November 18, 2026

ମାତ୍ର ୨୪ ବର୍ଷରେ ଆରପାରିରେ ରୂପାଲି, ଶୋକରେ ଅନୁଗୋଳ

IMG-20261026-WA0087
Share

 

ଅନୁଗୋଳ: ବିଶିଷ୍ଟ କଣ୍ଠଶିଳ୍ପୀ ଚଣ୍ଡିକା ପ୍ରସାଦ ନନ୍ଦଙ୍କ ସାନ ଝିଅ ରୂପାଲି ନନ୍ଦ (ରିଙ୍କି)ଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ଚିକିତ୍ସାଳୟରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଅକାଳ ବିୟୋଗ ଖବରରେ ପରିବାରବର୍ଗ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁଙ୍କ ମଧ୍ୟରେ ଗଭୀର ଶୋକ ପ୍ରକାଶ ପାଇଛି।

ରୂପାଲି ନନ୍ଦ ଅନୁଗୋଳର ବରିଷ୍ଠ ସାମ୍ବାଦିକ ଦ୍ୱାରିକା ପ୍ରସାଦ ନନ୍ଦଙ୍କ ଝିଆରୀ ଅଟନ୍ତି। ହସଖୁସିରେ ଜୀବନ ବିତାଉଥିବା ଜଣେ ଯୁବତୀଙ୍କ ଏଭଳି ଅକାଳ ବିୟୋଗ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ତାଙ୍କ ବିୟୋଗରେ ସମଗ୍ର ଅନୁଗୋଳ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ରୂପାଲିଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଓ ସାହସ ମିଳୁ ବୋଲି ସମସ୍ତେ ପ୍ରାର୍ଥନା କରୁଛନ୍ତି।

You may have missed