November 29, 2026

ବାବା ଲୋକନାଥ ଦେବ କ୍ରିକେଟ ଟୁ୍ଣ୍ଣାମେଣ୍ଟ

IMG-20261128-WA0074
Share

ଖୋର୍ଦ୍ଧା:(ପ୍ରିୟଙ୍କା ମହାପାତ୍ର):ଖୋର୍ଦ୍ଧା ଉପକଣ୍ଠ କୁମାରବସ୍ତ ଖେଳ ପଡ଼ିଆ ରେ ରାଇଜିଂ ଷ୍ଟାର୍ କ୍ରିକେଟ କ୍ଲବ ଆନୁକୁଲ୍ୟରେ ବାବା ଲୋକନାଥ ଦେବ କ୍ରିକେଟ ଟୁ୍ଣ୍ଣାମେଣ୍ଟ ର ଦ୍ୱିତୀୟ ଦିବସ ର ପ୍ରଥମ ମ୍ୟାଚ୍ ମେଣ୍ଢାଶାଳ ବନାମ ପାନବରଜ ମଧ୍ୟରେ ଖେଳାଯାଇଥିଲା।ଟସ ରେ ବିଜୟ ଲାଭ କରି ପାନବରଜ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇଥିଲା।ଦଳ ପ୍ରଥମେ ବ୍ୟାଟିଂ କରି ମୃତ୍ୟୁଞ୍ଜୟ ସାମନ୍ତରାୟ ଙ୍କ ୨୬ ରନ୍ ସହାୟତା ରେ ନିର୍ଦ୍ଧାରିତ ୧୦ ଓଭର ରେ ୭୦ ରନ ସଂଗ୍ରହ କରିଥିଲା।ଜବାବ୍ ରେ ମେଣ୍ଢାଶାଳ ଦଳ ୬.୨ ଓଭର ରେ ୨ ୱିକେଟ ହରାଇ ୭୧ ରନ୍ ସଂଗ୍ରହ କରି ୮ ୱିକେଟ ରେ ବିଜୟୀ ହୋଇଥିଲା ୩୬ ରନ୍ ର ଇନିଙ୍ଗସ ଖେଳିଥିବା ସୂରଜ ବଳିୟାରସିଂ ମ୍ୟାନ ଅଫ ଦ ମ୍ୟାଚ୍ ବିବେଚିତ ହୋଇଥିଲେ।ସେହିପରି ଦ୍ୱିତୀୟ ମ୍ୟାଚ୍ ନଂପୁଟ ବନାମ ଭାଲିଆବାଡି ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଟସ୍ ରେ ବିଜୟ ଲାଭ କରି ଭାଲିଆବା ଡିଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୧୦୬ ରନ୍ ସଂଗ୍ରହ କରିଥିଲା।ଜବାବ୍ ରେ ନଂପୁଟ ଦଳ ୯.୨ ଓଭର ରେ ୧୦୭ ରନ୍ ସଂଗ୍ରହ କରି ୬ ୱିକେଟ ରେ ବିଜୟଲାଭ କରିଥିଲା।୪୭ ରନ୍ ର ସୁନ୍ଦର ଇନିଙ୍ଗସ ଖେଳିଥିବା ଦୁଷ୍ମନ୍ତ ସାମନ୍ତରାୟ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ।ସେହିପରି ଅପରାହ୍ନ ରେ ଦ୍ୱିତୀୟ କ୍ୱାର୍ଟର ଫାଇନାଲ ରେ ନଂପୁଟ ଓ ମେଣ୍ଢାଶାଳ ପରସ୍ପର କୁ ଭେଟିଥିଲେ।ଟସ୍ ରେ ବିଜୟୀ ହୋଇ ମେଣ୍ଢାଶାଳ ବୋଲିଙ୍ଗ କରିବାର ନିଷ୍ପତି ନେଇଥିଲା। ନଂପୁଟ ଦଳ ବ୍ୟାଟିଂ କରି ୧୦ ଓଭର ରେ ୱିକେଟ ୬ ହରାଇ ୧୦୫ ସଂଗ୍ରହ କରିଥିଲା ଜବାବ୍ ରେ ମେଣ୍ଢାଶାଳ ଦଳ ୯.୪ ଓଭର ରେ ୧୦୬ ରନ୍ ସଂଗ୍ରହ କରି ୪ ୱିକେଟ ରେ ବିଜୟ ଲାଭ କରି ସେମି ଫାଇନାଲ କୁ ଉନ୍ନୀତ ହୋଇଛି।ଆଜିର ମ୍ୟାଚ୍ କୁ ଅମ୍ପାୟାର ଭାବେ ସାନୂଜ ବିଶ୍ୱାଳ, ତୁଷାରକାନ୍ତ ସୁନ୍ଦରାୟ ସ୍କୋରର ଭାବେ ପ୍ରକାଶ କୁମାର ସାହୁ,ଗୋବିନ୍ଦ କାର୍ଯ୍ୟ ତୁଲାଇଥିଲେ। ଶିବଦତ୍ତ ବଡ଼ଜେନା ମ୍ୟାଚ୍ ରେଫରି ଭାବେ ରହିଥିଲେ। ୨୯/୧୧/୨୬ ପ୍ରଥମ ମ୍ୟାଚ୍ ନୂଆଗାଁ ବନାମ କୋଣାର୍କ ନଗର ଓ ଦ୍ୱିତୀୟ ମ୍ୟାଚ୍ କୁମାରବସ୍ତ ବନାମ ଅରାଙ୍ଗ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଅମରେନ୍ଦ୍ର ବରାଳ ଜଣାଇଛନ୍ତି।

You may have missed