ପିଓକେ ରେ ପ୍ରଦର୍ଶନକାରୀଙ୍କ ଉପରେ ଗୁଳି ଚାଳନା: ୨୦ଜଣଙ୍କ ମୃତ୍ୟୁ ସୂଚନା
ନୂଆଦିଲ୍ଲୀ:
ଭୁବନେଶ୍ୱର ( ଦେବାଶିଷ ଦାଶ )
ଗତକାଲି ପିଓକେ ରେ ପ୍ରଦର୍ଶନକାରୀଙ୍କ ଏକ ଦଳ ମୋଟରସାଇକେଲରେ ମୁଜାଫରାବାଦ ଅଭିମୁଖେ ଶୋଭାଯାତ୍ରା କରିବାକୁ ଯାତ୍ରା କରୁଥିଲେ l ପ୍ରତିବାଦକାରୀମାନେ ମିରପୁର ବଜାର ନିକଟରେ ପହଞ୍ଚିବା ମାତ୍ରେ ପାକିସ୍ତାନୀ ରେଞ୍ଜର୍ସମାନେ ଗୁଳିଚାଳନା ଆରମ୍ଭ କରିଥିଲେ। ସୂଚନା ଅନୁଯାୟୀ ଗୁଳିମାଡ଼ରେ ମୃତ୍ୟୁ ସଂଖ୍ୟା ୨୦କୁ ବୃଦ୍ଧି ପାଇଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି l ପାକିସ୍ତାନ ସରକାର ପିଓକେର ପ୍ରଦର୍ଶନକାରୀଙ୍କ ସହ ଆଲୋଚନା କରିବେ କି ପ୍ରଶ୍ନରେ ଖୱାଜା ଆସିଫ କହିଛନ୍ତି; ମୁଁ ପିଓକେର ପ୍ରଦର୍ଶନକାରୀଙ୍କୁ ଭାରତ ସହ ସମାନ ଶ୍ରେଣୀରେ ଦେଖୁଛି । ସେମାନଙ୍କୁ ଶତ୍ରୁ ବୋଲି ମନେ କରୁଛି। ତେଣୁ ସେମାନଙ୍କ ସହ ଆଲୋଚନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଛନ୍ତି। ଗୁଳିମାଡ଼ ପରେ ପାକିସ୍ତାନ ରାୱାଲକୋଟ ସମେତ ବିଭିନ୍ନ ଅଞ୍ଚଳରେ ଇଣ୍ଟରନେଟ୍ ଓ ମୋବାଇଲ ସେବା ବନ୍ଦ କରିଦିଆଯାଇଛି।
