ଓଡ୍ର ଖଣ୍ଡାୟତ କାଳଞୀ ସମାଜ ଅଞ୍ଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ
ବୁଗୁଡା : ତା ୨୪/୦୬/୨୬ : ଓଡ୍ର ଖଣ୍ଡାୟତ କାଳଞୀ ସମାଜ ବେତ।ରସିଙ୍ଗି ଅଞ୍ଚଳ ପରିଷଦର ଏକ ବୈଠକ ସଭାପତି ଗୌର ଚରଣ ପ୍ରଧାନଙ୍କ ପୌରୋହିତ୍ଯରେ ଅନୁଷ୍ଠିତ ହୋଇଯାଇଛି। ବେତାରସିଂ ଅଞ୍ଚଳ ପରିଷଦର କାର୍ଯାଳୟ ସଭାଗୃହରେ ଅନୁଷ୍ଠିତ ଏହି ବୈଠକରେ ୧୯ ଖଣ୍ଡ ଗ୍ରାମ ସମାଜ ଭାଇ ଓ କର୍ମକର୍ତ୍ତା, ଗ୍ରାମ କମିଟି, ମଣ୍ଡଳ କମିଟି, ଅଞ୍ଚଳ କମିଟି ସମେତ ସମାଜର କେନ୍ଦ୍ର ପରିଷଦର ଶୀର୍ଷ ନେତୃତ୍ୱବୃନ୍ଦ ଉପସ୍ଥିତ ରହିଥିଲେ। ଏ ଅବସରରେ ଅଞ୍ଚଳ ପରିଷଦର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ଅଞ୍ଚଳ ସଭାପତି ଭାବେ ଗଙ୍ଗାଧର ବିଶୋଇ, ଉପସଭାପତି ଭାବେ ଅନ୍ତର୍ଯ୍ୟାମୀ ସ୍ଵାଇଁ, ସମ୍ପାଦକ ଭାବେ ଅମ୍ବିକା ପ୍ରସାଦ ବିଷୋୟୀ , ସଂଗଠନ ସମ୍ପାଦକ ଭାବେ ଯୋଗୀ ନାହାକ, ସଂଗଠକ ଭାବେ ଲକ୍ଷ୍ମଣ ସ୍ଵାଇଁ ଓ ଉପଦେଷ୍ଟା ଭାବେ ଗନ୍ଧର୍ବ ସେନ୍ ଭୂୟା ସର୍ବ ସମ୍ମତି ଭାବେ ମନୋନୀତ ହୋଇ କୁଳଦେବତାଙ୍କ ସମୂଖରେ ଶପଥ ପାଠ କରିଥିଲେ l ଏହି ବୈଠକରେ କେନ୍ଦ୍ର ପରିଷଦ ସଭାପତି ସନ୍ତୋଷ କୁମାର ଜେନା, ଉପସଭାପତି ବୃନ୍ଦାବନ ଖଟେଇ, ସମ୍ପାଦକ ନୀଳାଚଳ ପୋଲେଇ, ଉପଦେଷ୍ଟା କାଳୀଚରଣ ନାୟକ ,ଆସିକା ଅଞ୍ଚଳ ସଭାପତି ନରହରି ବିଶୋଇ, ସମ୍ପାଦକ ଯୋଗେନ୍ଦ୍ର ପ୍ରଧାନ, ସିଦ୍ଧେଶ୍ୱର ଅଞ୍ଚଳ ସଭାପତି ଯୋଗେନ୍ଦ୍ର ବିଶୋଇ, ଆଠଗଡ ସଭାପତି ସୂର୍ଯ୍ୟ ନାରାୟଣ ଭୂୟା ,ସମ୍ପାଦକ ରାଧାଶ୍ୟାମ ଜେନା, ଉପଦେଷ୍ଟା ପଦ୍ମଚରଣ ଜେନା, କଇଁଡି ଅଞ୍ଚଳ ସଭାପତି ଜଗବନ୍ଧୁ ଜେନା, ପ୍ରଫୁଲ୍ଲ ମଲ୍ଲିକ, ପୂର୍ବତନ କେନ୍ଦ୍ର ସଭାପତି ହରିହର ପ୍ରଧାନଙ୍କ ସମେତ ଗ୍ରାମ , ମଣ୍ଡଳ ଓ ଅଞ୍ଚଳର ସମାଜ ଭାଇମାନେ ଉପସ୍ଥିତ ଥିଲେ । ଗଠିତ ନୂତନ କମିଟି ଅଞ୍ଚଳରେ ସମାଜ ଭାଇଙ୍କ ଶିକ୍ଷା, ଆର୍ଥିକ ଉନ୍ନତି, ଗରିବ, ବୃଦ୍ଧବୃଦ୍ଧାଙ୍କ କଲ୍ୟାଣ ଓ ସୁରକ୍ଷା ,ନାରୀ ସୁରକ୍ଷା ଦିଗରେ ଯତ୍ନବାନ ହେବା ନିମନ୍ତେ ଗୁରୁତ୍ଵାରୋପ କରାଯାଇଥିଲା ବେଳେ ଅଞ୍ଚଳରେ ବର୍ତ୍ତମାନ ଶୂନ୍ୟ ଅଭିଯୋଗ ରହିଥିବା ଘୋଷଣା କରାଯାଇଥିଲା।
