ଆଜିର ଖବର…
ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେଲା। କାଲି ଅବପାତ, ୧୬ ତାରିଖରେ ବାତ୍ୟା ସମ୍ଭାବନା, କିନ୍ତୁ ରୂପରେଖ ଜଣାନାହିଁ।
ମାର୍ଚ୍ଚ ୧୨ରୁ ମାଟ୍ରିକ ପରୀକ୍ଷା। ସମାନ ପ୍ରଶ୍ନପତ୍ର, ସମାନ ସମୟରେ ହେବ ରେଗୁଲାର ଓ ଏକ୍ସରେଗୁଲାର ପରୀକ୍ଷା।
ବ୍ଲକଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ ଉଚ୍ଚ ବିଦ୍ୟାଳୟ ତାଲିକାଭୁକ୍ତ।
ପାର୍ଟ-ଟାଇମ୍ କଳା ଓ କ୍ରୀଡ଼ା ଶିକ୍ଷକଙ୍କ ଦରମା ହେଲା ୧୬ ହଜାର, ଟିଜିଟି ଓ ପିଇଟି ଶିକ୍ଷକଙ୍କ ବକେୟା ଦରମା ପ୍ରଦାନ, ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ୍ରେ ନିୟମିତ ଶିକ୍ଷକ ନିଯୁକ୍ତି, କ୍ଲାସିକାଲ୍ ଶିକ୍ଷକ ଟିଜି ରେ ଅନ୍ତର୍ଭୁକ୍ତ।
ଦେଶର ଶ୍ରେଷ୍ଠ ୫ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ମଧ୍ୟରେ କେନ୍ଦୁଝର ଜିଲ୍ଲାର ରାଙ୍କି EMRS ସ୍ଥାନ ପାଇଲା
ସମୟସୀମା ମଧ୍ୟରେ ମିଳିବ ସହରାଞ୍ଚଳରେ ଗୃହ ନିର୍ମାଣ ଅନୁମତି, ନଚେତ୍ ବିଭାଗୀୟ କାର୍ଯ୍ୟାନୁଷ୍ଠାନ।
ଏସଇବିସି ଜାତିର ପ୍ରତିନିଧିତ୍ୱ ଯାଞ୍ଚ କରିବା ପାଇଁ ସ୍ୱତନ୍ତ୍ର କମିଶନ ଗଠନ ହେଲା।
ପୁଣି ନଭେମ୍ବର ୩ୟ ଓ ୪ର୍ଥ ସପ୍ତାହରେ ଉପରାଷ୍ଟ୍ରପତି ଓ ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ।
ଅମିତ ଶାହ ପୁଣି ଓଡିଶା ଆସିବେ, ୨୯ ତାରିଖରେ ପୂର୍ବାଞ୍ଚଳ ପରିଷଦ ବୈଠକରେ ବସିବେ।
ଓଡ଼ିଶା ହାଇକୋର୍ଟର ନୂଆ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ ବିଭୁ ରାଉତରାୟ।
୨୦୩୧ ସୁଦ୍ଧା ନାଲ୍କୋର ଅନୁଗୋଳ ସ୍ମେଲଟର ସମ୍ପ୍ରସାରଣ କାମ ସରିବ।
ଗଞ୍ଜାମ ଜିଲ୍ଲାରେ ଥଇଥାନ ପାଇଁ ୧୪ ଓ ୧୫ ତାରିଖରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍।
ଆଇଏନଏସ ଚିଲିକାରେ ୨୦୨୬ ଦ୍ୱିତୀୟ ବ୍ୟାଚ୍ ଅଗ୍ନିବୀରଙ୍କ ପାସିଂ ଆଉଟ ପରେଡ୍ ଅନୁଷ୍ଠିତ
