ଜାଣିବିଲ ଗେଟରୁ 74ବର୍ଷ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର କଲା ଧରାକୋଟ ପୋଲିସ ଷ୍ଟାପ
ସୋରଡ଼ା (ସଞ୍ଜୟ କୁମାର ସେଠି) -ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଜାନିବିଲି ଗେଟ୍ ରୁ 74 ବର୍ଷ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର । ବୃଦ୍ଧକ୍ ଜଣଙ୍କ ସୋରଡା ଥାନା ନୂଆଗଡ ପଞ୍ଚାୟତ କେଶେରା ଗ୍ରାମର ମହାଦେବ ଗୌଡ । ସୂଚନା ମୁତାବକ ଗତ କାଲି ସନ୍ଧ୍ୟା ସମୟରେ ନୂଆଗଡ ଗ୍ରାମର ମହାଦେବ ଗୌଡ ଗାଧେଇବା ପାଇଁ ଋଷିକୁଲ୍ୟା ନଦୀକୁ ଯାଇଥିଲେ । ସେ ଘରକୁ ଫେରି ନଥିଲେ, ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ କିନ୍ତୁ ପାଇ ନଥିଲେ । ଆଜି ସକାଳେ ମହାଦେବ ଙ୍କ ମୃତ ଦେହ ଭାସି ଆସି ଜାନିବିଲି ଗେଟ ରେ ଲାଗିଥିଲା । ସ୍ଥାନୀୟ ଲୋକ ସୂଚନା ଦେବା ପରେ ଧରାକୋଟ ପୋଲିସ ଘଟଣାର ସ୍ଥଳରେ ପହଞ୍ଚି ଶବ କୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଆସିକା ପଠେଇବା ସହ ଘଟଣା ର ଅଧିକା ତଦନ୍ତ କରୁଛି ପୋଲିସ ।
