ହଦଗଡ଼ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ
ହାଟଡିହି ତା ୨୯/୧୧(ମନମୋହନ ନାୟକ) : ଭାରତ ସରକାରଙ୍କ ପକ୍ଷରୁ ୧୦୦ ଦିନିଆ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ ଲିଙ୍ଗ ଆଧାରିତ ସତର୍କତା ଉପରେ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି ପରିପ୍ରେକ୍ଷୀରେ ହଦଗଡ଼ ଠାରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ ହରମା ବଚପନ୍ ର ଜିଲ୍ଲା କୋଡ଼ିନେଟର ହୃଦାନନ୍ଦ ସେନାପତି, ବ୍ଲକ୍ କୋଡ଼ିନେଟର ଜଗନ୍ନାଥ ପୃଷ୍ଟି, ମହିଳା ସୁପର୍ ଭାଇଜର ଶକୁନ୍ତଳା ମହାନ୍ତି, ହଦଗଡ଼ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ମଦନ ମୋହନ ନନ୍ଦୀ, ଅଙ୍ଗନୱାଡ଼ି କର୍ମୀ ଚମ୍ପାବତୀ ଜେନା, ଶ୍ରେୟଂଶି ଶୁକ୍ଳା, ମିତାଞ୍ଜଳି ମଢେଇ, ବିନତୀ ନାଇକ, ମନ୍ଦଦୋରି ନାଏକ, ଗୀତାଞ୍ଜଳି ମୁର୍ମୁ, ଆଶା କର୍ମୀ ଉର୍ମିଳା ସାହୁ, ସିଆରପି ସିଲି ନାଏକ, ସସ୍ମିତା ନାଏକଙ୍କ ସମେତ ଗ୍ରାମର ଅନେକ ମହିଳା, କିଶୋରି ମାନେ ଉପସ୍ଥିତ ରହି ଏକ ଶୋଭା ଯାତ୍ରା ମାଧ୍ୟମରେ ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଇଥିଲେ।
