅଟକ ରଖିଲେ ତାଲିବାନ; ଜରିମାନା ଦେବା ପରେ ହେଲେ ମୁକ୍ତ।*

 

*୫୬. ମହାକାଶରେ ଆମେରିକାର ଯୁଦ୍ଧାସ୍ତ୍ର ମୁତୟନକୁ ନେଇ ଚୀନ୍ ଖପ୍ପା; ଚେତାବନୀ ଦେଲା ଡ୍ରାଗନ୍।*

 

*୫୭. ମକ୍କାରେ ପ୍ରଥମଥର ପାଇଁ ଏମର୍ଜେନ୍ସି ଆଲର୍ଟ; ହୁତି ମିସାଇଲ୍ ଆକ୍ରମଣ ଭୟରେ ସାଉଦିରେ ହାଇ ଆଲର୍ଟ।*

 

*୫୮. ସାମସନ ଓ ଅଭିଷେକ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ; ଆଫଗାନିସ୍ତାନକୁ ୭ ୱିକେଟ୍‌ରେ ହରାଇ ସିରିଜ କବ୍‌ଜା କଲା ଇଣ୍ଡିଆ।*

 

*୫୯. ଦିନିକିଆ କ୍ରିକେଟରେ ସବୁଠାରୁ ଲମ୍ବା କ୍ୟାରିୟର; ସଚିନଙ୍କ ରେକର୍ଡ ଭାଙ୍ଗିଲେ ବ୍ରେଣ୍ଡନ୍ ଟେଲର।*

 

*୬୦. ପାକିସ୍ତାନ କ୍ରିକେଟର ସବୁଠୁ ଖରାପ ସମୟ; ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଜିମ୍ବାୱେର ନିକଟତର।*