ଭଦ୍ରକ ବାସୁଦେବପୁରରେ ଚୋରକୁ ଗୋଡେଇ ଟ୍ରେଲର୍ ଧକ୍କାରେ ୨ କନେଷ୍ଟବଳ ମୃତ, ଏସ୍ଆଇ ଓ ଗୃହରକ୍ଷୀ ଗୁରୁତର।
ବଡ଼ଦାଣ୍ଡରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ, ଅଗ୍ନିଶମ କର୍ମଚାରୀଙ୍କ ସମେତ ୪ ଗୁରୁତର।
ନବରଙ୍ଗପୁର ଜିଲ୍ଲାରେ ୬ମାସରେ ଉଚ୍ଚ ରକ୍ତଚାପରେ ୮୧,୪୨୩, ମଧୁମେହରେ ୪୩,୭୮୪ ଚିକିତ୍ସାଧୀନ।
ଗଂଜାମ ଭଞ୍ଜନଗରରେ ବନ୍ଦୀଙ୍କ ମୃତ୍ୟୁ ମାମଲାରେ ୧୫ ଲକ୍ଷ କ୍ଷତିପୂରଣ, ମୃତକଙ୍କ ପତ୍ନୀଙ୍କୁ ଚାକିରି ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
କାମାକ୍ଷାନଗରରେ ୨୦ରୁ ଊର୍ଦ୍ଧ୍ୱ ହାତୀଙ୍କ ଉପଦ୍ରବ, ଧାନ ଫସଲ ନଷ୍ଟକୁ ନେଇ ଚିନ୍ତାରେ ଚାଷୀ।
ଭୁବନେଶ୍ୱର ଲିଙ୍ଗିପୁର ଟ୍ରାଫିକରେ କାର୍ ଓ ବାଇକ୍ ଧକ୍କା, ଜଣଙ୍କ ମୃତ୍ୟୁ, ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ।
ଭୁବନେଶ୍ୱର ପିତାପାଲି ଛକରେ ଆମ ବସ୍ ଓ ଅଟୋ ଧକ୍କା, ଯାତ୍ରୀ ଆହତ।
ଭୁବନେଶ୍ବର ଲକ୍ଷ୍ମୀସାଗର କୁଞ୍ଜଲତା ନନ୍ଦ ହତ୍ୟା ମାମଲାରେ କ୍ରାଇମ୍ ସିନ୍ ଡେମୋ ଦେଖାଇଲା କେୟାର ଟେକର୍ ବଳଭଦ୍ର।
ଗଂଜାମ ପାତ୍ରପୁରରେ ବୁଦାମୂଳରୁ ଉଦ୍ଧାର ହେଲା ନବଜାତ ଶିଶୁକନ୍ୟା।
🇳🇪
ଭାରତୀୟ ରେଳବାଇ ବନ୍ଦ କରିପାରେ RAC ଟିକେଟ୍ ବ୍ୟବସ୍ଥା: ଗୋଟିଏ ବର୍ଥରେ ଆଉ ବସିବେନି ଦୁଇ ଯାତ୍ରୀ।
ସରକାରୀ ଯୋଜନା ପାଇଁ ଭୋଟର କାର୍ଡ ବାଧ୍ୟତାମୂଳକ ନ ହେଉ, କେନ୍ଦ୍ର ସରକାରଙ୍କୁ ନାଗରିକ ସଂଗଠନର ଚିଠି
ବିହାର ବିଜେପି ବିଧାୟିକା ମୈଥିଲୀ ଠାକୁରଙ୍କ ବାପାଙ୍କ ବିରୋଧରେ ସରକାରୀ ଜମି ଜବରଦଖଲ ଅଭିଯୋଗ
ବେଙ୍ଗାଲୁରୁ ମେଟ୍ରୋର ପିଙ୍କ୍ ଲାଇନ୍ର ଶୁଭାରମ୍ଭ ହେଲା।
ୱାଲେଟ୍ ପାଇଁ ପେଟିଏମ୍କୁ ପ୍ରାରମ୍ଭିକ ସ୍ବୀକୃତି ମିଳିଲା
ମୋ ଫୋନକୁ ମୋଦୀ ଟାପ କରୁଛନ୍ତି, ବୋଲି ଅଭିଯୋଗ କଲେ ରାହୁଲ।
