November 15, 2026

ମହକ ଓ ଉତ୍ସାହ-୨୦୨୬ର କୃତୀ ପ୍ରତିଯୋଗୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା

IMG-20261114-WA0010
Share

 

ଗୁଣୁପୁର :-(ସୁରେନ୍ଦ୍ର ମହାନ୍ତି )ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ‘ମହକ ଓ ଉତ୍ସାହ-୨୦୨୬’ରେ ଉଲ୍ଲେଖନୀୟ ସଫଳତା ହାସଲ କରି ଜିଲ୍ଲା ପାଇଁ ଗୌରବ ଆଣିଥିବା ରାୟଗଡା ଜିଲ୍ଲାର ବାଳ ନିକେତନ, ସେବା ସମାଜ ଶିଶୁଯତ୍ନ ଅନୁଷ୍ଠାନର ଅନ୍ତେବାସୀମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି।

 

ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜିତ ଏହି ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବର ବିଭିନ୍ନ କ୍ରୀଡ଼ା ଓ ସାଂସ୍କୃତିକ ପ୍ରତିଯୋଗିତାରେ ରାୟଗଡ଼ା ଜିଲ୍ଲାର ଅନ୍ତେବାସୀମାନେ ଭାଗନେଇ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ନିଜ ନିଜର ପ୍ରତିଭାର ପରିଚୟ ଦେଇଥିଲେ।

 

ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶିଶୁମାନଙ୍କର ଏହି ସଫଳତାକୁ ଜିଲ୍ଲା ପ୍ରଶାସନ ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ନିଜ ନିଜର ପ୍ରତିଭାକୁ ବିକଶିତ କରି ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିବାକୁ ଉତ୍ସାହିତ କରିଥିଲେ।

ଶିଶୁଯତ୍ନ ଅନୁଷ୍ଠାନରେ ରହୁଥିବା ପିଲାମାନଙ୍କ ମଧ୍ୟରେ ଅନେକ ପ୍ରତିଭା ଲୁକ୍କାୟିତ ହୋଇ ରହିଛି। ଉପଯୁକ୍ତ ସୁଯୋଗ, ମାର୍ଗଦର୍ଶନ ଓ ପ୍ରୋତ୍ସାହନ ମିଳିଲେ ସେମାନେ ମଧ୍ୟ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିପାରିବେ ବୋଲି ଏହି ସମ୍ବର୍ଦ୍ଧନା ଉତ୍ସବ ପ୍ରମାଣିତ କରିଛି। ଜିଲ୍ଲା ପ୍ରଶାସନର ଏହି ପଦକ୍ଷେପ କୃତୀ ଶିଶୁମାନଙ୍କ ମନୋବଳ ବୃଦ୍ଧି କରିବା ସହ ଅନ୍ୟ ଅନ୍ତେବାସୀମାନଙ୍କୁ ମଧ୍ୟ ନିଜର ଲକ୍ଷ୍ୟ ପୂରଣ ଦିଗରେ ଆଗେଇ ଯିବାକୁ ପ୍ରେରଣା ଯୋଗାଇଛି। ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମହାଦେବ ଚିଚୁଆନ, ଆନୁଷ୍ଠାନିକ ଯତ୍ନ ଅଧିକାରୀ ମନରଞ୍ଜନ ବାଘ, ବାଳ ନିକେତନ ର ଅଧିକ୍ଷକ ଅକ୍ଷୟ ରଞ୍ଜନ ମହାନ୍ତି, ଶିଶୁ କଲ୍ୟାଣ ଅଧିକାରୀ କୈଳାଶ ଶବର, କେୟାର ଟେକର ବଳରାମ ପଣ୍ଡା, ସେବା ସମାଜ ର ସଭାପତି ମାୟା ଶବର, ଅଧିକ୍ଷକ ଝରଣା ନାୟକ, ଶିଶୁ କଲ୍ୟାଣ ଅଧିକାରୀ ସ୍ନେହଲତା ଗନ୍ତାୟତ ପ୍ରମୁଖ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ।

You may have missed