ରେଢ଼ୁଆ ଜଗନ୍ନାଥ ମନ୍ଦିରର ଚତୁର୍ଥବାର୍ଷିକ ମହୋତ୍ସବ ଉଦଯାପିତ ..
ତିର୍ତ୍ତୋଲ ତା 28/1/2026 ଜଗତସିଂହପୁର ଜିଲ୍ଲା ରେଢ଼ୁଆ ଜଗନ୍ନାଥପୁର ଗ୍ରାମରେ ପ୍ରତିଷ୍ଠା ହୋଇଥିବା ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାର ଚତୁର୍ଥବାର୍ଷିକ ମହୋତ୍ସବ ଗତ 24 ତାରିଖ ଶନିବାର ଠାରୁ ଶୁଭାରମ୍ଭ ହୋଇଥିବାବେଳେ 28 ତାରିଖ ବୁଧବାର ଦିନ ଏକ ଆଧ୍ୟାତ୍ମିକ ଭକ୍ତିଭାବମୟ ପରିବେଶ ମଧ୍ୟରେ ଉଦଯାପିତ ହୋଇଯାଇଛି l ମହାବତାର ବାବାଜୀ କ୍ରିୟା
ଯୋଗ ଫାଉଣ୍ଡେସନ ଆନୁକୂଲ୍ୟରେ ଏହି ମହାନ ଆଧ୍ୟାତ୍ମିକ ସାରସ୍ୱତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କ୍ରିୟାଯୋଗ ଆଶ୍ରମ ର ପ୍ରତିଷ୍ଠାତା, ମାର୍ଗଦର୍ଶକ ଓ ସମର୍ପିତ ସେବକ ସ୍ୱାମୀ ଶ୍ରଦ୍ଧାନନ୍ଦ ଗିରି ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିବା ବେଳେ, ଶ୍ରୀ ଜଗନ୍ନାଥ ପାଞ୍ଚରାତ୍ର ନାମକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଧାରାବାହିକ ପ୍ରବକ୍ତା ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ର ରାଷ୍ଟ୍ରୀୟ ପ୍ରଚାରକ ବାବାଜୀ ସତ୍ୟାନନ୍ଦ ଦାସ ମହାରାଜ ଯୋଗଦେଇ, ସ୍କନ୍ଧପୁରାଣ ବର୍ଣ୍ଣିତ ମହାପ୍ରଭୁଙ୍କ ଅପୂର୍ବଲୀଳା, କ୍ଷେତ୍ରମାହାତ୍ମ୍ୟ ଓ ମହାମହିମା ବିଷୟରେ ବହୁ ଶାସ୍ତ୍ର ପୁରାଣ ଦର୍ଶନ ଓ ପ୍ରାଚୀନ କାବ୍ୟକବିତା ର ଉଦାହରଣ ଦେଇ ନିଜର ଅମୃତମୟ ବକ୍ତବ୍ୟ ଉପସ୍ଥାପନ କରିଥିଲେ l ଏହି ଉପଲକ୍ଷେ ପ୍ରତିଦିନ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞ୍ୟାନଯଂଜ୍ଞ ଓ ଅନ୍ନଯଜ୍ଞ ସହିତ ଆଧ୍ୟାତ୍ମିକ ନୃତ୍ୟସଙ୍ଗୀତ ଆଦି ଅନୁଷ୍ଠିତ ହୋଇଥିଲା l ଉଦଯାପନୀ ଉତ୍ସବ ରେ ଆଶ୍ରମର ଅନ୍ୟତମ ସେବକ ଡଃ ନରେନ୍ଦ୍ର କୁମାର ମିଶ୍ର ପ୍ରାରମ୍ଭିକ ସୂଚନା ପଦାନ କରିଥିବାବେଳେ, ରାମକୃଷ୍ଣ ମଠର ବାବା ଅଭୟାନନ୍ଦ ଜୀ, ଡଃ ଅଜୟ କୁମାର ନାୟକ, ରବୀନ୍ଦ୍ରନାଥ ମିଶ୍ର, ଡଃ ସୁରେନ୍ଦ୍ରନାଥ ତ୍ରିପାଠୀ, ବାବାଜୀ ସୀତାରାମ ଦାସ, ଝଙ୍କଡ଼ ସାରଳା ମନ୍ଦିରର ନିତ୍ୟସେବକ ବିଶ୍ୱରଞ୍ଜନ ରାଉଳ, ଜଗତସିଂହପୁର ଜିଲ୍ଲା ଜଗନ୍ନାଥ ଭକ୍ତସମାଜ ର ସଭାପତି ଇଂ ବିଷ୍ଣୁଚରଣ ସ୍ୱାଇଁ ଓ ସାରଳା ମନ୍ଦିରର ପ୍ରଶାସନିକ ଅଧିକାରୀ ବରଦା ପ୍ରସାଦ ମହାନ୍ତି ଙ୍କ ସମେତ ବହୁ ବିଶିଷ୍ଟ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ମଞ୍ଚାସିନ ହୋଇଥିବାବେଳେ, ସହସ୍ରାଧିକ ଭଗବତପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିଲେ l ଏହି ଅବସରରେ ଜଗତସିଂହପୁର ଶ୍ରୀଜଗନ୍ନାଥ ନୃତ୍ୟକଳା ଅନୁଷ୍ଠାନର ନୃତ୍ୟଗୁରୁ ସଞ୍ଜମ୍ କିଶୋର ମହାନ୍ତି ଙ୍କ ନିର୍ଦ୍ଦେଶନା ରେ ମାହାରୀ ନୃତ୍ୟ, ଓଡିଶୀ ଓ ଶାସ୍ତ୍ରୀୟ ନୃତ୍ୟ ଦର୍ଶକମାନଙ୍କୁ ବିମୋହିତ କରିଥିଲା lଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
