November 2, 2026

ସରକାରୀ ଜାଗାରୁ ଗଛ କାଟି ହରଡ଼ ଘଣାରେ R.W.S.S ଅଧିକାରୀଣୀ ..

IMG-20261031-WA0060
Share

 

ତିର୍ତ୍ତୋଲ

( ରଞ୍ଜନ କୁମାର ମଲ୍ଲିକ ଙ୍କ ରିପୋର୍ଟ )

 

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ର R.W.S.S ଅଧିକାରୀଣୀ ତୁଳଙ୍ଗ ପଞ୍ଚାୟତ ରେ ଥିବା ପମ୍ପ ହାଉସ୍ ପରିସରରୁ ବେଆଇନ ଭାବେ ବଳପୂର୍ବକ ଏକ ଗଛକାଟି ଅଡ଼ୁଆରେ ପଡ଼ିଛନ୍ତି । ସେହି ଗଛକୁ କାଟି ବିକିବାକୁ ସେଠାରେ ଥିବା ପାଣି ଚାଳକ ଙ୍କୁ ଅଧିକାରିଣୀ ନିର୍ଦେଶ ଦେଇଥିଲେ । ଏହା ପରେ ପାଣି ଚାଳକ ଉକ୍ତ ଗଛକୁ ବାତ୍ୟା ଝଡ଼ ବର୍ଷା ରାତିରେ କାଟି ସକାଳୁ ବିକିବାକୁ ଉଦ୍ୟମ କରୁଥିବା ବେଳେ ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କ ହାତରେ ଧରାପଡି ଯାଇଥିଲେ । ଉକ୍ତ କାଠକୁ ରାଜସ୍ୱ ନିରୀକ୍ଷକ ପ୍ରାୟ କୋଡିଏ ହଜାର ଟଙ୍କା ନିଲାମ କରିଥିବା ବେଳେ ଏହାକୁ ନେବାକୁ ପାଣି ଚାଳକ ଓ ସହଯୋଗୀ ମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ବୁଦ୍ଧି ଉପାୟ ଶୁନ୍ୟ ହେବାରୁ ବର୍ଷା ରେ ତୁରନ୍ତ ଏହାର ସମାଧାନ ପାଇଁ ତହସିଲ କାର୍ଯ୍ୟାଳୟ କୁ ଧାଇଁ ଆସିଥିଲେ ପାଣି ଚାଳକ ଓ ତାଙ୍କ ସହଯୋଗୀ ମାନେ । ସେଠାରୁ କିଛି ସହଯୋଗ ନ ମଳିବାରୁ ପୁନର୍ବାର ସେ ଘରକୁ ଫେରିଯିବା ସହିତ କାଟିଥିବା ଗଛକୁ କିଭଳି ହାତେଇବେ ସେଥିପାଇଁ ଉଦ୍ୟମ କରିଥିଲେ । ସବୁଠୁ ବଡ଼ କଥା ହେଉଛି ସରକାରୀ ଯାଗାରୁ ବେଆଇନ ଭାବେ ଗଛ କାଟିବାକୁ ଅଧିକାରୀଣୀ କିଭଳି ପରାମର୍ଶ ଦେଲେ…. ? ନିଜ ପକେଟ ଗରମ କରିବା ସହିତ ପାଣି ଚାଳକ ପକେଟ ଗରମ କରିବାକୁ ଅଧିକାରୀଣି ଯୋଜନା ପ୍ରସ୍ତୁତ କରିଥିଲେ କି…..? ସ୍ଥାନୀୟ ତହସିଲଦାର ଓ ରାଜସ୍ବ ନୀରିକ୍ଷକ ଙ୍କ ବିନା ଅନୁମତିରେ ଏତେବଡ଼ କଞ୍ଚାଗଛ କାଟିବାକୁ ଅଧିକାରୀଣୀ ନିଜେ କାହିଁକି ଅନୁମତି ଦେଲେ । ରାଜସ୍ୱ ନିରୀକ୍ଷକ ଓ ସ୍ଥାନୀୟ ତହସିଲଦାର ଙ୍କ ଅଗୋଚର ରେ ଅଧିକାରୀଣୀ ଏତେ ବଡ଼ ସାହାସ କେମିତି ଓ କାହିଁକି କଲେ । ତାକୁ ନେଇ ସାଧାରଣ ରେ ଚର୍ଚା ଜୋର୍ ଧରିଛି । ଅଧିକାରୀଣୀ ପୂର୍ବରୁ ଏମିତି ଅନେକ ପମ୍ପ ହାଉସ୍ ରେ ପାଇପ୍ ଓ ଅନେକ ଯନ୍ତ୍ରପାତି ବିକ୍ରି କରିଦେଇଥିବା ଅଭିଯୋଗ ହୋଇଥିଲା । ଏବେ ଗଛକାଟି ବିକ୍ରି କରିବାକୁ ଯୋଜନା କରୁଥିବା ବେଳେ ଧରା ପଡିଯିବା ପରେ ନିଜ ଦୋଷ କୁ ଲୁଚାଇବାକୁ ଚେଷ୍ଟା କରୁଛନ୍ତି । ତେବେ ଏଠି ପ୍ରଶ୍ନ ଉଠୁଛି R.W.S.S ଅଧିକାରୀଣୀ କାହିଁକି ଓ କାହା ସାହାସ ରେ ଏପରି କରିଛନ୍ତି । ବିଭାଗୀୟ ଅଧିକାରୀ ଏହାର ତଦନ୍ତ କରିବା ସହିତ ଅଧିକାରୀଣୀ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣ ରେ ଦାବି ହୋଇଛି ।