July 30, 2026

ଉମରକୋଟ ନିକଟସ୍ଥ ବେହେଡା ରେ ଭୀଷଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଧୋଇ ହେଇ ଗଲା………..

IMG-20260730-WA0040
Share

 

ଉମରକୋଟ:- ( ଏମ୍.ଦୀନା°ଶୁ ଆଚାରୀ) ନବରଙ୍ଗପୁର ଜିଲ୍ଲାର ଉମରକୋଟ ଓ ରାଇଘର ରାସ୍ତା ମଝିରେ ପଡୁଥିବା ବେହେଡା ଠାରେ ଥିବା ତେଲ ନଦୀ ଉପରେ ନିର୍ମାଣ ହେଇଥିବା ଅସ୍ଥାୟୀ ପୋଲଟି ଭୀଷଣ ବର୍ଷା ଯୋଗୁଁ ଅସ୍ଥାୟୀ ପୋଲ ଉପରେ ୫ ଫୁଟ ପାଣି ପ୍ରବାହିତ ହେବାରୁ ପୋଲଟି ଧୋଇ ହେଇଗଲା। ଫଳରେ ଉମରକୋଟ ଓ ରାଇଘର ମଧ୍ୟରେ ଯାନବାହାନ ଚଳାଚଳ ପ୍ରଭାବିତ ହେବାକୁ ପଡ଼ିଛି। କାଲି ବିଳମ୍ବିତ ରାତିରୁ ଉମରକୋଟ ଅଞ୍ଚଳ ରେ ଭୀଷଣ ବର୍ଷା ଯୋଗୁ ହଠାତ ତେଲ ନଦୀରେ ଭୀଷଣ ବନ୍ୟା ଜଳ ଆସିବା ଯୋଗୁଁ ଅସ୍ଥାୟୀ ପୋଲଟି ଧୋଇ ହେଇଗଲା। ଉଲ୍ଲେଖ ଯୋଗ୍ୟ ଏହିକି ଯେ ବେହେଡ। ପୋଲଟି ୪୦ ବର୍ଷ ର ପୁରାତନ ହେବାରୁ ୨ ବର୍ଷ ତଳେ ନୂତନ ପୋଲ ନିର୍ମାଣ ନିମନ୍ତେ ଟଙ୍କା ଅନୁମୋଦନ ମିଳିବ। ସତ୍ତ୍ୱେ ୬ ମାସ ହେଲା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା। ପ୍ରଥମେ ସେଠାରେ ପାଇଲ ଫାଉଣ୍ଡେସନ ଦ୍ୱାରା ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଇଥିଲା କିନ୍ତୁ ତାହା ସଫଳ ନ ହେବା ପରେ ଏହି ପୋଲର ଡିଜାଇନ୍ ପରିବର୍ତ୍ତନ କରାଯାଇ ଦୀର୍ଘ ୨ ମାସ ହେଲା କାର୍ଯ୍ୟ ଆରମ୍ଭ ହେଇ ଥିଲା। ବର୍ତ୍ତମାନ ଅସ୍ଥାୟୀ ପୋଲ ଟି ଭାସିଯିବ ଯିବା ଦ୍ୱାରା ପୂର୍ତ୍ତ ବିଭାଗ ବନ୍ଦ ହେଇଥିବା ଭାରତମାଳ। ରାସ୍ତା କୁ ଉମରକୋଟ ରୁ ରାଇଘର ରାସ୍ତା କୁ ଖୋଲିବା ପାଇଁ ପ୍ରଶାସନକୁ ଅନୁରୋଧ କରିବା ସହ ଉମରକୋଟ ରୁ ରାଇଘର ଯିବା ପାଇଁ ୨ ଟି ରାସ୍ତା ରେ ଯିବା ଆସିବା ପାଇଁ ପୂର୍ତ୍ତ ବିଭାଗ ଯାନବାହାନ ଓ ଲୋକେ ଯିବା ଆସିବା ପାଇଁ ମଧ୍ୟ ସୂଚନା ପ୍ରଦାନ କରିଛି। ଭାରି ଯାନବାହାନ ବୁର୍ଜା ଗ୍ରାମ ଦେଇ କୁର୍ସୀ , ଲିମାଗୁଡ। ଦେଇ ବେହେଡା ରେ ବାହାରିବେ ଯାହାକି ୧୩ କିଲୋମିଟର ୫୦୦ ମିଟର ଅଧିକ ରାସ୍ତା ଅତିକ୍ରମ କରିବାକୁ ପଡିବ ଓ ଛୋଟ ଯାନବାହାନ ଗୁଡ଼ିକ ଦାହିବେଡ। ଗ୍ରାମ ଦେଇ ସିର।ଗୁଡ଼।, ଜଡ।ପଦର ଦେଇ ବେହେଡ। ଗ୍ରାମ ଠାରେ ବାହାରି ପାରିବେ ଯାହାକି ଲୋକଙ୍କୁ ଅଧିକ ୩ କିଲୋମିଟର ୫୦୦ ମିଟର ରାସ୍ତା ଅଧିକ ଅତିକ୍ରମ କରିବାକୁ ପଡିବ ବୋଲି ପୂର୍ତ୍ତ ବିଭାଗ ଜିଲ୍ଲା ପ୍ରଶାସନ କୁ ଅବଗତ କରାଇଛି।

You may have missed