ସରଳା ଠାରେ ଡୁମାଲ ପରିଷଦର ସାଙ୍ଗଠନିକ ବୈଠକ…..
ବରଗଡ ତା୨୯/୧୧/ (ସୁରେନ୍ଦ୍ର କଠାର ) ରବିବାର ଦିନ ଡୁମାଲ ପରିଷଦ ଓଡିଶା,ବରଗଡ ଜିଲ୍ଲା ଶାଖା ସରଳା କେନ୍ଦ୍ରର ଏକ ସାଙ୍ଗଠନିକ ବୈଠକ ବରଗଡ଼ ବ୍ଲକ ସରଳା ଗାଁର ଶ୍ରୀ ଶ୍ରୀ ସିଦ୍ଧେଶ୍ବର ବାବା ମହାଦେବ ମନ୍ଦିର ପ୍ରାଙ୍ଗଣରେ ସକାଳ ୧୦ଟା ସମୟରେ ସରଳାକେନ୍ଦ୍ର ସଭାପତି କରମଚାନ୍ଦ ପଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି l ସର୍ବପ୍ରଥମେ ବିପିନ ମହାକୁର ମାଁ ମାହେଶ୍ୱରୀଙ୍କର ପୂଜାଅର୍ଚ୍ଚନା କରିଥିଲେ l ସରଳା କେନ୍ଦ୍ରଉପସଭାପତି ଶ୍ରୀଯୁକ୍ତ ରଙ୍କମଣି କ୍ଷେତି ଅତିଥି ପରିଚୟ ପ୍ରଦାନ କରିଥିଲେ lଡୁମାଲ ପରିଷଦ ଓଡିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀ -ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ରୂପେ ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ଲୋକନାଥ ମାହାର,ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପଧାନ, ସୋନପୁର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଅଶ୍ୱିନୀ ମହାକୁର,ରାଜ୍ୟ ନିର୍ବାଚନ ଅଧିକାରୀ ଶ୍ରୀଯୁକ୍ତ ଶେଷଦେବ ପର୍ଡିଆ, ବରଗାଁ କେନ୍ଦ୍ର ସଭାପତି ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ଶ୍ରୀଯୁକ୍ତ ନରୋତ୍ତମ ମହାକୁର,ଗୁନିଆପାଲି କେନ୍ଦ୍ର ସମ୍ପାଦକ ଶ୍ରୀଯୁକ୍ତ ସୁଦାମ ପଧାନ, ଗମ୍ଭାରୀପାଲି କେନ୍ଦ୍ରର ପୂର୍ବତନ ସମ୍ପାଦକ ଶ୍ରୀଯୁକ୍ତ ପ୍ରତୁଲ କୁମାର କର୍ଣ୍ଣ ଯୋଗଦାନ କରିଥିଲେ l ଏହି ବୈଠକରେ ସରଳା କେନ୍ଦ୍ରର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା l ସର୍ବସମ୍ମତି କ୍ରମେ ଶ୍ରୀଯୁକ୍ତ କରମଚାନ୍ଦ -ସଭାପତି, ଶ୍ରୀଯୁକ୍ତ ରଙ୍କମଣି କ୍ଷେତି ଓ ଶ୍ରୀଯୁକ୍ତ ଫକୀର ପଧାନ -ଉପସଭାପତି, ଶ୍ରୀଯୁକ୍ତ ଦିଲୀପ ପଧାନ -ସମ୍ପାଦକ,ଶ୍ରୀଯୁକ୍ତ ରୁକ୍ମଣ ପଧାନ -ସହସମ୍ପାଦକ,ଶ୍ରୀମତୀ ମମତା ନାଏକ, ଶ୍ରୀମତୀ ସୁଷମା ପଧାନ, ଶ୍ରୀଯୁକ୍ତ ନାରାୟଣ କର୍ଣ୍ଣ, ଶ୍ରୀଯୁକ୍ତ ଜଗଦିଶ କର୍ଣ୍ଣ, ଶ୍ରୀଯୁକ୍ତ ବଳରାମ ପଧାନ, ହୃଷିକେଶ ପାତ୍ର, ଶ୍ରୀଯୁକ୍ତ କିଶୋର ଦନ୍ତା କାର୍ଯ୍ୟକାରୀ ସଦସ୍ୟ ଭାବେ ଓ ଶ୍ରୀଯୁକ୍ତ ଜେଜେରାମ ପଧାନ, ଶ୍ରୀଯୁକ୍ତ ପ୍ରମୋଦ ପଧାନ, ଶ୍ରୀଯୁକ୍ତ ଘାସିରାମ ଗଡ଼ୁଆ -ଯୁବ ସଭ୍ୟ ଓ ଶ୍ରୀମତୀ ଦିଲେଶ୍ଵରୀ ମହାକୁର ମହିଳା ସଭ୍ୟ ଭାବେ ଜିଲ୍ଲା କମିଟିକୁ ମନୋନୀତ ହୋଇଥିଲେ l ନବ ନିର୍ବାଚିତ ସରଳା କେନ୍ଦ୍ରର କର୍ମକର୍ତ୍ତା ମାନଂକୁ ନିର୍ବାଚନ ଅଧିକାରୀ ମାଁ ମାହେଶ୍ୱରୀଙ୍କ ଠାରେ ଶପଥପାଠ କରାଇଥିଲେ l ଏହି ସଭାରେ ସରଳା କେନ୍ଦ୍ର ଅନ୍ତର୍ଗତ ସମସ୍ତ ଗ୍ରାମର ଜାତିଭାଇ ଓ ମହିଳାମାନେ ବହୁସଂଖ୍ୟାରେ ଯୋଗଦାନ କରିଥିଲେ l ସରଳା କେନ୍ଦ୍ର ସମ୍ପାଦକ ଶ୍ରୀଯୁକ୍ତ ଦିଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ l
