୯ମ ରାଷ୍ଟ୍ରୀୟ ପୋଷଣ ମାସ ୨୦୨୬ରେ ସମସ୍ତ ଅଙ୍ଗନବାଡି କେନ୍ଦ୍ରରେ ଆଙ୍ଗନ୍ କା ଉତ୍ସବ
ବେଗୁନିଆ ବ୍ଳକ( ଉପାନ୍ତ ଖବର ମାନସ ରଞ୍ଜନ କର)ରାଧାକାନ୍ତ ପୁର ପଞ୍ଚାୟତ ଅଙ୍ଗନବାଡି କେନ୍ଦ୍ର (୧)ରେ ଆଙ୍ଗନକା ଉତ୍ସବର ତା ୨୭.୨୮.୨୯ରିଖ ତିନିଦିନ ଧରୀ ପାଳନ ହୋଇଯାଇଅଛି ଅଙ୍ଗନ ବାଡିକୁ ଆସୁଥିବା ପିଲାଙ୍କର ବାପା ପ୍ରାକ ବିଦ୍ୟାଳୟକୁ ଆସୁଥିବା ବାପା ମାନେ ଆସି ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଘରୁ ବିଭିନ୍ନ ପ୍ରକାରର ଖାଦ୍ୟ ଓ ବିଭିନ୍ନ ପ୍ରକାରର ପିଠା ପ୍ରସ୍ତୁତ କରି ଆଣିଥିଲେ କାକରା, ପୋଡପିଠା, ମାଛ ତରକାରୀ, ଡାଲମା, କଖାରୁ ଫୁଲ ଭଜା, ଶାଗ, ଅଣ୍ଡାକାରୀ, ପିଠଉ ଭଜା, ଚକୁଳି ପିଠା, ଉପମା, ରୁଟି, ବୋଟ ସିଝା, କ୍ଷୀରବାପାମାନଙ୍କ ମଧ୍ୟରୁ ରଶ୍ମିରଞ୍ଜନ ରଥ ପ୍ରଥମ, ଜଗନ୍ନାଥ ନାୟକଦିତୀୟ, ପ୍ରହଲ୍ଳାଦ ମହାଖୁଡତୃତୀୟ ସ୍ଥାନ ଅଧିକାର କରିଥିଲେ ମୁଖ୍ୟଅତିଥି ଭାବରେ।CDS CDPO ବିନୋଦିନିପଣ୍ଡା, ସମ୍ମାନୀତ ଅତିଥି ଶିକ୍ଷୟତ୍ରୀ ପ୍ରୀୟଦର୍ଶିନୀ ପଣ୍ଡା,ଅଙ୍ଗନବାଡି ନୂତନ କମିଟିର ସଭ୍ୟମାନେ, ଏବଂ ଆଶା କର୍ମି ସତ୍ୟ ଭାମା ସାହୁ, ଗର୍ଭବତିମା, ପ୍ରସ୍ୱତିମା, କିଶୋରି ବାଳିକା, ପ୍ରାକ ବିଦ୍ୟାଳୟ ଶିଶୁ ମାନଙ୍କ ମା, ବାପା, କମିଟିର ସଭାପତି,ଅଞ୍ଚଳ ପରିଦର୍ଶିକା କସ୍ତୁରି ବେହେରା ଉପସ୍ଥିତ ରହି ପ୍ରାକ ବିଦ୍ୟାଳୟର ଶିଶୁମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପ୍ରତିଯୋଗିତା କରାଯାଇଥିଲା ବଳ ଫୋପାଡିବା, ଚିତ୍ରାଙ୍କନ ପ୍ରତିଯୋଗିତା, ନାଚ, ଗୀତ,ଗପ କହିଥିଲେ ଓ ଜେଜେମା, ଜେଜେବାପା ମାନେ ଆସି ପିଲାମାନଙ୍କୁ ଗପ କହିଥିଲେ ପିଲାମାନଙ୍କୁ ଲସି,ମାଣ୍ଡିଆ, ବିସ୍କୁଟ ଓ ଫଲବଣ୍ଟନ କରା ଯାଇ ସମସ୍ତେ ଶାନ୍ତିଶୃଙ୍ଖଳାର ସହିତ ପାଳନ କରିଥିବାରୁ ସମସ୍ତିଙ୍କୁ ଅଙ୍ଗନବାଡି କର୍ମି ସସ୍ମିତାରାଣି ରଥ ଧନ୍ୟବାଦ ଦେଇଥିଲେ
