November 29, 2026

ଏମ୍‌ସ ଇଣ୍ଟରନ୍ୟାଶନାଲ ସ୍କୁଲରେ ବିଜ୍ଞାନ ପ୍ରଦର୍ଶନୀ ‘ଏକ୍ସିବିସନ୍ ଲୁମିନାରୀ ୨୦୨୬’ – ପିଲାଙ୍କ ଉଦ୍ଭାବନ ଦେଖି ମୁଗ୍ଧ ହେଲେ

IMG-20261129-WA0077
Share

ଅତିଥି**ବରଗଡ଼, ୨୯/୧୧ (ସୁରେନ୍ଦ୍ର କଠାର):* ଅତାବିରାସ୍ଥିତ ଏମ୍‌ସ ଇଣ୍ଟରନ୍ୟାଶନାଲ ସ୍କୁଲ ପରିସରରେ ବାର୍ଷିକ ବିଜ୍ଞାନ ପ୍ରଦର୍ଶନୀ *’ଏକ୍ସିବିସନ୍ ଲୁମିନାରୀ ୨୦୨୬’* ଶନିବାର ଅନୁଷ୍ଠିତ ହୋଇଯାଇଛି।ଏଥିରେ ବିଜ୍ଞାନ, ସାମାଜିକ ବିଜ୍ଞାନ, ଗଣିତ ଏବଂ ଭାଷା ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ଓ ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ଛାତ୍ରଛାତ୍ରୀମାନେ ନିଜ ହାତରେ ତିଆରି କରିଥିବା ମଡେଲ୍, ଚାର୍ଟ ଓ ପ୍ରକଳ୍ପ ମାଧ୍ୟମରେ ବିଜ୍ଞାନର ଜଟିଳ ବିଷୟକୁ ସହଜ ଭାବେ ବୁଝାଇଥିଲେ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ବିପିନ ବିହାରୀ ପଣ୍ଡା ଓ ବିଚାରକ ଭାବେ ରସାୟନ ବିଜ୍ଞାନ ଅଧ୍ୟାପକ ବଳରାମ ପ୍ରଧାନ, ପ୍ରାଣୀ ବିଜ୍ଞାନ ବିଭାଗ ଅଧ୍ୟାପକ ଅରୁଣ କୁମାର ତ୍ରିପାଠୀ ଯୋଗ ଦେଇଥିଲେ।କାର୍ଯ୍ୟକ୍ରମରେ ବିଦ୍ୟାଳୟର ମ୍ୟାନେଜିଂ ଡାଇରେକ୍ଟର ଶ୍ରୀମନ୍ତ ପାତ୍ର, ସେକ୍ରେଟେରୀ ବିନୀତ ପାତ୍ର ଉପସ୍ଥିତ ରହି ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ, ସୃଜନଶୀଳତା ଓ ନୂତନ ଉଦ୍ଭାବନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଏପରି ପ୍ରଦର୍ଶନୀ ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାର ବିକାଶ ଓ ଆତ୍ମବିଶ୍ୱାସ ବୃଦ୍ଧିରେ ସହାୟକ ହୁଏ ବୋଲି ସେମାନେ କହିଛନ୍ତି।ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ସହ ଚିତ୍ତାକର୍ଷକ ଉପସ୍ଥାପନା କରିଥିଲେ। ସୌର ଶକ୍ତି, ଜଳ ସଂରକ୍ଷଣ, ପରିବେଶ ସୁରକ୍ଷା, ରୋବୋଟିକ୍ସ, ମହାକାଶ ବିଜ୍ଞାନ ଭଳି ବିଷୟରେ ପିଲାମାନଙ୍କ ପ୍ରକଳ୍ପ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିଲା। ଅଭିଭାବକମାନେ ମଧ୍ୟ ପ୍ରଦର୍ଶନୀ ବୁଲି ଦେଖି ପିଲାମାନଙ୍କ ପ୍ରତିଭାକୁ ପ୍ରଶଂସା କରିଥିଲେ।ମୁଖ୍ୟ ଅତିଥି ବିପିନ ବିହାରୀ ପଣ୍ଡା କହିଲେ, କେବଳ ବହି ପଢ଼ିଲେ ହେବ ନାହିଁ, ବିଜ୍ଞାନକୁ ହାତରେ କରି ଶିଖିଲେ ହିଁ ପିଲାମାନେ ଆଗକୁ ବଡ଼ ବୈଜ୍ଞାନିକ ହୋଇ ପାରିବେ। ଆଜିର ଏହି ଛୋଟ ଛୋଟ ପ୍ରୟାସ ହିଁ କାଲିର ବଡ଼ ଉଦ୍ଭାବନର ମୂଳଦୁଆ।ବିଚାରକ ବଳରାମ ପ୍ରଧାନ ଓ ଅରୁଣ କୁମାର ତ୍ରିପାଠୀ ପ୍ରତ୍ୟେକ ପ୍ରକଳ୍ପକୁ ଖୁବ୍ ନିକଟରୁ ଦେଖି ପିଲାମାନଙ୍କୁ ପ୍ରଶ୍ନ ପଚାରି ଉତ୍ସାହିତ କରିଥିଲେ। ଶ୍ରେଷ୍ଠ ପ୍ରକଳ୍ପଗୁଡ଼ିକୁ ପୁରସ୍କୃତ ମଧ୍ୟ କରାଯାଇଥିଲା।ଏପରି କାର୍ଯ୍ୟକ୍ରମ ପିଲାଙ୍କ ମଧ୍ୟରେ ଅନୁସନ୍ଧାନମୂଳକ ମନୋଭାବ, ଆତ୍ମବିଶ୍ୱାସ, ସୃଜନଶୀଳତା ଓ ବ୍ୟବହାରିକ ଜ୍ଞାନର ବିକାଶ କରିବାରେ ସହାୟକ ହୋଇଥାଏ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।ଶେଷରେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ତରଫରୁ ସମସ୍ତ ଅତିଥି, ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଦିଆଯାଇଥିଲା।

You may have missed