୨୦୦ରୁ ଊର୍ଦ୍ଧ୍ୱ କର୍ମୀଙ୍କ ସହିତ ବିଜେପିରେ ଯୋଗଦେଲେ ଆଶିଷ ସତପଥି
*–ତିର୍ତ୍ତୋଲ :- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗରାମ ପଞ୍ଚାୟତ ନିବାସୀ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଯୁବନେତା ଆଶିଷ ସତପଥି ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗଦାନ କରିଛନ୍ତି। ଦୀର୍ଘ ଦିନଧରି ସମାଜସେବା କ୍ଷେତ୍ରରେ ନିଆରା ପରିଚୟ ସୃଷ୍ଟି କରିବା ସହିତ ନିକଟ ଅତୀତରେ ଝଙ୍କଡ଼ ବାସିନୀ ମା ଶାରଳା ଙ୍କ ପୀଠରେ ଦେଢ଼ ଯାହାର ରୁ ଉର୍ଧ୍ଵ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ସଂମ୍ମାନିତ କରି ନିଆରା ଉଦାହରଣ ପାଲଟିଥିଲେ ତିର୍ତୋଲ ଏବଂ ଜଗତସିଂହପୁର ଜିଲ୍ଲାରେ | ନିଜର ବହୁ ସମର୍ଥକଙ୍କ ସହ ଯାଇ ସେ ଜଗତସିଂହପୁର ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଥିଲେ।ଜିଲ୍ଲା ବିଜେପି ସଭାପତି ପ୍ରତାପ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସାଂସଦ ବିଭୁ ପ୍ରସାଦ ତରାଇ, ବିଜେପି ନେତା ତଥା ପୂର୍ବତନ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ସମେତ ବହୁ ଦଳୀୟ ନେତା ଉପସ୍ଥିତ ଥିଲେ। ସାଂସଦ ଶ୍ରୀ ତରାଇ ଦଳୀୟ ଉତ୍ତରୀୟ ପ୍ରଦାନ କରି ଆଶିଷ ସତପଥିଙ୍କୁ ଦଳକୁ ସ୍ୱାଗତ କରିଥିଲେ।ଏହି ମିଶ୍ରଣ ପର୍ବରେ ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ୨୦୦ରୁ ଊର୍ଦ୍ଧ୍ୱ କର୍ମୀ ଯୋଗଦେଇଥିଲେ। ଆଶିଷଙ୍କ ଯୋଗଦାନ ଫଳରେ ତିର୍ତ୍ତୋଲ ଅଞ୍ଚଳରେ ବିଜେପି ସଂଗଠନ ଆହୁରି ମଜଭୁତ ହେବ ବୋଲି ଦଳୀୟ ମହଲରେ ଆଶା ପ୍ରକାଶ ପାଇଛି।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର

