November 18, 2026

ବାତ୍ୟା ଅର୍ଣ୍ଣବ ସମୟରେ ସାହସିକ ସାମ୍ବାଦିକତା ପାଇଁ ଶିବରାମଙ୍କୁ ‘ଅର୍ଣ୍ଣବ ଯୋଦ୍ଧା’ ସମ୍ମାନ….

IMG-20261118-WA0125
Share

ବେଲଗୁଣ୍ଠା,୧୮/୧୧, ପ୍ରଳୟଙ୍କରୀ ବାତ୍ୟା ‘ଅର୍ଣ୍ଣବ’ ସମୟରେ ସାହସିକତା, କର୍ତ୍ତବ୍ୟନିଷ୍ଠା ଓ ମାନବସେବାର ପରିଚୟ ଦେଇଥିବା ସାମ୍ବାଦିକ ଶିବରାମ ଚୌଧୁରୀଙ୍କୁ ‘ଅର୍ଣ୍ଣବ ଯୋଦ୍ଧା’ ସମ୍ମାନରେ ସମ୍ମାନିତ କରିଛି ଶ୍ରୀ ନ୍ୟୁଜ ଓଡ଼ିଆ। ବାତ୍ୟା ସମୟରେ ନିଜ ଜୀବନକୁ ବାଜି ଲଗାଇ ପ୍ରଭାବିତ ଅଞ୍ଚଳରୁ ପ୍ରତ୍ୟକ୍ଷ ଖବର ସଂଗ୍ରହ, ଜନସଚେତନତା ସୃଷ୍ଟି ଏବଂ ବିପନ୍ନଙ୍କ ନିକଟରେ ସହାୟତା ପହଞ୍ଚାଇବାରେ ତାଙ୍କର ଉଲ୍ଲେଖନୀୟ ଅବଦାନକୁ ସ୍ୱୀକୃତି ଦେଇ ଏହି ସମ୍ମାନ ପ୍ରଦାନ କରାଯାଇଛି।ଶ୍ରୀ ନ୍ୟୁଜର ଜଣେ ଦାୟିତ୍ୱବାନ ଓ ସାହସୀ ପ୍ରତିନିଧି ଭାବେ ଶ୍ରୀ ଚୌଧୁରୀ ବିପର୍ଯ୍ୟୟର କଠିନ ପରିସ୍ଥିତିରେ ନିଜର ସାମ୍ବାଦିକତା ଦାୟିତ୍ୱ ତୁଲାଇବା ସହ ମାନବିକତାର ପରିଚୟ ଦେଇଥିଲେ। ତାଙ୍କର ଏହି ସାହସିକତା, ଦାୟିତ୍ୱବୋଧ ଓ ସମାଜସେବା ପ୍ରତିଷ୍ଠାନ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଶ୍ରୀ ନ୍ୟୁଜ ପରିବାର ପକ୍ଷରୁ ପ୍ରକାଶ କରାଯାଇଛି।ଏହି ଅବସରରେ ଶ୍ରୀ ଚୌଧୁରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଓ ନିର୍ଭୀକ ସାମ୍ବାଦିକତା ଯାତ୍ରାର ନିରନ୍ତର ସଫଳତା କାମନା କରାଯାଇଛି।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