November 14, 2026

କୁକୁଡ଼ାଖଣ୍ତି ବ୍ଲକ ସ୍ତରୀୟ ଭତ୍ତା ଟଙ୍କା ବାଣ୍ଟିଲେ ଦିଗପହଣ୍ଡି ବିଧାୟକ

IMG-20261114-WA0090
Share

*କୁକୁଡ଼ାଖଣ୍ତି ରୁ ପି କୃଷ୍ଣମୂର୍ତ୍ତିଙ୍କ ବ୍ୟୁରୋ ରିପୋର୍ଟ*ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ୧୭ ଟି ଗ୍ରାମ ପଞ୍ଚାୟତ ଓ ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ୫ଟି ଗ୍ରାମ ପଞ୍ଚାୟତ ସ୍ତରରେ ଶନିବାର ଦିନ ନୂତନ ମଧୁବାବୁ ଭତ୍ତା ଟଙ୍କା ବଣ୍ଟନ କରିଥିଲେ ।ଏକୀକୃତ ପେନସନ ପରିଚାଳନା ପୋର୍ଟାଲର ଶୁଭ ଉନ୍ମୋଚନ ଅବସରରେ ଶନିବାର ଦିନ ସଦ ଭାବନ ସଭାଗୃହ ପରିସରରେ କୁକୁଡ଼ାଖଣ୍ତି ବ୍ଲକ ସ୍ତରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଦିଗପହଣ୍ଡି ବିଧାୟକ ଡଃ ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରି ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରଦୀପ ପ୍ରଜ୍ଜ୍ୱଳନ କରି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଯୋଗ୍ୟ ନୂତନ ହିତାଧୂକାରୀଙ୍କୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ପଲ୍ଲବୀ ସ୍ୱାଇଁଙ୍କ ସଭାପତିତ୍ବରେ ହିତାଧିକାରୀ ମାନଙ୍କୁ ଟଙ୍କା ବଣ୍ଟନ କରିଥିଲେ। ଓଡିଶା ସରକାରଙ୍କ ନିର୍ଦ୍ଦେଶ କ୍ରମେ ଲୋକମାନେ ସମସ୍ତ ସୁବିଧା ପାଇପାରିବେ ବୋଲି ଶ୍ରୀ ବିଧାୟକ କହିଛନ୍ତି। ବ୍ଳକ ଅଧ୍ୟାନସ୍ଥ ୨୨ ଗୋଟି ପଞ୍ଚାୟତର ୨୪୦୯ ଜଣ ନୂତନ ହିତାକାରୀଙ୍କୁ ବାର୍ଦ୍ଧକ୍ୟ, ଭିନ୍ନକ୍ଷମ ଏବଂ ବିଧବା ଭତ୍ତା ଯୋଜନାରେ ସାମିଲ କରାଯାଇ ୨୨୦ ଜଣ ହିତାକାରୀଙ୍କୁ ଆଜି ଭତ୍ତା କାର୍ଡ ସହ ସହାୟତା ରାଶି ବଣ୍ଟନ କରିଥିଲେ । ବଣ୍ଟନ ସମୟରେ ଭାରପ୍ରାପ୍ତ ଅଧ୍ୟକ୍ଷା ବିଷ୍ଣୁପ୍ରିୟା ପାତ୍ର, କୁକୁଡ଼ାଖଣ୍ତି ବିଡିଓ ଡ଼ଃ ପଲ୍ଲବୀ ସ୍ୱାଇଁ, ସାଂସଦ ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ ,ଗୋଷ୍ଠୀ ସାମାଜିକ ସୁରକ୍ଷା ଅଧିକାରୀ ମନୋଜ କୁମାର ପ୍ରଧାନ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ। ଏଥିରେ ବିଭିନ୍ନ ଗ୍ରାମ ପଞ୍ଚାୟତରେ ସରପଞ୍ଚ ଓ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ରୋହିଗାଁ ସରପଞ୍ଚ ବଶିଷ୍ଠ କୁମାର ଜେନା, ଲାଞ୍ଜିଆ ଅନିଲ କୁମାର ଗୌଡ଼ , ବଉଳଝୋଳି ସରପଞ୍ଚ ଚିତ୍ତରଞ୍ଜନ ବିଷୋୟୀ, ମସିଆଖାଲି ସରପଞ୍ଚ କାପଲ ବୁଲୁ, ସମିତି ସଭ୍ୟ ପ୍ରତିନିଧି କୋଟି ଲକ୍ଷ୍ମୀ ନାରାୟଣ,ବାଘଲଟି ସରପଞ୍ଚ ମାମି ସାସମଲ, କୁକୁଡ଼ାଖଣ୍ତି ସରପଞ୍ଚ ବନ୍ଦନା ସେଠୀ, ବାଲିପଡ ସରପଞ୍ଚ ଝିଲି ସେଠୀ, ବନ୍ଥପଲ୍ଲୀ ସରପଞ୍ଚ କାମିନୀ ନାୟକ, ଜଗଦଲପୁର ସରପଞ୍ଚ କ୍ରାନ୍ତି କୁମାରୀ ଦେବୀ,ସମିତି ସଭ୍ୟ ବି ରବିନ୍ଦ୍ରନାଥ ପାତ୍ର,ମହୁଡା ସରପଞ୍ଚ ସୁଦେଷ୍ଣା ସାହୁ, ଶିହଳା ଗୌରୀ ଗୌଡ଼, ବୋରିଗାଁ ସରପଞ୍ଚ ସସ୍ମିତା ସାହୁ, ନିମଖଣ୍ତି ସରପଞ୍ଚ ଶଶି ସାହୁ , ଅନନ୍ତେଇ ସରପଞ୍ଚ ପୂର୍ଣ୍ଣବାସୀ ବିଶ୍ୱାଳ, ବରିଷ୍ଠ ସମାଜ ସେବୀ ଉଦୟନାଥ ବେହେରା, ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ କୈଳାସ ବିଷୋୟୀ, ଉପାଧ୍ୟକ୍ଷା ପ୍ରତିନିଧି ଗୌରୀ ଶଙ୍କର ପାତ୍ର,ଅଦଲ ନନ୍ଦକିଶୋର, ଗୌତମ ମହାରଣା, କାପଲ ବିକ୍ରମ, ନାରାୟଣ ଦଳାଇ , ଧିରେନ କୁମାର ଗୌଡ଼ ଏବଂ ଅନିଲ କୁମାର ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l