July 31, 2026

ସ୍ପୀଡ଼ ବ୍ରେକର୍ ଲଗେଇବା ଦାବି

IMG-20260729-WA0005
Share

କୋଲନରା:(ସଞ୍ଜୀବ କଣ୍ଡାଗରୀ )ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମ ପଞ୍ଚାୟତ ସ୍ଥିତ ଉନ୍ନତି ଉଚ୍ଚ ବିଦ୍ୟାଳୟ ମୁକୁନ୍ଦପୁର ରେ ପ୍ରାୟ ପାଞ୍ଚ ଶହ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଛନ୍ତି ।ବିଦ୍ୟାଳୟ କୁ ଲାଗି ଶାତଶହ ମିଟର ହେବ ବାଳିକା ଛାତ୍ରୀ ନିବାସ ଅବସ୍ଥିତ।ସେହି ଛାତ୍ରୀ ନିବାସ ରୁ ଦୈନନ୍ଦିନ ବିଦ୍ୟାଳୟ କୁ ଯାତାୟାତ କରୁଛନ୍ତି ଛାତ୍ର ଛାତ୍ରୀ ।୩୨୬ ନମ୍ବର ଜାତୀୟ ରାଜପଥ ଦେଇ ଦିନକୁ ଶହ ଶହ ଗାଡ଼ି ଚଳାଚଳ କରୁଥିବା ବେଳେ ଛାତ୍ର ଛାତ୍ରୀ ଜୀବନ କୁ ବାଜି ଲଗାଇ ରାସ୍ତା ଡେଇଁ ବିଦ୍ୟାଳୟ କୁ ଯାଉଛନ୍ତି।ମୁକୁନ୍ଦପୁର ଛାତ୍ରୀନିବସ ରେ ପିଲା ମାନଙ୍କ ଶିକ୍ଷା ପାଇଁ ଛାଡିଛୁ କିନ୍ତୁ ପିଲାମାନେ ସୁରକ୍ଷିତ ମନେ ଲାଗୁ ନାହାନ୍ତି ବୋଲି ଅବିଭାବକ ମାନେ କହିଛନ୍ତି । ରାସ୍ତା ପାର କରୁଥିବା ବେଳେ କେତେବେଳେ କୋଉ ପିଲାର ଜୀବନ ଚାଲିଯିବ କହିହେବ ନାହିଁ ବୋଲି ସାଧାରଣରେ ଆଲୋଚନା ହୋଉଛି।ଏହି ସମସ୍ୟା କୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱ ଦେଇ ପିଲାଙ୍କ ସୁରକ୍ଷା ପାଇଁ ସ୍ପୀଡ଼ ବ୍ରେକର୍ ବ୍ୟବସ୍ଥା କଲେ ଛାତ୍ର ଛାତ୍ରୀ ମାନଙ୍କ ଜୀବନ ବଞ୍ଚିଯିବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।

You may have missed