September 27, 2026

ବାଲୁଗାଁ ଷ୍ଟେସନରେ ଗଞ୍ଜେଇ ଜବତ, ଜଣେ ଗିରଫ

IMG-20260927-WA0041
Share

 

 

*ବାଲୁଗାଁ(ସୁଧାଂଶୁ ଶେଖର ପରିଡା )* ବାଲୁଗାଁ ରେଳ ଷ୍ଟେସନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଏକ ଅଚାନକ ଚଢ଼ାଉ କରାଯାଇଥିଲା। I.E., ଟାଙ୍ଗୀଙ୍କ ତତ୍ତ୍ୱାବଧାନରେ ଏବଂ ବାଲୁଗାଁ ରେଳ ଷ୍ଟେସନ RPF ଟିମ୍‌ର ସହଯୋଗରେ ଏହି ଚଢ଼ାଉ ହୋଇଥିଲା।

 

ଏହି ସମୟରେ ଷ୍ଟେସନ ରୋଡ୍‌ରେ ଏକ NDPS ମାମଲା ଧରାପଡ଼ିଛି। ପଶ୍ଚିମବଙ୍ଗର ଅଭିଯୁକ୍ତ ଅଭିଷେକ କୁମାର ସିଂହଙ୍କ ଠାରୁ ୨୦.୫୦୦ କେଜି ଗଞ୍ଜେଇ ଜବତ କରାଯାଇଛି। ଏ ନେଇ P.R. No. ୧୭୩/୨୦୨୬-୨୭ ରୁଜୁ କରାଯାଇଛି।

 

ଅଭିଯୁକ୍ତ ଜଣକ ଟ୍ରେନ୍ ଯୋଗେ ଗଞ୍ଜେଇ କୋଲକାତାକୁ ନେଇ ଯାଉଥିବା ଜଣାପଡ଼ିଛି। ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।