ପାର୍ଲିଆମେଣ୍ଟର ଶୀତ ଅଧିବେଶନ ପୂର୍ବରୁ ସ୍ୱତନ୍ତ୍ର ସଂସଦ ଅଧିବେଶନ ପାଇଁ ବିଜେପିର ଉଦ୍ୟମ। ବିରୋଧୀଙ୍କୁ ସୂଚନା ନାହିଁ
ଶୀତକାଳୀନ ଅଧିବେଶନରେ ବଦଳିବ ଧର୍ମାନ୍ତରଣ ଆଇନ, ୨୦୨୨ ପୂର୍ବ ସ୍ଥିତିକୁ ଫେରିବ କର୍ଣ୍ଣାଟକ।
କରାଚୀ ବନ୍ଦରରେ ୬ ଭାରତୀୟ ନାବିକ ୭ ମାସ ଧରି ଅଟକ ଅଛନ୍ତି।
🚴🏼♀️⚽🏏
କଳିଙ୍ଗ ଷ୍ଟାଡିୟମ୍ରେ ଆଜିଠାରୁ ଦୁଇ ଦିନିଆ ୨୦ ବର୍ଷରୁ କମ୍ ଏସୀୟ ରଗ୍ବି ସେଭେନ୍ସ ପ୍ରତିଯୋଗିତା ଆରମ୍ଭ
ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇଲା ଅଷ୍ଟ୍ରେଲିଆ
ଯୁବ ଅଲିମ୍ପିକ୍ସରେ ଭାରତକୁ ୨ ସ୍ବର୍ଣ୍ଣ ସହ ୧୦ ପଦକ ମିଳିଛି।
*ଗତବର୍ଷ ଏଇ ସମୟରେ*
ରାଉରକେଲାରେ ୬ କୋଟିରେ ନୂଆ ଫୁଟ୍ବଲ୍ ଷ୍ଟାଡିୟମ, ଇସ୍ପାତ ଷ୍ଟାଡିୟମର ନବୀକରଣ ମଞ୍ଜୁର ହୋଇଥିଲା।
କଟକ ବାଲିଯାତ୍ରାରେ ବିଶୃଙ୍ଖଳା, ଠେଲାପେଲା, ବ୍ୟାରିକେଡ଼ ଭାଙ୍ଗି ଲୋକେ ଆହତ ହୋଇଥିଲେ
ଦୁଇବର୍ଷ ପୂର୍ବେ ରାଜ୍ୟ କ୍ୟାବିନେଟରେ ଗୋମାତା ଯୋଜନାରେ ୩୪୨ କୋଟି ଟଙ୍କା ମଞ୍ଜୁର ହୋଇଥିଲା। ଏବେ ରାସ୍ତାରେ ମାଳମାଳ ଗୋମାତା ବୁଲୁଛନ୍ତି
ଦୁଇବର୍ଷ ପୂର୍ବେ ପୁରୀରେ ବେଦାନ୍ତ ଜମିକୁ ମୂଳ ଜମି ମାଲିକ ଫେରିପାଇବେ ବୋଲି ନିଷ୍ପତ୍ତି ହୋଇଥିଲା
=================
ଆଜି ଶିଶୁ ଦିବସ
ବିଶ୍ୱ ଡାଇବେଟିସ ଦିବସ
ଆଜି ଜନ୍ମଦିନ: ପ୍ରିନ୍ସ ଚାର୍ଲସ, ଜବାହର ଲାଲ ନେହେରୁ, ଆଦିତ୍ୟ ବିର୍ଲା, ବଦ୍ରୀ ପାତ୍ର (ନେତା, କେନ୍ଦୁଝର), ଅମୀୟ ମଲ୍ଲିକ (ଧାବକ, କଟକ), ବିକଳାନନ୍ଦ କର (ସାଲେପୁର)
ଆଜି ତିରୋଧାନ: ସି.କେ. ନାଇଡୁ (କ୍ରିକେଟ), ଶ୍ରୀଲ ପ୍ରଭୁପାଦ (ଇସ୍କନ)
ଇତିହାସରେ ଆଜି: (୧୯୦୮) କ୍ବାଣ୍ଟମ ଥିଓରୀ ଉପସ୍ଥାପନ କଲେ ଆଇନଷ୍ଟାଇନ/ (୧୯୮୧) କଲମ୍ବିଆ-୨ ମହାକାଶ ଯାନ ପୃଥିବୀକୁ ଫେରିଲା/ (୧୯୨୨) ବିବିସି ରେଡ଼ିଓର ପ୍ରଥମ ପ୍ରସାରଣ ଆରମ୍ଭ ହେଲା/ (୧୯୬୯) ଆପୋଲୋ 12 ପଠାଇଲା ନାସା
====================================
