ସମାଜସେବୀ ଲାଜାର ଲିମ୍ମା’ଙ୍କ ଲିଖିତ ପୁସ୍ତକ “ଜୀବନ ତରଙ୍ଗ” ଉପଜିଲ୍ଲାପାଳଙ୍କ ଦ୍ଵାରା ଉନ୍ମୋଚିତ..
ଗଜପତି:- ସମାଜସେବୀ ଲାଜା’ର ଲିମ୍ମା ଙ୍କ ଦ୍ଵାରା ଲିଖିତ ପୁସ୍ତକ “ଜୀବନ ତରଙ୍ଗ” , ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ସୁଶ୍ରୀ ଭଗତ୍ ସମଲ କଲ୍ୟାଣ ରାଓ ଙ୍କ ଦ୍ଵାରା ଉନ୍ମୋଚିତ ହୋଇଯାଇଛି । ପାରଳାଖେମୁଣ୍ଡି ସ୍ଥିତ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଉପଜିଲ୍ଲାପାଳ ସୁଶ୍ରୀ ଭଗତ ସମଲ କଲ୍ୟାଣ ରାଓ (ଆଇ.ଏ.ଏସ୍)ଙ୍କ ଦ୍ଵାରା ପୁସ୍ତକ ଜୀବନ ତରଙ୍ଗ ଶୁଭ ଉନ୍ମୋଚିତ ଅନୁଷ୍ଠିତ ହେବା କାର୍ଯ୍ୟକ୍ରମରେ ସି:ସି:ଡ଼ି ଅନୁଷ୍ଠାନର ମୁଖ୍ୟ ଶ୍ରୀ ଏ. ଜଗନ୍ନାଥ ରାଜୁ , ଶ୍ୱାସ ଅନୁଷ୍ଠାନର ମୁଖ୍ୟ ଡ. ଡି: ଜଗନ୍ନାଥ ରାଜୁ , ବିକାଶ ବିଦ୍ୟା ନିକେତନ ପ୍ରତିଷ୍ଠାନ,ର ସତ୍ୟ ନାରାୟଣ ପଣ୍ଡା , ଜିଲ୍ଲା ମାନସିକ ସ୍ଵାସ୍ଥ୍ୟ ବିଭାଗର ମନସ୍ତତ୍ୱ ସଂଯୋଜକ ପ୍ରାଣ ରଞ୍ଜନ ନାୟକ, ପ୍ରେମ୍ ଅନୁଷ୍ଠାନର ସାହେବ୍ ବିଶୋଇ , ବରିଷ୍ଠ ଶିକ୍ଷାବିତ୍ ତଥା ପ୍ରାକ୍ତନ ସଦସ୍ୟ-ଓଡ଼ିଶା ସାହିତ୍ୟ ଏକାଡ଼େମୀ, ଗଜପତିର ବିଚିତ୍ରାନନ୍ଦ ବେବର୍ତ୍ତା , ସେବାନିବୃତ୍ତ ପ୍ରଧାନଶିକ୍ଷକ ବିନୋଦ ଚନ୍ଦ୍ର ଜେନା , ପ୍ରମୋଦ ଚ଼ନ୍ଦ୍ର ପାଢ଼ୀ , କଳାଶ୍ରୀ ମୁରଲି ଧର ପରିଛା ଏବଂ ଧରଣୀ ଧର ପରିଛା ପ୍ରମୁଖ ଉପସ୍ଥିତ ଥିଲେ।ଏହି “ଜୀବନ ତରଙ୍ଗ” ପୁସ୍ତକ ଆଜିର ସମାଜ ଓ ଯୁବପିଢି ଙ୍କୁ ସତ୍ ମାର୍ଗରେ ପରିଚାଳିତ କରାଇବା , ପଥ ଭ୍ରଷ୍ଟ ନ ହୋଇ ଆମ କଳା, ସଂସ୍କୃତି, ସଂସ୍କୃତିର ପରମ୍ପରାକୁ ବଜାଇ ରଖିବା ସହ ଏକ ଶୃଙ୍ଖଳିତ ଓ ପ୍ରଗତିଶୀଳ ସମାଜ ଗଠନରେ ଯୋଗଦାନ କରିବା ଏବଂ ସକାରାତ୍ମକ ଚିନ୍ତାଧାରାକୁ ଜାଗ୍ରତ କରି ଏକ ସଂସ୍କୃତି ସମ୍ପନ୍ନ ସମାଜ ଗଠନ କରିବା ଦିଗରେ ବିଶେଷ ସହାୟକ ହେବା, ଏହାର ମୂଳ ଲକ୍ଷ୍ୟ ବୋଲି ପୁସ୍ତକ’ଟିର ଲେଖକ ଶ୍ରୀ ଲାଜାର ଲିମା କହିଥିଲେ। ଉପଜିଲ୍ଲାପାଳ ସୁଶ୍ରୀ ଭଗତ୍ ସମଲ କଲ୍ୟାଣ ରାଓ- ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ଭଳି ସାମାଜିକ କୁସଂସ୍କାରକୁ ରୋକିବା ନେଇ ସମାଜରେ ଜନ ସଚେତନତା ସୃଷ୍ଟି କରିବା ସହ ଏକ ସୁସ୍ଥ ଓ ସୁନ୍ଦର ସମାଜ ଗଠନ କରିବା ଉଦ୍ଦେଶ୍ୟରେ ଲେଖକ ମାନେ ସେମାନଙ୍କ ବଳିଷ୍ଠ ଲେଖନି ଚାଳନା ତଥା ଲେଖିବା ଆବଶ୍ୟକ ବୋଲି କହିଥିଲେ। ଶେଷରେ କଳାଶ୍ରୀ ମୁରଲୀଧର ପରିଛା ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।—————————————— ଗଣେଶ କୁମାର ରାଜୁପାରଳାଖେମୁଣ୍ଡି(ଗଜପତି)——————————————-
