November 15, 2026

ପଡ଼ିଆ ବ୍ଳକରେ‌ ଭତ୍ତା ବଣ୍ଟନ …

IMG-20261114-WA0012
Share

 

 

ପଡ଼ିଆ,୧୩/୧୧: ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକରେ ନୂତନ ଭାବେ ମଞ୍ଜୁର ହେଇଥିବା ମଧୁବାବୁ ପେନସନ ଯୋଜନାର ହିତାଧିକାରୀଙ୍କୁ ଭତ୍ତା ବଣ୍ଟନ କରାଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଭାବେ ବ୍ଲକ ସାଂସଦ ପ୍ରତିନିଧି ପି. ଭେଙ୍କେଟେଶ୍ଵର ରାଓ ବିଧାୟକ ପ୍ରତିନିଧି ମନ ଦୀପଙ୍କର ରାୟ, ପଡ଼ିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ଦେବେ ମାଡି, ପଡ଼ିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅରବିନ୍ଦ ପ୍ରଧାନ ,ପଡ଼ିଆ ବ୍ଳକ ବିଜେପି ସଭାପତି କୋଟାମ ବାଲାୟା, ସିମିଳିବାଞ୍ଚା ସରପଞ୍ଚ ସିଙ୍ଗା ମାଡକାମି, ଉଣ୍ଡୁକୋଣ୍ଡା ସରପଞ୍ଚ କାନନ୍ ବେକ, ପଡ଼ିଆ ଜି.ପି.ଡି.ଓ ଅଶୋକ କୁମାର ମହାନ୍ତିଙ୍କ ସମେତ ଅନ୍ୟ ଜନପ୍ରତିନିଧି ଓ ଅତିଥିମାନେ ଯୋଗ ଦେଇଥିଲେ । ଅତିଥି ମାନେ ପ୍ରଥମେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ ଶୃଭାରାମ୍ଭ କରିବା ସହ ସରକାରଙ୍କ ସାମାଜିକ ସୁରକ୍ଷା ଯୋଜନାର ଉପାଦେୟତା ଉପରେ ଆଲୋକପାତ ‌କରିଥିଲେ । ପରେ ୨୪୯ ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା କାର୍ଡ ସହ ନଗଦ ଟଙ୍କା ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମକୁ ପଡ଼ିଆ ସାମାଜିକ ସୁରକ୍ଷା ଅଧିକାରୀ ଦେଶା କମରାମି ପରିଚାଳନା କରିଥିବା ବେଳେ ବ୍ଲକର ସମସ୍ତ ପ୍ରଶାସନିକ ଅଧିକାରୀ ସହଯୋଗ କରୁଥିଲେ ।

You may have missed