November 29, 2026

ଜାତୀୟ ସ୍ତରୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ଗଜପତି ଜିଲ୍ଲାର ଛାତ୍ରୀ ମନୋନୀତ

IMG-20261128-WA0075
Share

ଗଜପତି:- :: ଜିଲ୍ଲା ପାଇଁ ଆଣିଲେ ଗୌରବ—————————————– ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅନ୍ତର୍ଗତ ଗୋଷାଣୀ ସ୍ଥିତ ଉଚ୍ଚ ବିଦ୍ୟାଳୟ’ର ଛାତ୍ରୀ ପୁଣ୍ୟବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ୨୦୨୬-୨୭ ପାଇଁ ମନୋନୀତ ହୋଇଛନ୍ତି ।ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ଗୋଷାଣି ସ୍ଥିତ ପିଏମଶ୍ରୀ ସରକାରୀ ହାଇସ୍କୁଲର ଛାତ୍ରୀ କାଲାବାଲା ପୁଣ୍ଯବତୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (୨୦୨୬-୨୭)ରେ ନିଜର ପ୍ରକଳ୍ପ ଉପସ୍ଥାପନା କରିବାପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଏହି କୃତିତ୍ୱ ଗଜପତି ଜିଲ୍ଲା ପାଇଁ ଆଣିଦେଇଛି ଗର୍ବ ଓ ଗୌରବ । ସେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ (ଏନ:ସି:ଏସ:ସି) ୨୦୨୬-୨୭ ର ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଗଜପତି ଜିଲ୍ଲାରୁ ପ୍ରତିନିଧିତ୍ୱ କରିବା ପାଇଁ ମନୋନୀତ ହୋଇଛନ୍ତି । ଏଥିପାଇଁ ଛାତ୍ରୀ ପୁଣ୍ୟବତୀ’ଙ୍କୁ ଭୂବନେଶ୍ୱର ସ୍ଥିତ ଡୁନ୍ ଇଣ୍ଟରନେସନାଲ ସ୍କୁଲରେ ମନୋନୟନ କରା ଯାଇଥିଲା। ପଭୁବନେଶ୍ୱରସ୍ଥିତ ଡୁନ୍ ଇଣ୍ଟରନ୍ୟାସନାଲ୍ ସ୍କୁଲଠାରେ ଆୟୋଜିତ ରାଜ୍ୟସ୍ତରୀୟ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୩୦୦ଟି ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରତିଯୋଗିତାରେ ପୁଣ୍ୟବତୀ’ଙ୍କ “ଫସଲର ଉନ୍ନତିରେ ପରିବେଶ ଅନୁକୂଳ ଜୈବ କୀଟନାଶକର ଅଧ୍ୟୟନ” ଶୀର୍ଷକ ପ୍ରକଳ୍ପ ଉଚ୍ଚ ପ୍ରଶଂସିତ ହେବା ସହ ଜାତୀୟ ସ୍ତର ପାଇଁ ମନୋନୀତ ହୋଇଛି। ଏହି ପ୍ରକଳ୍ପରେ ରାସାୟନିକ କୀଟନାଶକର ପରିବେଶ ଅନୁକୂଳ ବିକଳ୍ପ ଭାବେ ଜୈବ କୀଟନାଶକର ଉପଯୋଗିତା ଏବଂ ଫସଲର ଉତ୍ପାଦନ ବୃଦ୍ଧିରେ ଏହାର ଭୂମିକା ସମ୍ପର୍କରେ ଅଧ୍ୟୟନ କରାଯାଇଛି। ଏହା ଛାତ୍ରୀଙ୍କ ବୈଜ୍ଞାନିକ ଚିନ୍ତାଧାରା, ନବସୃଜନଶୀଳ ମନୋଭାବ ଓ ସ୍ଥାୟୀ କୃଷି ପ୍ରଣାଳୀ ପ୍ରତି ଆଗ୍ରହର ପରିଚୟ ପ୍ରଦାନ କରିଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଗଜପତି ଜିଲ୍ଲାର ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ୱାଇ. କୃଷ୍ଣା ରାଓ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଡଃ ମାୟାଧର ସାହୁ ଛାତ୍ରୀ କେ. ପୁଣ୍ୟବତୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହ ଜାତୀୟ ସ୍ତରରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଜିଲ୍ଲାର ଗୌରବ ବୃଦ୍ଧି କରିବାକୁ ଶୁଭକାମନା ଜଣାଇଛନ୍ତି। ଏଥିସହ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ ମାନେ ମଧ୍ୟ ତାଙ୍କର ଏହି ସଫଳତାରେ ଆନନ୍ଦ ପ୍ରକାଶ କରିବା ସହ ଶୁଭେଚ୍ଛା ଜଣାଇଛନ୍ତି। ପୁଣ୍ୟବତୀଙ୍କ ଏହି ସଫଳତା କେବଳ ତାଙ୍କ ବିଦ୍ୟାଳୟ ପାଇଁ ନୁହେଁ, ସମଗ୍ର ଗଜପତି ଜିଲ୍ଲା ପାଇଁ ଏକ ଗୌରବମୟ ଉପଲବ୍ଧି। ତାଙ୍କର ଏହି କୃତିତ୍ୱ ଜିଲ୍ଲାର ଅନ୍ୟ ଛାତ୍ରଛାତ୍ରୀ ମାନଙ୍କୁ ବିଜ୍ଞାନ ଗବେଷଣା, ନବସୃଜନ ଓ ସୃଜନଶୀଳ ଚିନ୍ତାଧାରା ପ୍ରତି ଅନୁପ୍ରାଣିତ କରିବ।————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————

You may have missed