July 28, 2026

ବ୍ଲକ୍ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଘାଟିତ

IMG-20240627-WA0038
Share


ବୁଗୁଡା : ତା ୨୭/୦୬/୨୪ : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ ପରିସରରେ ଆୟୋଜିତ ବ୍ଲକ ସ୍ତରୀୟ କ୍ରୀଡାଙ୍ଗନ ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଯାଇଛି । ଉକ୍ତ ତ୍ରିଦିବସୀୟ ପ୍ରଶିକ୍ଷଣ ଶିବିରକୁ ପିପୁଲ୍ସ ହାଇସ୍କୁଲ ପ୍ରଧାନ ଶିକ୍ଷକ କାଳି ଚରଣ ବେହେରା ଉଦଘାଟନ କରିଥିଲେ । ଶିବିରର ମୁଖ୍ୟ ପ୍ରଶିକ୍ଷକ ବିଶ୍ବେଶ୍ବର ଗିରିଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ବରିଷ୍ଠ କ୍ରୀଡା ଶିକ୍ଷକ ଦ୍ୟୁତିକୃଷ୍ଣ ପାତ୍ରଙ୍କ ସମେତ ବ୍ଲକର ୨୬ଟି ହାଇସ୍କୁଲର କ୍ରୀଡା ଶିକ୍ଷକ /ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଏ ଅବସରରେ ପ୍ରତ୍ଯେକ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ କିପରି କ୍ରୀଡା ଭିତ୍ତିକ ଜୀବନ କୌଶଳ ଶିକ୍ଷା ପ୍ରଦାନ କରାଯାଇପାରିବ ସେନେଇ ଶିବିରାର୍ଥୀଙ୍କୁ ତାଲିମ ଦିଆଯାଇଥିଲା ବେଳେ ଏଥିରେ ଅନ୍ଯତମ ପ୍ରଶିକ୍ଷକ ଭାବେ ପୋଲସରା ଗୋପବନ୍ଧୁ ହାଇସ୍କୁଲର କ୍ରୀଡା ଶିକ୍ଷକ ଜ୍ଞାନ ରଞ୍ଜନ ଜାନୀ ଯୋଗ ଦେଇ ତାଲିମ୍ ପ୍ରଦାନ କରିଥିଲେ ।

You may have missed