ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥାନମ୍ ପକ୍ଷରୁ ଗୋଷ୍ଟାଷ୍ଟମୀ ପାଳିତ…
ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥାନମ୍ ପକ୍ଷରୁ ଗୋଷ୍ଟାଷ୍ଟମୀ ପାଳିତ।ପୁରୀ,ଗୋମାତା ଓ ଗୋବଂଶର ସେବା ତଥା ସୁରକ୍ଷା ନିମନ୍ତେ ସମର୍ପିତ ‘ଶ୍ରୀଜଗନ୍ନାଥ ଗୋସେବା ସଂସ୍ଥାନମ୍’ ପକ୍ଷରୁ ଆଜି ପୁରୀ ବଡ଼ଶଙ୍ଖସ୍ଥିତ ବାଘାଆଖଡା ମଠଠାରେ ଗୋଷ୍ଟାଷ୍ଟମୀ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଗୋମାତାଙ୍କୁ ପୂଜାର୍ଚ୍ଚନା କରିବା ସହିତ ଶ୍ରଦ୍ଧାଳୁମାନେ ଗୋମାତାଙ୍କ ଆଶୀର୍ବାଦ ଲାଭ କରିଥିଲେ।ଆଜି ସକାଳ ୮ଟାରୁ ଗୋପୂଜନ ଓ ନାମ ସଂକୀର୍ତ୍ତନ ସାଙ୍ଗକୁ ୮ଟା ୩୦ ମିନିଟ୍ରେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ଦିନ ୧୧ଟାରେ ପୂର୍ଣ୍ଣାହୁତି ଏବଂ ଅପରାହ୍ନ ୧ଟା ୩୦ ମିନିଟ୍ରେ ବିଶାଳ ସମାବେଶ ମଧ୍ୟରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଥିଲା। ଏହି ଧାର୍ମିକ କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଗୋପ୍ରେମୀ, ଶ୍ରଦ୍ଧାଳୁ ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇ ଗୋସେବାର ମହତ୍ କାର୍ଯ୍ୟରେ ସାମିଲ ହୋଇଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସଂସ୍ଥାନର ସଭାପତି ଡକ୍ଟର ନିତ୍ୟାନନ୍ଦ ପଟ୍ଟନାୟକ, ସମ୍ପାଦକ ଦୀପଙ୍କର ଦାସଗୁପ୍ତା, କୋଷାଧ୍ୟକ୍ଷ ହୃଷୀକେଶ ତ୍ରିପାଠୀଙ୍କ ସମେତ ଟ୍ରଷ୍ଟି ରମେଶ ପଞ୍ଚ, ମହେନ୍ଦ୍ର ଘଟୁଆରୀ, ସୁରେନ୍ଦ୍ର କୁମାର ସାହୁ, ମୋହନଲାଲ ପଞ୍ଚ, ସରିତା ଦାସ, ଶ୍ରୀକାନ୍ତ ପଟ୍ଟନାୟକ ଓ ସତ୍ୟନାରାୟଣ ଗୁରୁ ପ୍ରମୁଖ ସକ୍ରିୟ ଭାବେ ଦାୟିତ୍ୱ ତୁଲାଇଥିଲେ।ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ
