ଲଗାଣ ବର୍ଷା ଓ ପବନରେ ଭାଙ୍ଗି ପଡିଲା ବିଜୟ ସାମଲ ର ଘର !!
ତିର୍ତ୍ତୋଲ ::-27/9/27
ବାତ୍ୟାର ପ୍ରଭାବ ଯଦିଓ କମି ଯାଇଥିଲା, ତଥାପି ଲଗାଣ ବର୍ଷା ଓ ପବନରେ ଭାଙ୍ଗି ପଡିଲା ବିଜୟ ସାମଲ ର ଦୁଇ ବଖରା ବିଶିଷ୍ଠ ଚାଳ ଛପର ଘର !ଖବର ଅନୁସାରେ ଗତ ୨୪ /୯/୨୬ ତାରିଖ ରାତ୍ରୀ ପ୍ରାୟ ୧ ଘଟିକା ମଧ୍ୟରେ ବର୍ଷା ଲାଗି ରହିଥିବା ବେଳେ ଦୁଇ ତିନି ଝଲକା ପବନରେ ଘର ରଟମଟ ହେବାରୁ ପରିବାର ଭୟ ଭୀତ ହୋଇ ଘରୁ ବାହାରି ଆସିଲେ ! ଆସିବାର ପ୍ରାୟ ୧୦ ମିନିଟ ହେଇଛି କି ନାହିଁ ଆଉ ଝଲକାଏ ପବନରେ ଭାଙ୍ଗି ଗଳି ପଡିଲା !ପରିବାର କହିଲେ ବିଜୟ ସାମଲ ଓ ତାଙ୍କ ସ୍ତ୍ରୀ ମାମିନା ସାମଲ ସେଇ ଘରେ ବିଶ୍ରାମ କରିଥିଲେ !ପୁଅ ଦୁଇଜଣ ବାହାରେ ଥିଲେ !ଘରୁ ଆସିଲା ବେଳେ କେବଳ ଭାତ ହାଣ୍ଡି ଚାଉଳ ଡବା ଆଣିଥିଲେ ଯାହା ବାହାରେ ରୋଷେଇ କରି ଖାଉଛନ୍ତି ! ଏପରି ଦୁଃଖଦ ଘଟଣା ଘଟିଛି ତିର୍ତ୍ତୋଲ ବ୍ଲକ କନିମୂଳ ଗ୍ରାମରେ !ଘର ଭଙ୍ଗା କୁ ଦୁଇ ଦିନ ବିତି ଯାଇଥିଲେ ବି ପ୍ରଶାସନିକ ଅଧିକାରୀ କେହି ଆସି ତଦାରଖ କରି ପାରି ନାହାନ୍ତି !ଦୀନ ମଜୁରିଆ ଭାବେ କାମ କରୁଥିବା ବିଜୟ ର ଆର୍ଥିକ ପରିସ୍ଥିତି ସ୍ୱଚ୍ଛଳ ନଥିବାରୁ ସେ ପ୍ରଶାସନ ର ସାହାଯ୍ୟ ପାଇବାକୁ ଅପେକ୍ଷା କରି ବସିଛି ! ଏ ବିଷୟରେ ନିକଟସ୍ଥ ରେଭେନ୍ୟୁ ଅଫିସରଙ୍କୁ ଅବଗତ କରାଯାଇ ଥିଲେ ବି ସେ ମଧ୍ୟ କୌଣସି ପଦକ୍ଷେପ ନେଇ ନଥିବାର ବିଜୟ ସାମଲ କହିଛନ୍ତି ! ଦେଖିବାକୁ ରହିଲା ପ୍ରଶାସନ କରୁଛି କଣ ? ବିକାଶ ନାମରେ ଡେଙ୍ଗୁରା ପିଟୁଥିବା ସରକାର ବିଜୟର ଦୁଃଖୀ ପରିବାର ପାଇଁ କି ପ୍ରକାର ପଦକ୍ଷେପ ନେଉଛନ୍ତି !!ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର
